Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 24:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ପୁଣି ଦାଉଦ ସେହି ବିନାଶକ ଦୂତଙ୍କୁ ଦେଖି ସଦାପ୍ରଭୁଙ୍କୁ କହିଲେ, “ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି; ମାତ୍ର ଏହି ମେଷଗଣ କଅଣ କଲେ? ବିନୟ କରୁଅଛି, ତୁମ୍ଭ ହସ୍ତ ମୋʼ ବିରୁଦ୍ଧରେ ଓ ମୋʼ ପିତୃଗୃହର ବିରୁଦ୍ଧରେ ହେଉ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ପୁଣି ଦାଉଦ ସେହି ବିନାଶକ ଦୂତକୁ ଦେଖି ସଦାପ୍ରଭୁଙ୍କୁ କହିଲେ, ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି; ମାତ୍ର ଏହି ମେଷଗଣ କଅଣ କଲେ? ବିନୟ କରୁଅଛି, ତୁମ୍ଭ ହସ୍ତ ମୋʼ ପ୍ରତିକୂଳରେ ଓ ମୋʼ ପିତୃଗୃହର ପ୍ରତିକୂଳରେ ହେଉ।

Gade chapit la Kopi

ଓଡିଆ ବାଇବେଲ

17 ପୁଣି ଦାଉଦ ସେହି ବିନାଶକ ଦୂତଙ୍କୁ ଦେଖି ସଦାପ୍ରଭୁଙ୍କୁ କହିଲେ, “ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି; ମାତ୍ର ଏହି ମେଷଗଣ କଅଣ କଲେ ? ବିନୟ କରୁଅଛି, ତୁମ୍ଭ ହସ୍ତ ମୋ’ ବିରୁଦ୍ଧରେ ଓ ମୋ’ ପିତୃଗୃହର ବିରୁଦ୍ଧରେ ହେଉ।”

Gade chapit la Kopi

ପବିତ୍ର ବାଇବଲ

17 ପୁଣି ଦାଉଦ ସେହି ସଂହାରକ ଦୂତକୁ ଦେଖି ସଦାପ୍ରଭୁଙ୍କୁ କହିଲେ, “ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି। ମାତ୍ର ଏହି ମେଷଗଣ କ’ଣ କଲେ? ବିନୟ କରୁଅଛି ତୁମ୍ଭ ହସ୍ତ ମୋ’ ପ୍ରତିକୂଳରେ ଓ ମୋ’ ପିତୃଗୃହର ପ୍ରତିକୂଳରେ ହେଉ।”

Gade chapit la Kopi




2 ଶାମୁୟେଲ 24:17
23 Referans Kwoze  

ହେ ପରମେଶ୍ୱର, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ସଦାକାଳ ପରିତ୍ୟାଗ କରିଅଛ? ତୁମ୍ଭ ଚରାସ୍ଥାନର ମେଷଗଣ ବିରୁଦ୍ଧରେ କାହିଁକି ତୁମ୍ଭ କ୍ରୋଧାନଳର ଧୂମ ଉଠୁଅଛି?


ଏହିରୂପେ ଦାଉଦ ଲୋକମାନଙ୍କୁ ଗଣନା କରାଇଲା ଉତ୍ତାରେ ତାଙ୍କ ହୃଦୟ ତାଙ୍କୁ ଆଘାତ କଲା। ତହୁଁ ଦାଉଦ ସଦାପ୍ରଭୁଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଅଛି; ମାତ୍ର ଏବେ ହେ ସଦାପ୍ରଭୋ, ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି।”


ଏହେତୁ ମୁଁ ଆପଣାକୁ ଘୃଣା କରୁଅଛି, ପୁଣି ଧୂଳି ଓ ଭସ୍ମରେ ବସି ଅନୁତାପ କରୁଅଛି।”


“ହେ ଖଡ୍ଗ, ଆମ୍ଭ ପାଳକର ବିରୁଦ୍ଧରେ ଓ ଆମ୍ଭ ସଖା-ମନୁଷ୍ୟର ବିରୁଦ୍ଧରେ ଜାଗ୍ରତ ହୁଅ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ପାଳକକୁ ଆଘାତ କର, ତହିଁରେ ମେଷଗଣ ଛିନ୍ନଭିନ୍ନ ହୋଇଯିବେ ଓ ଆମ୍ଭେ କ୍ଷୁଦ୍ର ଲୋକମାନଙ୍କର ଉପରେ ଆପଣା ହସ୍ତ ଫେରାଇବା।


ତେବେ ମୁଁ କହିଲି, “ହାୟ ହାୟ! ମୁଁ ନଷ୍ଟ ହେଲି; କାରଣ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ମନୁଷ୍ୟ ଓ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି; ତଥାପି ମୋହର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କୁ ଦେଖିଅଛି!”


ଖାଦ୍ୟ ନିମନ୍ତେ ନିରୂପିତ ମେଷଗଣ ତୁଲ୍ୟ ତୁମ୍ଭେ ଆମ୍ଭମାନଙ୍କୁ ସମର୍ପଣ କରିଅଛ ଓ ନାନା ଗୋଷ୍ଠୀ ମଧ୍ୟରେ ଆମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛ।


ହେ ମନୁଷ୍ୟ-ପ୍ରହରୀ, ମୁଁ ପାପ କଲେ ତୁମ୍ଭର କʼଣ କରେ? କାହିଁକି ତୁମ୍ଭେ ମୋତେ ଆପଣା ଲକ୍ଷ୍ୟ ରୂପେ ରଖିଅଛ? ତେଣୁ ମୁଁ ଆପଣା ପ୍ରତି ଭାର ସ୍ୱରୂପ ହେଉଅଛି?


ଏଥିରେ ସେ କହିଲା, “ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ଏମାନଙ୍କର କର୍ତ୍ତା ନାହିଁ; ଏମାନେ ପ୍ରତ୍ୟେକେ କୁଶଳରେ ଆପଣା ଆପଣା ଗୃହକୁ ଫେରି ଯାଉନ୍ତୁ।’”


ଏଣୁ ନିବେଦନ କରୁଅଛି, ପ୍ରଭୁଙ୍କ ନିକଟରେ ଏହି ଯୁବାର ପରିବର୍ତ୍ତେ ଆପଣଙ୍କ ଦାସ ମୁଁ ଆପଣଙ୍କ ଦାସ ହୋଇଥାଏ, ମାତ୍ର ଏହି ଯୁବାକୁ ଭାଇମାନଙ୍କ ସଙ୍ଗରେ ବିଦାୟ କରନ୍ତୁ।


ଏଥିଉତ୍ତାରେ ଅବ୍ରହାମ ନିକଟକୁ ଯାଇ କହିଲେ, “ଆପଣ କି ଦୁଷ୍ଟ ସହିତ ଧାର୍ମିକକୁ ସଂହାର କରିବେ?


ଏଣୁ ଏବେ ତୁମ୍ଭେ ଆମ୍ଭ ଦାସ ଦାଉଦଙ୍କୁ ଏପରି କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳାରୁ, ମେଷମାନଙ୍କ ପଶ୍ଚାଦ୍‍ଗମନରୁ ଗ୍ରହଣ କଲୁ;


ତହିଁରେ ସେ ସେମାନଙ୍କୁ କହିଲେ, “ମୋତେ ଧରି ସମୁଦ୍ରରେ ପକାଇଦିଅ; ତହିଁରେ ସମୁଦ୍ର ତୁମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ; କାରଣ ମୋʼ ସକାଶୁ ତୁମ୍ଭମାନଙ୍କ ନିକଟରେ ଏହି ମହାତୋଫାନ ଉପସ୍ଥିତ ହୋଇଅଛି ବୋଲି ମୁଁ ଜାଣେ।”


ତହୁଁ ଫାରୋ ଶୀଘ୍ର ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ମୁଁ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ପାପ କରିଅଛି।


ତହିଁରେ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, “ହେ ପରମେଶ୍ୱର, ହେ ସମସ୍ତ ଶରୀରସ୍ଥ ଆତ୍ମାର ପରମେଶ୍ୱର, ଏକ ଜଣ ପାପ କଲେ କି ତୁମ୍ଭେ ସମସ୍ତ ମଣ୍ଡଳୀ ଉପରେ କୋପାନ୍ୱିତ ହେବ?”


ସେତେବେଳେ ଦାଉଦ ନାଥନଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।” ଏଥିରେ ନାଥନ ଦାଉଦଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି; ତୁମ୍ଭେ ମରିବ ନାହିଁ।


ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ; ମୁଁ କହିଲି, “ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି,” ତହିଁରେ ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ। [ସେଲା]


ସେ ଆପଣା ଲୋକ ଯାକୁବକୁ ଓ ଆପଣା ଅଧିକାର ଇସ୍ରାଏଲକୁ ପ୍ରତିପାଳନ କରିବା ନିମନ୍ତେ ସ୍ତନ୍ୟଦାୟିନୀ ମେଷୀଗଣ ପଛରୁ ତାଙ୍କୁ ଆଣିଲେ।


Swiv nou:

Piblisite


Piblisite