Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 3:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ମାତ୍ର ତାଙ୍କର ପିତା ଓ ତାଙ୍କର ମାତା ତୁଲ୍ୟ ନୁହେଁ; କାରଣ ସେ ଆପଣା ପିତୃନିର୍ମିତ ବାଲ୍‍ର ସ୍ତମ୍ଭ ଦୂର କରିଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ମାତ୍ର ତାଙ୍କର ପିତା ଓ ତାଙ୍କର ମାତା ତୁଲ୍ୟ ନୁହେଁ; କାରଣ ସେ ଆପଣା ପିତୃନିର୍ମିତ ବାଲ୍ର ସ୍ତମ୍ଭ ଦୂର କରି ଦେଲେ।

Gade chapit la Kopi

ଓଡିଆ ବାଇବେଲ

2 ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ମାତ୍ର ତାଙ୍କର ପିତା ଓ ତାଙ୍କର ମାତା ତୁଲ୍ୟ ନୁହେଁ; କାରଣ ସେ ଆପଣା ପିତୃନିର୍ମିତ ବାଲ୍‍ର ସ୍ତମ୍ଭ ଦୂର କରି ଦେଲେ।

Gade chapit la Kopi

ପବିତ୍ର ବାଇବଲ

2 ସେ ଏପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟ ଥିଲା। ମାତ୍ର ସେ ତାଙ୍କର ପିତା ଓ ମାତାଙ୍କ ତୁଲ୍ୟ ନ ଥିଲେ। କାରଣ ତାଙ୍କ ପିତା ନିର୍ମାଣ କରିଥିବା ବା‌ଲ୍‌‌‌ର ସ୍ତମ୍ଭଗୁଡ଼ିକୁ ଦୂର କରିଦେଲେ।

Gade chapit la Kopi




2 ରାଜାବଳୀ 3:2
14 Referans Kwoze  

ପୁଣି ଯେହୂ ସମଗ୍ର ଲୋକଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଆହାବ ବାଲ୍‍ର ଅଳ୍ପ ସେବା କଲା, ମାତ୍ର ଯେହୂ ତାହାର ବହୁତ ସେବା କରିବ।


ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଈଷେବଲ୍‍ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ।


ତୁମ୍ଭେ ସେମାନଙ୍କ ଦେବଗଣକୁ ପ୍ରଣାମ କରିବ ନାହିଁ ଓ ସେମାନଙ୍କର ସେବା କରିବ ନାହିଁ, ପୁଣି, ସେମାନଙ୍କ କ୍ରିୟାନୁସାରେ କ୍ରିୟା କରିବ ନାହିଁ; ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ ଓ ସେମାନଙ୍କ ସ୍ତମ୍ଭସବୁ ଭାଙ୍ଗି ପକାଇବ।


ପୁଣି ଆମୋନ୍‍ ଆପଣା ପିତା ମନଃଶିଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।


ପୁଣି ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ ଓ ଶୁଭାଶୁଭ କହିବାର ବିଦ୍ୟା, ଓ ଗଣକତା ବ୍ୟବହାର କଲେ, ଆଉ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ସମ୍ପର୍କ ରଖିଲେ। ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।


ଏଥିଉତ୍ତାରେ ଯେହୂ ଭିତରକୁ ଯାଇ ଭୋଜନପାନ କଲେ; ଆଉ ସେ କହିଲେ, “ଏବେ ସେହି ଅଭିଶପ୍ତ ସ୍ତ୍ରୀର ବିଷୟ ବୁଝ ଓ ତାକୁ କବର ଦିଅ; କାରଣ ସେ ରାଜକନ୍ୟା।”


ପୁଣି ଯୋରାମ୍‍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, “ଯେହୂ କୁଶଳ କି?” ତହିଁରେ; ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଈଷେବଲ୍‍ର ଏତେ ବ୍ୟଭିଚାର ଓ ମାୟାବୀତ୍ୱ ଅଛି, ସେପର୍ଯ୍ୟନ୍ତ କି କୁଶଳ?”


ତହିଁରେ ଆହାବ ଏଲୀୟଙ୍କୁ କହିଲେ, “ହେ ମୋହର ଶତ୍ରୁ, ତୁମ୍ଭେ କʼଣ ମୋତେ ପାଇଲ?” ତହୁଁ ସେ ଉତ୍ତର କଲେ, “ମୁଁ ତୁମ୍ଭକୁ ପାଇଲି; ଯେହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ତୁମ୍ଭେ ଆପଣାକୁ ବିକ୍ରି କରିଅଛ।


ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରିବାରେ, ଯାରବୀୟାମଙ୍କର ପଥରେ ଚାଲିବାରେ ଓ ଇସ୍ରାଏଲକୁ ପାପ କରାଇବାରେ ଆପେ ଯେଉଁ ପାପ କଲେ, ତାଙ୍କ କୃତ ସେହି ପାପ ସକାଶୁ ମଲେ।


ଏଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ, ମାତ୍ର ଲୁଟଦ୍ରବ୍ୟ ଉପରେ ଉଡ଼ି ପଡ଼ିଲ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲ?”


Swiv nou:

Piblisite


Piblisite