Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 18:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଉ ସୈନ୍ୟମାନେ ଅବଶାଲୋମଙ୍କୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତରରାଶି କଲେ; ତହୁଁ ସମସ୍ତ ଇସ୍ରାଏଲ ଆପଣା ତମ୍ବୁକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଉ ଲୋକମାନେ ଅବଶାଲୋମକୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତରରାଶି କଲେ; ତହୁଁ ସମସ୍ତ ଇସ୍ରାଏଲ ପଳାଇ ପ୍ରତ୍ୟେକେ ଆପଣା ତମ୍ଵୁକୁ ଗଲେ।

Gade chapit la Kopi

ଓଡିଆ ବାଇବେଲ

17 ଆଉ ସୈନ୍ୟମାନେ ଅବଶାଲୋମଙ୍କୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତରରାଶି କଲେ; ତହୁଁ ସମସ୍ତ ଇସ୍ରାଏଲ ଆପଣା ତମ୍ବୁକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ

17 ତା'ପରେ ଯୋୟାବର ଲୋକମାନେ ଅବଶାଲୋମର ମୃତ ଶରୀରକୁ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକୁ ପଥର ପକେଇ ପୋତି ଦେଲେ। ଯେଉଁ ଇସ୍ରାଏଲୀୟମାନେ ଅବଶାଲୋମଙ୍କର ସାଙ୍ଗ ଦେଇଥିଲେ, ସେମାନେ ସେମାନଙ୍କର ଗୃହକୁ ପଳାୟନ କଲେ।

Gade chapit la Kopi




2 ଶାମୁୟେଲ 18:17
15 Referans Kwoze  

ଏଉତ୍ତାରେ ସେ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ବୃକ୍ଷରେ ଟଙ୍ଗାଇ ରଖିଲେ, ମାତ୍ର ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କର ଶବ ବୃକ୍ଷରୁ ତଳକୁ ଆଣି ନଗରଦ୍ୱାର-ପ୍ରବେଶ ସ୍ଥାନରେ ପକାଇ; ତହିଁ ଉପରେ ପ୍ରସ୍ତରର ଏକ ବଡ଼ ଢିପି କଲେ; ତାହା ଆଜିଯାଏ ଅଛି।


ଆଉ ସେମାନେ ତାହା ଉପରେ ଏକ ବୃହତ ପ୍ରସ୍ତର ଢିପି କଲେ, ତାହା ଆଜିଯାଏ ଅଛି; ଏହିରୂପେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜିଯାଏ ଆଖୋର୍‍ ଉପତ୍ୟକା ବୋଲି ଖ୍ୟାତ ଅଛି।


ଧାର୍ମିକର ସ୍ମରଣ ଧନ୍ୟ, ମାତ୍ର ଦୁଷ୍ଟର ନାମ ପଚିଯିବ।


ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହୁଁ ଲୋକମାନେ ବିଖ୍ରିିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ। ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ। ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ ନିକଟକୁ ଫେରିଗଲା।


ସେହି ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ।”


ତହିଁରେ ରାଜା ଉଠି ନଗର-ଦ୍ୱାରରେ ବସିଲେ। ସେତେବେଳେ ସମସ୍ତ ଲୋକଙ୍କୁ କୁହାଗଲା, ଦେଖ, ରାଜା ନଗର-ଦ୍ୱାରରେ ବସିଅଛନ୍ତି; ତହୁଁ ସମସ୍ତ ଲୋକ ରାଜାଙ୍କ ସମ୍ମୁଖକୁ ଆସିଲେ। ଏଥିମଧ୍ୟରେ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ପଳାଇ ଯାଇଥିଲେ।


ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ଆପଣାମାନଙ୍କୁ ଲୁଚାଇଥିଲେ, ତହିଁ ଭିତରେ ପକାଇଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଥୋଇଲେ; ତାହା ଆଜିଯାଏ ଅଛି।


ପୁଣି ସେମାନେ ତାହାର ନଗରସ୍ଥ ପ୍ରାଚୀନମାନଙ୍କୁ କହିବେ, “ଆମ୍ଭମାନଙ୍କର ଏହି ପୁତ୍ର ଅବାଧ୍ୟ ଓ ବିରୋଧୀ, ସେ ଆମ୍ଭମାନଙ୍କ କଥା ମାନେ ନାହିଁ; ସେ ପେଟୁକ ଓ ମଦୁଆ ଅଟେ।”


ତହିଁରେ ତାହାର ନଗରସ୍ଥ ସମସ୍ତ ପୁରୁଷ ତାହାକୁ ପଥର ପକାଇ ବଧ କରିବେ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ, ତହିଁରେ ସମୁଦାୟ ଇସ୍ରାଏଲ ଶୁଣିବେ ଓ ଭୟ କରିବେ।


ତହିଁରେ ପଲେଷ୍ଟୀୟମାନେ ଯୁଦ୍ଧ କଲେ ଓ ଇସ୍ରାଏଲ ପରାସ୍ତ ହୋଇ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ; ସେତେବେଳେ ଅତି ମହାସଂହାର ହେଲା; କାରଣ ଇସ୍ରାଏଲ ମଧ୍ୟରୁ ତିରିଶ ହଜାର ପଦାତିକ ମାରା ପଡ଼ିଲେ।


ତହିଁରେ ଯୋରାମ୍‍ ଓ ତାଙ୍କ ସଙ୍ଗେ ସମସ୍ତ ରଥ ସାୟୀରକୁ ଯାତ୍ରା କଲେ; ପୁଣି ସେ ରାତ୍ରିକାଳରେ ଉଠି ଆପଣା ଚତୁର୍ଦ୍ଦିଗ ବେଷ୍ଟିତ ଇଦୋମୀୟମାନଙ୍କୁ ଓ ରଥାଧ୍ୟକ୍ଷମାନଙ୍କୁ ସଂହାର କଲେ; ଏଥିରେ ଲୋକମାନେ ଆପଣା ଆପଣା ତମ୍ବୁକୁ ପଳାଇଲେ।


ଏଥିରେ ଇସ୍ରାଏଲ ସମ୍ମୁଖରେ ଯିହୁଦା ପରାସ୍ତ ହେଲା; ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ।


ଏଉତ୍ତାରେ ଯୋୟାବ ଗୃହ ଭିତରକୁ ରାଜାଙ୍କ ନିକଟକୁ ଆସି କହିଲା, “ଯେଉଁମାନେ ଆଜି ଆପଣଙ୍କ ଜୀବନ ଓ ଆପଣଙ୍କ ପୁତ୍ରକନ୍ୟାଗଣର ଜୀବନ ଓ ଭାର୍ଯ୍ୟାମାନଙ୍କ ଜୀବନ ଓ ଆପଣଙ୍କ ଉପପତ୍ନୀମାନଙ୍କ ଜୀବନ ରକ୍ଷା କଲେ, ଆପଣ ଆଜି ନିଜର ସେହି ସମସ୍ତ ଦାସଙ୍କୁ ଲଜ୍ଜିତ କରିଅଛନ୍ତି;


ଆଉ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ସମସ୍ତ ଲୋକ ପରସ୍ପର କଳହ କରି କହୁଥିଲେ, “ରାଜା ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିଥିଲେ ଓ ପଲେଷ୍ଟୀୟମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ ଏବେ ସେ ଅବଶାଲୋମ ଭୟରେ ଦେଶରୁ ପଳାଇଅଛନ୍ତି।


Swiv nou:

Piblisite


Piblisite