Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 3:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତହୁଁ ଦାଉଦ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ନିକଟକୁ ବାର୍ତ୍ତାବହମାନଙ୍କୁ ପଠାଇ କହିଲେ, “ମୁଁ ପଲେଷ୍ଟୀୟମାନଙ୍କର ଏକ ଶହ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମୀଖଲକୁ ମୋତେ ଦିଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତହୁଁ ଦାଉଦ ଶାଉଲଙ୍କର ପୁତ୍ର ଈଶ୍ବୋଶତ ନିକଟକୁ ଦୂତମାନଙ୍କୁ ପଠାଇ କହିଲେ, ମୁଁ ପଲେଷ୍ଟୀୟ-ମାନଙ୍କର ଏକ ଶହ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମୀଖଲକୁ ମୋତେ ଦିଅ।

Gade chapit la Kopi

ଓଡିଆ ବାଇବେଲ

14 ତହୁଁ ଦାଉଦ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ନିକଟକୁ ବାର୍ତ୍ତାବହମାନଙ୍କୁ ପଠାଇ କହିଲେ, “ମୁଁ ପଲେଷ୍ଟୀୟମାନଙ୍କର ଏକ ଶହ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମୀଖଲକୁ ମୋତେ ଦିଅ।”

Gade chapit la Kopi

ପବିତ୍ର ବାଇବଲ

14 ଦାଉଦ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌ଙ୍କ ନିକଟକୁ ଏକ ଦୂତ ପଠାଇ କହିଲେ, “ମୋର ସ୍ତ୍ରୀ ମୀଖଲକୁ ମୋତେ ଫେରାଇ ଦିଅ। ଯେହେତୁ ମୁଁ ତାକୁ ପାଇବା ପାଇଁ 100 ଜଣ ପଲେଷ୍ଟୀୟଙ୍କୁ ହତ୍ୟା କରିଛି”।

Gade chapit la Kopi




2 ଶାମୁୟେଲ 3:14
7 Referans Kwoze  

ଏଥିଉତ୍ତାରେ କାଳ ସମ୍ପୂର୍ଣ୍ଣ ନୋହୁଣୁ, ଦାଉଦ ଓ ତାଙ୍କର ଲୋକମାନେ ଉଠିଯାଇ ପଲେଷ୍ଟୀୟମାନଙ୍କର ଦୁଇ ଶହ ଲୋକଙ୍କୁ ବଧ କଲେ; ପୁଣି, ଦାଉଦ ସେମାନଙ୍କର ସୁନ୍ନତ ଚର୍ମ ଆଣିଲେ, ତହୁଁ ସେ ଯେପରି ରାଜାଙ୍କର ଜୁଆଁଇ ହେବେ, ଏଥିପାଇଁ ପୂର୍ଣ୍ଣ ସଂଖ୍ୟାନୁସାରେ ତାହା ରାଜାଙ୍କୁ ଦେଲେ। ତହିଁରେ ଶାଉଲ ତାଙ୍କୁ ଆପଣା କନ୍ୟା ମୀଖଲକୁ ଭାର୍ଯ୍ୟା ରୂପେ ଦାନ କଲେ।


ତହିଁରେ ଶାଉଲ କହିଲେ, “ତୁମ୍ଭେମାନେ ଦାଉଦଙ୍କୁ ଏପରି କୁହ, ‘ରାଜା କିଛି ମୂଲ୍ୟ ଚାହାନ୍ତି ନାହିଁ, ମାତ୍ର ରାଜାଙ୍କ ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ନିମନ୍ତେ ପଲେଷ୍ଟୀୟମାନଙ୍କର ଶହେ ସୁନ୍ନତ ଚର୍ମ ଚାହାନ୍ତି।’” ପଲେଷ୍ଟୀୟମାନଙ୍କ ହସ୍ତ ଦ୍ୱାରା ଦାଉଦଙ୍କୁ ବଧ କରିବା ପାଇଁ ଶାଉଲଙ୍କର ବିଚାର ଥିଲା।


ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ଚାଳିଶ ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜତ୍ୱ କଲା। ମାତ୍ର ଯିହୁଦା ବଂଶ ଦାଉଦଙ୍କର ପଶ୍ଚାଦ୍‍ଗାମୀ ହେଲେ।


ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା।


ମାତ୍ର ଶାଉଲ ଆପଣା ମୀଖଲ ନାମ୍ନୀ କନ୍ୟା ଦାଉଦଙ୍କର ଭାର୍ଯ୍ୟାକୁ ଗଲ୍ଲୀମ ନିବାସୀ ଲୟିଶର ପୁତ୍ର ପଲ୍ଟିକୁ ଦେଇଥିଲେ।


ତହିଁରେ ଈଶ୍‍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟୀୟେଲ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା।


ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରରେ ଉପସ୍ଥିତ ହେବା ବେଳେ ଶାଉଲଙ୍କର କନ୍ୟା ମୀଖଲ ଝରକା ଦେଇ ଅନାଇ ଦାଉଦ ରାଜାଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ କୁଦିବାର ଓ ନାଚିବାର ଦେଖିଲା; ଏଣୁ ସେ ଆପଣା ମନେ ମନେ ତାଙ୍କୁ ତୁଚ୍ଛ କଲା।


Swiv nou:

Piblisite


Piblisite