Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 9:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତହିଁର ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍‍ ନିତ୍ୟ ମୋହର ମେଜରେ ଭୋଜନ କରିବ।” ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତଦୁତ୍ପନ୍ନ ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍ ନିତ୍ୟ ମୋହର ମେଜରେ ଭୋଜନ କରିବ। ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ।

Gade chapit la Kopi

ଓଡିଆ ବାଇବେଲ

10 ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତହିଁର ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍‍ ନିତ୍ୟ ମୋହର ମେଜରେ ଭୋଜନ କରିବ।” ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ।

Gade chapit la Kopi

ପବିତ୍ର ବାଇବଲ

10 ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଓ ତୁମ୍ଭର ସେବକଗଣ ତୁମ୍ଭମାନଙ୍କର ମୁନିବର ନାତୀ ମଫୀବୋଶତଙ୍କ ପାଇଁ ଏହି ଜମିକୁ ଗ୍ଭଷ କରିବ ଓ ସେଥିରୁ ଉତ୍ପନ୍ନ ଶସ୍ୟ ଆଣି ତାଙ୍କୁ ଦେବ। କିନ୍ତୁ ସେ ମୋ’ ସହିତ ସବୁ ବେଳେ ଭୋଜନ କରିବ।” ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଗ୍ଭକର ଥିଲେ।

Gade chapit la Kopi




2 ଶାମୁୟେଲ 9:10
10 Referans Kwoze  

ତହିଁରେ ଦାଉଦ ତାହାକୁ କହିଲେ, “ଭୟ ନ କର; କାରଣ ମୁଁ ତୁମ୍ଭ ପିତା ଯୋନାଥନ ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି ଓ ତୁମ୍ଭ ପିତାମହ ଶାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇ ଦେବି ଓ ତୁମ୍ଭେ ନିତ୍ୟ ମୋହର ମେଜରେ ଭୋଜନ କରିବ।”


ମୋହର ପ୍ରଭୁ ମହାରାଜଙ୍କ ସାକ୍ଷାତରେ ମୋʼ ପିତୃବଂଶ ସମସ୍ତେ ନିତାନ୍ତ ମୃତ୍ୟୁର ଯୋଗ୍ୟ ଥିଲେ; ତଥାପି ଆପଣ ଆପଣଙ୍କର ଏହି ଦାସକୁ ନିଜ ମେଜରେ ଭୋଜନକାରୀ ଲୋକମାନଙ୍କ ସଙ୍ଗରେ ସ୍ଥାନ ଦେଲେ। ଏହେତୁ ଏବେ ମହାରାଜଙ୍କ ନିକଟରେ ଆଉ କ୍ରନ୍ଦନ କରିବା ପାଇଁ ମୋହର କେଉଁ ଅଧିକାର ଅଛି?”


ତାହା ଶୁଣି ତାହାଙ୍କ ସହିତ ଭୋଜନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଯେଉଁ ଲୋକ ଈଶ୍ବରଙ୍କ ରାଜ୍ୟରେ ଭୋଜନ କରିବ, ସେ ଧନ୍ୟ।


ଆଉ, ସେ ଆପଣା କାରାଗାରର ବସ୍ତ୍ର ପରିବର୍ତ୍ତନ କରି ଆପଣାର ଯାବଜ୍ଜୀବନ ନିତ୍ୟ ନିତ୍ୟ ତାହା ସମ୍ମୁଖରେ ଭୋଜନ କଲେ।


ତେବେ ରାଜା କହିଲେ, “ତୁମ୍ଭ ପ୍ରଭୁର ପୁତ୍ର କାହିଁ?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଯିରୂଶାଲମରେ ଅଛନ୍ତି, କାରଣ ସେ କହିଲେ, ‘ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ।’”


ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍‍ଙ୍କୁ ରାଜା ରକ୍ଷା କଲେ, ଯେହେତୁ ସେମାନଙ୍କ ମଧ୍ୟରେ, ଅର୍ଥାତ୍‍, ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ଥିଲା।


ମାତ୍ର, ଗିଲୀୟଦୀୟ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର, ଆଉ, ତୁମ୍ଭ ମେଜରେ ଭୋଜନକାରୀମାନଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦିଅ; କାରଣ, ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଇବା ସମୟରେ ସେମାନେ ସେପରି ମୋʼ ନିକଟକୁ ଆସିଥିଲେ।


ପୁଣି, ତାହାର ଦିନାତିପାତ ନିମନ୍ତେ ବାବିଲର ରାଜାଠାରୁ ନିତ୍ୟ ବୃତ୍ତି ଦିଆଗଲା, ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ, ଆପଣା ଜୀବନର ସମସ୍ତ କାଳ ପ୍ରତିଦିନ ଏକ ନିରୂପିତ ଅଂଶ ପାଇଲା।


ସେତେବେଳେ ସେମାନେ ରାଜାଙ୍କର ପରିବାରବର୍ଗଙ୍କୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ। ଏଣୁ ରାଜା ଯର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ଶିମୀୟି ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା।


Swiv nou:

Piblisite


Piblisite