Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 5:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏଉତ୍ତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଯିବୂଷୀୟମାନଙ୍କ ବିରୁଦ୍ଧରେ ଯିରୂଶାଲମକୁ ଯାତ୍ରା କଲେ, ତହିଁରେ ଦାଉଦ ଏହି ସ୍ଥାନକୁ ଆସି ପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ, ଏହି ସ୍ଥାନକୁ ଆସିପାରିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଏଉତ୍ତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଯିବୂଷୀୟମାନଙ୍କ ବିରୁଦ୍ଧରେ ଯିରୂଶାଲମକୁ ଯାତ୍ରା କଲେ; ତହିଁରେ ଦାଉଦ ଏସ୍ଥାନକୁ ଆସି ପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ, ଏସ୍ଥାନକୁ ଆସି ପାରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

6 ଏଉତ୍ତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଯିବୂଷୀୟମାନଙ୍କ ବିରୁଦ୍ଧରେ ଯିରୂଶାଲମକୁ ଯାତ୍ରା କଲେ, ତହିଁରେ ଦାଉଦ ଏହି ସ୍ଥାନକୁ ଆସି ପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ, ଏହି ସ୍ଥାନକୁ ଆସି ପାରିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ

6 ଏହା ପରେ ରାଜା ଓ ତାଙ୍କର ଲୋକମାନେ ଯିରୁଶାଲମରେ ବାସ କରୁଥିବା ଯିବୂଷୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ଏହି ଯିବୂଷୀୟମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ।” ସେମାନେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସେମାନଙ୍କର ନଗରରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହେବେ।

Gade chapit la Kopi




2 ଶାମୁୟେଲ 5:6
13 Referans Kwoze  

ଏଥିଉତ୍ତାରେ ଯିହୁଦା-ସନ୍ତାନମାନେ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ ଓ ଖଡ୍ଗଧାରରେ ସମସ୍ତଙ୍କୁ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ।


ତୁମ୍ଭମାନଙ୍କ ସହିତ ଯୁଦ୍ଧକାରୀ କଲ୍‍ଦୀୟମାନଙ୍କର ସମୁଦାୟ ସୈନ୍ୟକୁ ତୁମ୍ଭେମାନେ ହତାହତ କଲେ ମଧ୍ୟ ଯଦ୍ୟପି ସେମାନଙ୍କ ମଧ୍ୟରୁ କେବଳ ଆହତ ଲୋକ ଅବଶିଷ୍ଟ ରହନ୍ତି, ତଥାପି ସେମାନଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁରୁ ଉଠିବେ ଓ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।”


ବିନ୍ୟାମୀନ୍-ସନ୍ତାନମାନେ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଲେ ନାହିଁ; ମାତ୍ର ଯିବୂଷୀୟମାନେ ଆଜି ପର୍ଯ୍ୟନ୍ତ ବିନ୍ୟାମୀନ୍-ସନ୍ତାନଗଣ ସହିତ ବାସ କରୁଅଛନ୍ତି।


ଓ ସେଲା ଓ ଏଲଫ ଓ ଯିବୂଷ (ଏହାକୁ ଯିରୂଶାଲମ କହନ୍ତି), ଗିବୀୟା ଓ କିରୀୟଥ୍‍; ଗ୍ରାମ ସମେତ ଏହି ଚଉଦ ନଗର। ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଏହି ଅଧିକାର।


ମାତ୍ର ଯିହୁଦା-ସନ୍ତାନଗଣ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ଏହେତୁ ଯିବୂଷୀୟମାନେ ଅଦ୍ୟାବଧି ଯିହୁଦା-ସନ୍ତାନଗଣ ସହିତ ଯିରୂଶାଲମରେ ବାସ କରୁଅଛନ୍ତି।


ଏହି ମଲ୍‍କୀଷେଦକ ଶାଲେମର ରାଜା ଓ ପରାତ୍ପର ଈଶ୍ବରଙ୍କ ଯାଜକ ଥିଲେ। ସେ ଅବ୍ରହାମ, ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ, ସେ ତାହାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କରିଥିଲେ;


ପୁଣି, ଶାଲେମ୍‍ର ରାଜା ମଲ୍‍କୀଷେଦକ ରୁଟି ଓ ଦ୍ରାକ୍ଷାରସ ଘେନି ଆସିଲେ; ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ;


ଏଣୁ ଯିରୂଶାଲମର ରାଜା ଅଦୋନିଷେଦକ ହିବ୍ରୋଣର ହୋହମ୍‍ ରାଜାର ଓ ଯର୍ମୂତର କିରାମ୍‍ ରାଜାର ଓ ଲାଖୀଶ୍‍ର ଯାଫୀୟ ରାଜାର ଓ ଇଗ୍ଲୋନ୍‍ର ଦବୀର ରାଜାର ନିକଟକୁ କହି ପଠାଇଲା,


କାରଣ ମୁଁ ତୁମ୍ଭ ଦ୍ୱାରା ସୈନ୍ୟ ଉପରେ ଦୌଡ଼େ; ମୁଁ ଆପଣା ପରମେଶ୍ୱରଙ୍କ ଦ୍ୱାରା ପାଚେରୀ ଡିଏଁ।


ଜ୍ଞାନୀ ଲୋକ ବଳବାନର ନଗରରେ ଚଢ଼ି ପ୍ରବେଶ କରେ, ପୁଣି, ତହିଁର ସାହସଦାୟୀ ବଳ ତଳକୁ ଆଣେ।


ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳନିବାସିନୀ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ; ତୁମ୍ଭେମାନେ କହୁଅଛ, ‘ଆମ୍ଭମାନଙ୍କ ବିରୁଦ୍ଧରେ କିଏ ଆସିବ? ଅବା କିଏ ଆମ୍ଭମାନଙ୍କ ନିବାସ ସ୍ଥାନରେ ପ୍ରବେଶ କରିବ?’


Swiv nou:

Piblisite


Piblisite