Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 21:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଗିବୀୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ, ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗି ଦେଲେ, ପୁଣି ସେ ସାତ ଜଣଯାକ ଏକାବେଳେ ମଲେ; ସେମାନେ ପ୍ରଥମ ଶସ୍ୟଚ୍ଛେଦନ ସମୟରେ, ଅର୍ଥାତ୍‍, ଯବଚ୍ଛେଦନର ଆରମ୍ଭ ସମୟରେ ହତ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଗିବୀୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ, ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗିଦେଲେ, ପୁଣି ସେ ସାତ ଜଣଯାକ ଏକାବେଳେ ମାରା ପଡ଼ିଲେ; ସେମାନେ ପ୍ରଥମ ଶସ୍ୟଚ୍ଛେଦନ ସମୟରେ, ଅର୍ଥାତ୍, ଯବଚ୍ଛେଦନର ଆରମ୍ଭ ସମୟରେ ହତ ହେଲେ।

Gade chapit la Kopi

ଓଡିଆ ବାଇବେଲ

9 ଗିବୀୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ, ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗି ଦେଲେ, ପୁଣି ସେ ସାତ ଜଣଯାକ ଏକାବେଳେ ମଲେ; ସେମାନେ ପ୍ରଥମ ଶସ୍ୟଚ୍ଛେଦନ ସମୟରେ, ଅର୍ଥାତ୍‍, ଯବଚ୍ଛେଦନର ଆରମ୍ଭ ସମୟରେ ହତ ହେଲେ।

Gade chapit la Kopi

ପବିତ୍ର ବାଇବଲ

9 ସେମାନଙ୍କୁ ରାଜା ଗିବିୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ। ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗି ଦେଲେ, ପୁଣି ସେ ସାତ ଜଣ ଯାକ ଏକା ବେଳେ ମାରା ପଡ଼ିଲେ। ସେମାନେ ପ୍ରଥମ ଶସ୍ୟଛେଦନ ସମୟରେ ଅର୍ଥାତ୍ ଯବ ଛେଦନର ଆରମ୍ଭ ସମୟରେ ହତ ହେଲେ।

Gade chapit la Kopi




2 ଶାମୁୟେଲ 21:9
13 Referans Kwoze  

ଏହିରୂପେ ନୟମୀ ଓ ମୋୟାବ ଦେଶରୁ ଆସିଥିବା ତାହାର ପୁତ୍ରବଧୂ ସେହି ମୋୟାବ ଦେଶୀୟା ରୂତ ଫେରି ଆସିଲେ; ସେମାନେ ଯବ-ଶସ୍ୟଚ୍ଛେଦନର ଆରମ୍ଭ ସମୟରେ ବେଥଲିହିମରେ ଉପସ୍ଥିତ ହେଲେ।


ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହେଉନ୍ତୁ, ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ଶାଉଲର ଗିବୀୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା।” ଏଥିରେ ରାଜା କହିଲେ, “ମୁଁ ସେମାନଙ୍କୁ ସମର୍ପି ଦେବି।”


ଏଥିରେ ଦାଉଦ ମୀଖଲକୁ କହିଲେ, “ତାହା ତ ସଦାପ୍ରଭୁଙ୍କ ସମ୍ମୁଖରେ ହେଲା, ସେ ତ ତୁମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ରୂପେ ନିଯୁକ୍ତ କରିବାକୁ ମୋତେ ମନୋନୀତ କରିଅଛନ୍ତି; ଏହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆମୋଦ କରିବି।


ଏଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଭିତରକୁ ଆଣି ସେହି ସ୍ଥାନରେ, ଅର୍ଥାତ୍‍, ତହିଁ ପାଇଁ ଦାଉଦ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ତହୁଁ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।


ମାତ୍ର ଶାମୁୟେଲ କହିଲେ, “ତୁମ୍ଭର ଖଡ୍ଗ ଯେପରି ସ୍ତ୍ରୀମାନଙ୍କୁ ସନ୍ତାନହୀନ କରିଅଛି, ସେପରି ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହୀନ ହେବ।” ତହୁଁ ଶାମୁୟେଲ ଗିଲ୍‍ଗଲ୍‍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଅଗାଗକୁ ଖଣ୍ଡ ଖଣ୍ଡ କରି ହାଣିଲେ।


ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ, ପୁଣି, ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;


ସେସମୟରେ ଫେସି ଓ ଯବ ସବୁ ନଷ୍ଟ ହେଲା, କାରଣ ଯବ ଶିଷାଯୁକ୍ତ ଓ ଫେସି ପୁଷ୍ପିତ ଥିଲା।


ମାତ୍ର ଗହମ ଓ ଜହ୍ନା ବଡ଼ ହୋଇ ନ ଥିବାରୁ ନଷ୍ଟ ହେଲା ନାହିଁ।


ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲୋକମାନଙ୍କର ସମସ୍ତ ପ୍ରଧାନବର୍ଗଙ୍କୁ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ସମ୍ମୁଖରେ ସେମାନଙ୍କୁ ଟଙ୍ଗାଅ, ତହିଁରେ ଇସ୍ରାଏଲଠାରୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଫେରିବ।”


ଆଉ କୌଣସି ମନୁଷ୍ୟ ମୃତ୍ୟୁୁଯୋଗ୍ୟ ପାପ କଲେ, ଯେବେ ତାହାର ପ୍ରାଣଦଣ୍ଡ ହୁଏ ଓ ତୁମ୍ଭେ ତାହାକୁ ବୃକ୍ଷରେ ଟଙ୍ଗାଇ ଦିଅ।


Swiv nou:

Piblisite


Piblisite