Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 19:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ପୁଣି ତାହା ସଙ୍ଗେ ବିନ୍ୟାମୀନୀୟ ଏକ ସହସ୍ର ଲୋକ ଥିଲେ, ଆଉ ଶାଉଲଙ୍କ ଗୃହର ଦାସ ସୀବଃ ଓ ତାଙ୍କର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ତାଙ୍କ ସଙ୍ଗରେ ଥିଲେ। ସେମାନେ ରାଜାଙ୍କ ସାକ୍ଷାତରେ ଯର୍ଦ୍ଦନରେ ପଶି ପାର ହୋଇଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ପୁଣି ତାହା ସଙ୍ଗେ ବିନ୍ୟାମୀନୀୟ ଏକ ସହସ୍ର ଲୋକ ଥିଲେ, ଆଉ ଶାଉଲଙ୍କ ଗୃହର ଦାସ ସୀବଃ ଓ ତାଙ୍କର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ତାଙ୍କ ସଙ୍ଗରେ ଥିଲେ। ସେମାନେ ରାଜାଙ୍କ ସାକ୍ଷାତରେ ଯର୍ଦ୍ଦନରେ ପଶି ପାର ହୋଇଗଲେ।

Gade chapit la Kopi

ଓଡିଆ ବାଇବେଲ

17 ପୁଣି ତାହା ସଙ୍ଗେ ବିନ୍ୟାମୀନୀୟ ଏକ ସହସ୍ର ଲୋକ ଥିଲେ, ଆଉ ଶାଉଲଙ୍କ ଗୃହର ଦାସ ସୀବଃ ଓ ତାଙ୍କର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ତାଙ୍କ ସଙ୍ଗରେ ଥିଲେ। ସେମାନେ ରାଜାଙ୍କ ସାକ୍ଷାତରେ ଯର୍ଦ୍ଦନରେ ପଶି ପାର ହୋଇଗଲେ।

Gade chapit la Kopi

ପବିତ୍ର ବାଇବଲ

17 ବିନ୍ୟାମୀନ ପରିବାରବର୍ଗର 1,000 ଲୋକ ଶିମିୟି ସଙ୍ଗରେ ଆସିଲେ। ସୀବଃ ଶାଉଲ ପରିବାରର ଦାସ, ତାଙ୍କ ସହିତ ତାଙ୍କର ପନ୍ଦର ଜଣ ପୁଅଙ୍କୁ ଓ କୋଡ଼ିଏ ଜଣ ଗ୍ଭକରକୁ ଆଣିଲେ। ଏ ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।

Gade chapit la Kopi




2 ଶାମୁୟେଲ 19:17
8 Referans Kwoze  

ତହିଁରେ ଲୋକମାନେ ସୀବଃ ନାମକ ଶାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡାକନ୍ତେ, ରାଜା ତାହାକୁ ପଚାରିଲେ, “ତୁମ୍ଭେ କି ସୀବଃ?” ତହୁଁ ସେ କହିଲା, “ଆପଣଙ୍କ ଦାସ ସେହି।”


ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତହିଁର ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍‍ ନିତ୍ୟ ମୋହର ମେଜରେ ଭୋଜନ କରିବ।” ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ।


ସେତେବେଳେ ସେମାନେ ରାଜାଙ୍କର ପରିବାରବର୍ଗଙ୍କୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ। ଏଣୁ ରାଜା ଯର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ଶିମୀୟି ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା।


ଏଣୁ ତାହାର ସ୍ୱାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ନଗର ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା। ଏଥିରେ ଅବ୍‍ନର ତାହାକୁ କହିଲା, “ଯାଅ ଗୃହକୁ ଫେରିଯାଅ,” ତହୁଁ ସେ ଫେରିଗଲା।


ଏଥିଉତ୍ତାରେ ଦାଉଦ ରାଜା ବହୁରୀମରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ଶିମୀୟି, ସେ ଗେରାର ପୁତ୍ର; ସେ ବାହାରି ଆସିବା ବେଳେ ଅଭିଶାପ ଦେଉ ଦେଉ ଆସିଲା।


ଆଉ ଦେଖ, ତୁମ୍ଭ ନିକଟରେ ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମୀୟି ଅଛି; ମୁଁ ମହନୟିମକୁ ଯିବା ଦିନ ସେ ମୋତେ ଦାରୁଣ ଅଭିଶାପରେ ଅଭିଶାପ ଦେଇଥିଲା, ମାତ୍ର, ସେ ଯର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଆସିଥିଲା ଓ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଥିଲି, ମୁଁ ତୁମ୍ଭକୁ ଖଡ୍ଗରେ ବଧ କରିବି ନାହିଁ।


Swiv nou:

Piblisite


Piblisite