Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 23:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍କାର କରନ୍ତେ ଓ ଇସ୍ରାଏଲ ଲୋକମାନେ ପଳାନ୍ତେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍କାର କରନ୍ତେ ଓ ଇସ୍ରାଏଲ-ଲୋକମାନେ ପଳାନ୍ତେ,

Gade chapit la Kopi

ଓଡିଆ ବାଇବେଲ

9 ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍‍କାର କରନ୍ତେ ଓ ଇସ୍ରାଏଲ ଲୋକମାନେ ପଳାନ୍ତେ,

Gade chapit la Kopi

ପବିତ୍ର ବାଇବଲ

9 ତା'ପରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ଜଣ ଶକ୍ତିଶାଳୀ ବୀରଙ୍କ ମଧ୍ୟରେ ଜଣେ ଥିଲା, ଯେତେବେଳେ ସେମାନେ ପଲେଷ୍ଟୀୟମାନଙ୍କୁ ମୁକାବୁଲା କଲେ, ସେମାନେ ଦାଉଦଙ୍କ ସହିତ ଥିଲେ। ସେମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ କିନ୍ତୁ ଇସ୍ରାଏଲ ଲୋକମାନେ ଦୌଡ଼ି ପଳାଇଲେ।

Gade chapit la Kopi




2 ଶାମୁୟେଲ 23:9
12 Referans Kwoze  

ଦ୍ୱିତୀୟ ମାସର ପାଳି ଉପରେ ଅହୋହୀୟ ଦୋଦୟ ଓ ତାହାର ଦଳୀୟ ଲୋକ ଥିଲେ; ମିକ୍ଲୋତ୍‍ ଶାସକ ଥିଲା ଓ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।


ସେତେବେଳେ ଦାଉଦ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ପଚାରିଲେ, “ଯେଉଁ ଜନ ଏହି ପଲେଷ୍ଟୀୟକୁ ବଧ କରି ଇସ୍ରାଏଲର ଅପମାନ ଦୂର କରିବ, ତାହା ପ୍ରତି କʼଣ କରାଯିବ? କାରଣ, ଏହି ଅସୁନ୍ନତ ପଲେଷ୍ଟୀୟ କିଏ ଯେ, ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିବ?”


ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ।


ପୁଣି, ଆମ୍ଭେ ଅନାଇଲୁ, ଆଉ ସାହାଯ୍ୟ କରିବାକୁ କେହି ନ ଥିଲା ଓ ସହାୟ ହେବାକୁ କେହି ନ ଥିବାରୁ ଆମ୍ଭେ ଚମତ୍କୃତ ହେଲୁ; ଏନିମନ୍ତେ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।


“ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ଆପଣା କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ; ଏଣୁ ସେମାନଙ୍କ ପ୍ରାଣରକ୍ତର ଛିଟା ଆମ୍ଭ ବସ୍ତ୍ରରେ ପଡ଼ିଲା ଓ ଆମ୍ଭେ ଆପଣାର ପରିହିତ ବସ୍ତ୍ରସବୁ ଦାଗଯୁକ୍ତ କରିଅଛୁ।


ଆପଣଙ୍କ ଦାସ ସିଂହ ଓ ଭାଲୁ ଉଭୟ ବଧ କରିଅଛି; ପୁଣି, ଏହି ଅସୁନ୍ନତ ପଲେଷ୍ଟୀୟ ସେମାନଙ୍କର ଗୋଟିକ ପରି ହେବ, କାରଣ ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିଅଛି।”


ଆହୁରି ସେ ପଲେଷ୍ଟୀୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟଶ୍ରେଣୀକୁ ତୁଚ୍ଛ କରୁଅଛି; ମୋତେ ଜଣେ ଲୋକ ଦିଅ, ଆମ୍ଭେମାନେ ପରସ୍ପର ଯୁଦ୍ଧ କରିବୁ।”


ଅବୀଶୂୟ, ନାମାନ୍‍, ଆହୋହ,


ଯେବେ କେହି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତେବେ ଦୁଇ ଜଣ ତାହାର ପ୍ରତିବାଧା କରିବେ; ପୁଣି, ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିଯାଏ ନାହିଁ।


Swiv nou:

Piblisite


Piblisite