Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 13:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି ସେ ପାତ୍ର ନେଇ ତାହା ଆଗରେ ତାହା ଦେଲା, ମାତ୍ର ସେ ଭୋଜନ କରିବାକୁ ମନା କଲା। ଆଉ ଅମ୍ନୋନ ସେବକଙ୍କୁ କହିଲା, “ଆମ୍ଭ ନିକଟରୁ ସମସ୍ତଙ୍କୁ ବାହାର କରିଦିଅ।” ତହିଁରେ ସମସ୍ତେ ତାହା ନିକଟରୁ ବାହାରିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି ସେ ପାତ୍ର ନେଇ ତାହା ଆଗରେ ତାହା ଅଜାଡ଼ିଲା, ମାତ୍ର ସେ ଭୋଜନ କରିବାକୁ ଅସମ୍ମତ ହେଲା। ଆଉ ଅମ୍ନୋନ କହିଲା, ଆମ୍ଭ ନିକଟରୁ ସମସ୍ତଙ୍କୁ ବାହାର କରିଦିଅ। ତହିଁରେ ସମସ୍ତେ ତାହା ନିକଟରୁ ବାହାରି ଗଲେ।

Gade chapit la Kopi

ଓଡିଆ ବାଇବେଲ

9 ପୁଣି ସେ ପାତ୍ର ନେଇ ତାହା ଆଗରେ ତାହା ଦେଲା, ମାତ୍ର ସେ ଭୋଜନ କରିବାକୁ ମନା କଲା। ଆଉ ଅମ୍ନୋନ ସେବକଙ୍କୁ କହିଲା, “ଆମ୍ଭ ନିକଟରୁ ସମସ୍ତଙ୍କୁ ବାହାର କରିଦିଅ।” ତହିଁରେ ସମସ୍ତେ ତାହା ନିକଟରୁ ବାହାରି ଗଲେ।

Gade chapit la Kopi

ପବିତ୍ର ବାଇବଲ

9 ସେ କରେଇରୁ ପିଠାଗୁଡ଼ିକ କାଢ଼ିନେଇ ତା’ ଆଗରେ ରଖିଲା। ଏବଂ ସେ ଖାଇବାକୁ ମନାକଲା ଏବଂ ଅମ୍ନୋନ କହିଲା, “ସମସ୍ତଙ୍କୁ ବାହାରକୁ ପଠେଇ ଦିଅ।” ଏବଂ ସମସ୍ତେ କୋଠରୀରୁ ବାହାରି ଗଲେ।

Gade chapit la Kopi




2 ଶାମୁୟେଲ 13:9
5 Referans Kwoze  

ଏଥିରେ ଯୋଷେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚସ୍ୱରରେ କହିଲେ, “ଆମ୍ଭ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର।” ତହୁଁ କେହି ତାଙ୍କ ନିକଟରେ ନ ରହନ୍ତେ, ଯୋଷେଫ ଭାଇମାନଙ୍କ ସାକ୍ଷାତରେ ଆପଣାର ପରିଚୟ ଦେବାକୁ ଲାଗିଲେ।


କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ।


ମାତ୍ର ସେ ଆପେ ଗିଲ୍‍ଗଲ୍‍ସ୍ଥ ପଥରଖଣିଠାରୁ ବାହୁଡ଼ି ଆସି କହିଲେ, ହେ ରାଜନ୍‍, “ମୁଁ ଆପଣଙ୍କ ପାଇଁ ଏକ ଗୁପ୍ତ ଖବର ଆଣିଛି।” ତେବେ ରାଜା କହିଲା, “ତୁନି ହୋଇଥାଅ।” ତହୁଁ ତାହା ନିକଟରେ ଠିଆ ହେବାର ସମସ୍ତ ଲୋକ ତାହା ଛାମୁରୁ ବାହାରିଗଲେ।


ତହିଁରେ ତାମର ଆପଣା ଭାଇ ଅମ୍ନୋନର ଗୃହକୁ ଗଲା; ସେତେବେଳେ ସେ ଶଯ୍ୟାରେ ଥିଲା। ତହୁଁ ତାମର ଚକଟା ମଇଦା ନେଇ ଦଳି ତାହା ଆଗରେ ରୁଟି ପ୍ରସ୍ତୁତ କରି ତାହା ସେକିଲା।


ତହୁଁ ଅମ୍ନୋନ ତାମରକୁ କହିଲା, “ଖାଦ୍ୟଦ୍ରବ୍ୟ ଶୟନ-ଗୃହକୁ ଆଣ, ମୁଁ ତୁମ୍ଭ ହାତରେ ଭୋଜନ କରିବି।” ଏଥିରେ ତାମର ଆପଣା ପ୍ରସ୍ତୁତ ରୁଟି ନେଇ ତାହା ଭାଇ ଅମ୍ନୋନର ଶୟନ-ଗୃହକୁ ଗଲା।


Swiv nou:

Piblisite


Piblisite