Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 24:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏଥିଉତ୍ତାରେ ସଦାପ୍ରଭୁ ତାଙ୍କ ବିରୁଦ୍ଧରେ କଲ୍‍ଦୀୟ ସୈନ୍ୟଦଳ ଓ ଅରାମୀୟ ସୈନ୍ୟଦଳ ଓ ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଯାହା କହିଥିଲେ, ଆପଣାର ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତହିଁ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଏଉତ୍ତାରେ ସଦାପ୍ରଭୁ ତାଙ୍କ ବିରୁଦ୍ଧରେ କଲ୍ଦୀୟ ସୈନ୍ୟଦଳ ଓ ଅରାମୀୟ ସୈନ୍ୟଦଳ ଓ ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ; ସଦାପ୍ରଭୁ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ଦ୍ଵାରା ଯାହା କହିଥିଲେ, ଆପଣାର ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତହିଁ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।

Gade chapit la Kopi

ଓଡିଆ ବାଇବେଲ

2 ଏଥିଉତ୍ତାରେ ସଦାପ୍ରଭୁ ତାଙ୍କ ବିରୁଦ୍ଧରେ କଲ୍‍ଦୀୟ ସୈନ୍ୟଦଳ ଓ ଅରାମୀୟ ସୈନ୍ୟଦଳ ଓ ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଯାହା କହିଥିଲେ, ଆପଣାର ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତହିଁ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।

Gade chapit la Kopi

ପବିତ୍ର ବାଇବଲ

2 ତେଣୁ ସଦାପ୍ରଭୁ ଯିହୋୟାକୀ‌ମଙ୍କ ବିରୁଦ୍ଧରେ କ‌ଲ୍‌‌‌ଦୀୟ ସୈନ୍ୟଦଳ, ଅରାମୀୟ ସୈନ୍ୟଦଳ, ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତା’ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।

Gade chapit la Kopi




2 ରାଜାବଳୀ 24:2
26 Referans Kwoze  

ମାତ୍ର ବାବିଲର ରାଜା ନବୂଖଦ୍‍ନିତ୍ସର ଯେତେବେଳେ ଏହି ଦେଶକୁ ଆସିଲେ, ସେତେବେଳେ ଆମ୍ଭେମାନେ କହିଲୁ, ‘ଆସ, କଲ୍‍ଦୀୟ ସୈନ୍ୟର ଓ ଅରାମୀୟ ସୈନ୍ୟର ଭୟ ସକାଶୁ ଆମ୍ଭେମାନେ ଯିରୂଶାଲମକୁ ଯାଉ,’ ଏହେତୁ ଆମ୍ଭେମାନେ ଯିରୂଶାଲମରେ ବାସ କରୁଅଛୁ।”


ଆହୁରି ସଦାପ୍ରଭୁ କହିଲେ, “ଆମ୍ଭେ ଯେପରି ଇସ୍ରାଏଲକୁ ଦୂର କରିଅଛୁ, ସେପରି ଆମ୍ଭେ ଆପଣା ଦୃଷ୍ଟିରୁ ଯିହୁଦାକୁ ମଧ୍ୟ ଦୂର କରିବା ଓ ଆମ୍ଭେ ଏହି ଯେ ଯିରୂଶାଲମ ନଗରକୁ ମନୋନୀତ କରିଅଛୁ ଓ ଏହି ସ୍ଥାନରେ ଆମ୍ଭର ନାମ ରହିବ ବୋଲି ଯେଉଁ ଗୃହ ବିଷୟରେ କରିଅଛୁ, ଏହାକୁ ଆମ୍ଭେ ଅଗ୍ରାହ୍ୟ କରିବା।”


ତହିଁରେ ନାନା ପ୍ରଦେଶରୁ ଗୋଷ୍ଠୀୟମାନେ ଆସି ତାହାର ବିରୁଦ୍ଧରେ ଚାରିଆଡ଼େ ଉଠିଲେ; ଆଉ, ସେମାନେ ତାହାର ଉପରେ ଆପଣାମାନଙ୍କର ଜାଲ ପ୍ରସାରିଲେ; ସେ ସେମାନଙ୍କ ଗର୍ତ୍ତରେ ଧରାପଡ଼ିଲା।


ଏହେତୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ କଲ୍‍ଦୀୟମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଏହି ନଗର ସମର୍ପଣ କରିବା, ପୁଣି ସେ ତାହା ହସ୍ତଗତ କରିବ।


ଏଥିପାଇଁ ଦେଖ, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ, ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଓ ତହିଁର ଚତୁର୍ଦ୍ଦିଗସ୍ଥ ଏହିସବୁ ଗୋଷ୍ଠୀ ବିରୁଦ୍ଧରେ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ଓ ସେମାନଙ୍କୁ ବିସ୍ମୟ ଓ ଶୀସ୍‍ ଶବ୍ଦର ବିଷୟ ଓ ଚିରକାଳର ଉତ୍ସନ୍ନ ସ୍ଥାନ କରିବା।


ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି। ସଦାପ୍ରଭୁ କହନ୍ତି, କିଛି ଛଡ଼ାଯିବ ନାହିଁ।


ତହିଁରେ ଇସ୍ରାଏଲର ରାଜା ସେମାନଙ୍କ ନିମନ୍ତେ ମହାଭୋଜ ପ୍ରସ୍ତୁତ କଲେ; ପୁଣି ସେମାନେ ଭୋଜନପାନ କଲା ଉତ୍ତାରେ ସେ ସେମାନଙ୍କୁ ବିଦାୟ କଲେ, ତହୁଁ ସେମାନେ ଆପଣାମାନଙ୍କ ପ୍ରଭୁଙ୍କ ନିକଟକୁ ଗଲେ। ଏଉତ୍ତାରେ ଅରାମର ସୈନ୍ୟଦଳ ଆଉ ଇସ୍ରାଏଲର ଦେଶକୁ ଆସିଲେ ନାହିଁ।


ଏହେତୁ ତୁମ୍ଭମାନଙ୍କ ସକାଶୁ ସିୟୋନ କ୍ଷେତ୍ର ତୁଲ୍ୟ ଚାଷ କରାଯିବ ଓ ଯିରୂଶାଲମ ଢିପି ହେବ, ଆଉ ଗୃହର ପର୍ବତ ବନସ୍ଥ ଉଚ୍ଚସ୍ଥଳୀର ତୁଲ୍ୟ ହେବ।


ଆହୁରି, ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାରକାରୀ ଅନ୍ୟ ଏକ ବ୍ୟକ୍ତି ଥିଲା, ସେ କିରୀୟଥ୍‍-ଯିୟାରୀମସ୍ଥ ଶମୟୀୟର ପୁତ୍ର ଊରୀୟ; ସେ ଯିରିମୀୟର ସମସ୍ତ ବାକ୍ୟ ପରି ଏହି ନଗର ଓ ଏହି ଦେଶ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଥିଲେ।


ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ସମାନ କରିବା ଓ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପାସ୍ପଦ କରିବା।’”


ସେମାନେ, ଅର୍ଥାତ୍‍, ସଦାପ୍ରଭୁ ଓ ତାହାଙ୍କ କ୍ରୋଧରୂପ ଅସ୍ତ୍ରସବୁ ସମୁଦାୟ ଦେଶ ଉଚ୍ଛିନ୍ନ କରିବା ନିମନ୍ତେ ଦୂର ଦେଶରୁ, ଆକାଶମଣ୍ଡଳର ପ୍ରାନ୍ତଭାଗରୁ ଆସୁଅଛନ୍ତି।


ଇଫ୍ରୟିମ ଯିହୁଦାଠାରୁ ପୃଥକ ହେବା ଦିନଠାରୁ ଯେପ୍ରକାର ସମୟ କେବେ ହୋଇ ନାହିଁ, ସେପ୍ରକାର ସମୟ ସଦାପ୍ରଭୁ ତୁମ୍ଭ ପ୍ରତି ଓ ତୁମ୍ଭ ଲୋକମାନଙ୍କ ପ୍ରତି ଓ ତୁମ୍ଭ ପିତୃବଂଶ ପ୍ରତି ଘଟାଇବେ; ଅର୍ଥାତ୍‍, ଅଶୂରର ରାଜାକୁ ଆଣିବେ।”


ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “କଲ୍‍ଦୀୟମାନେ ତିନି ଦଳ ହୋଇ ଉଷ୍ଟ୍ରପଲ ଆକ୍ରମଣ କରି ସେମାନଙ୍କୁ ନେଇଗଲେ, ଆହୁରି ଖଡ୍ଗଧାରରେ ଦାସମାନଙ୍କୁ ବଧ କଲେ; ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।”


ଏହେତୁ ସଦାପ୍ରଭୁ ସେମାନଙ୍କ ପ୍ରତିକୂଳରେ ଅଶୂରୀୟ ରାଜାର ସେନାପତିମାନଙ୍କୁ ଆଣିଲେ, ତହିଁରେ ସେମାନେ ମନଃଶିଙ୍କୁ ବେଡ଼ିରେ ଧରି ଶିକୁଳିରେ ବାନ୍ଧି ବାବିଲକୁ ନେଇଗଲେ।


ତାହା ଯେତେ ଥର ଉପସ୍ଥିତ ହେବ, ସେତେଥର ତୁମ୍ଭମାନଙ୍କୁ ଧରିବ; କାରଣ ପ୍ରଭାତକୁ ପ୍ରଭାତ, ଦିବସ ଓ ରାତ୍ରି ତାହା ଉପସ୍ଥିତ ହେବ; ଆଉ, ସେହି ସମାଚାର ବୁଝିବାର କେବଳ ତ୍ରାସଜନକ ହେବ।


ଆମ୍ଭର ଅଧିକାର ଆମ୍ଭ ପ୍ରତି କି ଚିତ୍ରିତ ଶିକାରୀ ପକ୍ଷୀ ତୁଲ୍ୟ ଅଟେ, ଶିକାରୀ ପକ୍ଷୀମାନେ ତାହାର ବିରୁଦ୍ଧରେ ଚାରିଆଡ଼େ ଘେରିଅଛନ୍ତି? ତୁମ୍ଭେମାନେ ଯାଇ ବନ୍ୟ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।


ଯୋଶୀୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀମ୍‍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ଯିହୁଦାର ସମଗ୍ର ଲୋକ ବିଷୟରେ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ସେହି ବର୍ଷ ବାବିଲର ରାଜା ନବୂଖଦ୍‍ନିତ୍ସରଙ୍କ ରାଜତ୍ଵର ପ୍ରଥମ ବର୍ଷ ଥିଲା;


ନବୂଖଦ୍‍ନିତ୍ସର ଯେଉଁମାନଙ୍କୁ ବନ୍ଦୀ କରି ନେଇଗଲା, ସେହି ଲୋକମାନଙ୍କର ସଂଖ୍ୟା ଏହି; ସପ୍ତମ ବର୍ଷରେ ତିନି ସହସ୍ର ତେଇଶ ଜଣ ଯିହୁଦୀ ଲୋକ;


ସିୟୋନ ଆପଣା ହସ୍ତ ପ୍ରସାରୁଅଛି; ତାହାକୁ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ଯାକୁବର ଚତୁର୍ଦ୍ଦିଗବର୍ତ୍ତୀ ଲୋକମାନେ ତାହାର ବିପକ୍ଷ ହେବେ ବୋଲି ସଦାପ୍ରଭୁ ତାହା ବିଷୟରେ ଏହି ଆଜ୍ଞା କରିଅଛନ୍ତି; ଯିରୂଶାଲମ ସେମାନଙ୍କ ମଧ୍ୟରେ ଅଶୁଚି ବସ୍ତୁ ତୁଲ୍ୟ ଅଛି।


ବାବିଲୀୟମାନଙ୍କୁ ଓ ସମୁଦାୟ କଲ୍‍ଦୀୟ ଲୋକଙ୍କୁ, ପକୋଦ, ଶୋୟା, କୋୟା ଓ ସେମାନଙ୍କ ସଙ୍ଗେ ସମୁଦାୟ ଅଶୂରୀୟ ଲୋକଙ୍କୁ ଆଣିବା; ସେମାନେ ସମସ୍ତେ ମନୋହର ଯୁବା ଲୋକ। ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତା, ଅଧିପତିଗଣ ଓ ବିଖ୍ୟାତ ଲୋକ, ସମସ୍ତେ ଅଶ୍ୱାରୋହୀ।


କାରଣ ଦେଖ, ଯେଉଁ କଲ୍‍ଦୀୟ ଲୋକମାନେ ନିଷ୍ଠୁର ଓ ଚଞ୍ଚଳ ଗୋଷ୍ଠୀ, ସେମାନଙ୍କୁ ଆମ୍ଭେ ଉଠାଉଅଛୁ; ଯେଉଁ ନିବାସ-ସ୍ଥାନସକଳ ସେମାନଙ୍କର ନୁହେଁ, ତାହା ଅଧିକାର କରିବା ପାଇଁ ସେମାନେ ପୃଥିବୀର ବିସ୍ତାରର ସର୍ବତ୍ର ଯାତ୍ରା କରନ୍ତି।


‘ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ଯିହୁଦାର ରାଜା ଏହି ପୁସ୍ତକର ଯେଉଁ ଯେଉଁ ବାକ୍ୟ ପାଠ କରିଅଛି, ସେହି ସମସ୍ତ ଘଟାଇବା।


Swiv nou:

Piblisite


Piblisite