Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 18:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି ଦାଉଦ ଯୋୟାବ ହସ୍ତରେ ସୈନ୍ୟମାନଙ୍କର ତୃତୀୟାଂଶ ଓ ଯୋୟାବର ଭ୍ରାତା, ସରୁୟାର ପୁତ୍ର ଅବୀଶୟ ହସ୍ତରେ ତୃତୀୟାଂଶ ଓ ଗାଥୀୟ ଇତ୍ତୟ ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ। ଆଉ ରାଜା ଲୋକମାନଙ୍କୁ କହିଲେ, “ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପୁଣି ଦାଉଦ ଯୋୟାବ ହସ୍ତରେ ଲୋକମାନଙ୍କର ତୃତୀୟାଂଶ ଓ ଯୋୟାବର ଭ୍ରାତା, ସରୁୟାର ପୁତ୍ର ଅବୀଶୟ ହସ୍ତରେ ତୃତୀୟାଂଶ ଓ ଗାଥୀୟ ଇତ୍ତୟ ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ। ଆଉ ରାଜା ଲୋକମାନଙ୍କୁ କହିଲେ, ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି।

Gade chapit la Kopi

ଓଡିଆ ବାଇବେଲ

2 ପୁଣି ଦାଉଦ ଯୋୟାବ ହସ୍ତରେ ସୈନ୍ୟମାନଙ୍କର ତୃତୀୟାଂଶ ଓ ଯୋୟାବର ଭ୍ରାତା, ସରୁୟାର ପୁତ୍ର ଅବୀଶୟ ହସ୍ତରେ ତୃତୀୟାଂଶ ଓ ଗାଥୀୟ ଇତ୍ତୟ ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ। ଆଉ ରାଜା ଲୋକମାନଙ୍କୁ କହିଲେ, “ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି।”

Gade chapit la Kopi

ପବିତ୍ର ବାଇବଲ

2 ଦାଉଦ ତାଙ୍କର ଲୋକମାନଙ୍କୁ ମୋଟ ତିନି ଭାଗରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀୟାଂଶ ଲୋକମାନଙ୍କ ଉପରେ ନିଯୁକ୍ତି ହେଲେ। ଅନ୍ୟ ଏକ ତୃତୀୟାଂଶ ଯୋୟାବର ଭାଇ ସରୁୟାର ପୁତ୍ର ଅବୀଶୟର ଆଦେଶର ଅଧୀନରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀୟାଂଶ ଗାଥ୍‌ର ଇତ୍ତୟ ଆଦେଶର ଅଧୀନରେ ଥିଲେ। ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କ ସହିତ ଯୁଦ୍ଧକୁ ଯିବି।”

Gade chapit la Kopi




2 ଶାମୁୟେଲ 18:2
14 Referans Kwoze  

ତହୁଁ ସେ ସେହି ତିନି ଶହ ଲୋକଙ୍କୁ ତିନି ଦଳରେ ବିଭାଗ କରି ସେସମସ୍ତଙ୍କ ହସ୍ତରେ ତୂରୀ ଓ ଶୂନ୍ୟ କଳସ ଓ କଳସ ମଧ୍ୟରେ ଦିହୁଡ଼ି ଦେଲେ।


ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତ ଅୟୁତ ଅୟୁତ ଲୋକଙ୍କୁ ଭୟ କରିବି ନାହିଁ।


ମାତ୍ର ମୋହର ମନ୍ତ୍ରଣା ଏହି ଯେ, ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲ ସମୁଦ୍ରତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହେଉନ୍ତୁ; ପୁଣି ଆପଣ ସ୍ୱୟଂ ଯୁଦ୍ଧକୁ ଯାଉନ୍ତୁ।


ପରଦିନ ଶାଉଲ ଲୋକମାନଙ୍କୁ ତିନି ଦଳ କଲେ; ତେଣୁ ସେମାନେ ପ୍ରଭାତୀୟ ପ୍ରହରରେ ଅମ୍ମୋନୀୟମାନଙ୍କ ଛାଉଣି ମଧ୍ୟକୁ ଯାଇ ଖରାବେଳ ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ; ତହିଁରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ଏପରି ଛିନ୍ନଭିନ୍ନ ହେଲେ ଯେ, ସେମାନଙ୍କର ଦୁଇ ଜଣ ଏକତ୍ର ରହିଲେ ନାହିଁ।


ତେଣୁ ସେ ଲୋକ ନେଇ ତିନି ଦଳ କରି କ୍ଷେତ୍ର ମଧ୍ୟରେ ଛକି ବସିଲା; ପୁଣି ସେ ଅନାଇଲା ଯେ, ଦେଖ, ଲୋକମାନେ ନଗରରୁ ବାହାରି ଆସୁଅଛନ୍ତି; ତହିଁରେ ସେ ସେମାନଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ଆଘାତ କଲା।


ଏଥିଉତ୍ତାରେ ମଧ୍ୟାହ୍ନ-ପ୍ରହରର ଆରମ୍ଭରେ ମିଦୀୟନୀୟମାନେ ନୂତନ ପ୍ରହରୀ ସ୍ଥାପନ କରନ୍ତେ, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ଏକ ଶହ ଲୋକ ଛାଉଣିର ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ; ପୁଣି ସେମାନେ ତୂରୀ ବଜାଇ ସେମାନଙ୍କ ହସ୍ତରେ ଥିବା କଳସ କଚାଡ଼ି ଭାଙ୍ଗି ପକାଇଲେ।


ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା। ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା।


ଏଉତ୍ତାରେ ଯୋୟାବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଯୋୟାବ ଯଦ୍ୟପି ଅବଶାଲୋମର ଅନୁଗାମୀ ହେବା ପାଇଁ ବିପଥଗାମୀ ହୋଇ ନ ଥିଲା, ତଥାପି ଅଦୋନୀୟର ଅନୁଗାମୀ ହେବା ପାଇଁ ବିପଥଗାମୀ ହେଲା। ସେଥିସକାଶୁ ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦିର ଶୃଙ୍ଗ ଧରିପକାଇଲା।


ଆଉ ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ ଥିଲା;


ମାତ୍ର ସରୁୟାର ପୁତ୍ର ଅବୀଶୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲେଷ୍ଟୀୟକୁ ଆଘାତ କରି ବଧ କଲା। ସେତେବେଳେ ଦାଉଦଙ୍କର ଲୋକମାନେ ତାଙ୍କ ନିକଟରେ ଶପଥ କରି କହିଲେ, “ଯେପରି ତୁମ୍ଭେ ଇସ୍ରାଏଲର ପ୍ରଦୀପ ନ ଲିଭାଅ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ।”


Swiv nou:

Piblisite


Piblisite