Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 22:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏଥିଉତ୍ତାରେ ଯୋଶୀୟ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ରାଜା, ମଶୁଲ୍ଲମ୍‍ର ପୌତ୍ର ଅତ୍‍ସଲୀୟର ପୁତ୍ର ଶାଫନ୍‍ ଲେଖକଙ୍କୁ ସଦାପ୍ରଭୁଙ୍କ ଗୃହକୁ ପଠାଇ କହିଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଅନନ୍ତର ଯୋଶୀୟ ରାଜାଙ୍କର ଅଧିକାରର ଅଠର ବର୍ଷରେ ରାଜା, ମଶୁଲ୍ଲମର ପୌତ୍ର ଅତ୍ସଲୀୟର ପୁତ୍ର ଶାଫନ୍ ଲେଖକକୁ ସଦାପ୍ରଭୁଙ୍କ ଗୃହକୁ ପଠାଇ କହିଲେ,

Gade chapit la Kopi

ଓଡିଆ ବାଇବେଲ

3 ଏଥିଉତ୍ତାରେ ଯୋଶୀୟ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ରାଜା, ମଶୁଲ୍ଲମର ପୌତ୍ର ଅତ୍‍ସଲୀୟର ପୁତ୍ର ଶାଫନ୍‍ ଲେଖକଙ୍କୁ ସଦାପ୍ରଭୁଙ୍କ ଗୃହକୁ ପଠାଇ କହିଲେ,

Gade chapit la Kopi

ପବିତ୍ର ବାଇବଲ

3 ଯୋଶିୟ ତାଙ୍କ ରାଜତ୍ୱର ଅଷ୍ଟାଦଶ ବର୍ଷରେ ମଶୁଲ୍ଲମର ପୌତ୍ର, ଅ‌ତ୍‌ସଲିୟର ପୁତ୍ର ଶାଫନ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରକୁ ପଠାଇ କହିଲେ।

Gade chapit la Kopi




2 ରାଜାବଳୀ 22:3
7 Referans Kwoze  

ଏଥିଉତ୍ତାରେ ସେମାନେ ସିନ୍ଦୁକରେ ବହୁତ ମୁଦ୍ରା ଥିବାର ଦେଖନ୍ତେ, ରାଜାଙ୍କର ଲେଖକ ଓ ମହାଯାଜକ ଆସି ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ସେହି ସକଳ ମୁଦ୍ରା ଥଳୀରେ ରଖି ଗଣନା କଲେ।


ଆମୋନ୍‍ର ପୁତ୍ର, ଯିହୁଦା ଦେଶର ରାଜା ଯୋଶୀୟର ରାଜତ୍ଵର ତ୍ରୟୋଦଶ ବର୍ଷରେ ସଦାପ୍ରଭୁଙ୍କର ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା।


ମାତ୍ର ଯୋଶୀୟ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ଏହି ନିସ୍ତାର ପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୂଶାଲମରେ ପାଳନ କରାଗଲା।


ସେତେବେଳେ ବାରୂକ ସଦାପ୍ରଭୁଙ୍କ ଗୃହର ଉପର ପ୍ରାଙ୍ଗଣରେ, ସଦାପ୍ରଭୁଙ୍କ ଗୃହର ନୂତନ ଦ୍ୱାରର ପ୍ରବେଶ ସ୍ଥାନ ନିକଟରେ, ଶାଫନ୍‍ ଲେଖକର ପୁତ୍ର ଗମରୀୟର କୋଠରିରେ, ସେହି ନଳାକାର ପୁସ୍ତକରୁ ଯିରିମୀୟଙ୍କ କଥା, ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କଲା।


ପୁଣି, ଶାଫନ୍‍ର ପୌତ୍ର ଗମରୀୟର ପୁତ୍ର ମୀଖାୟ ସେହି ନଳାକାର ପୁସ୍ତକରୁ ସଦାପ୍ରଭୁଙ୍କର ବାକ୍ୟସବୁ ଶୁଣନ୍ତେ,


ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରିକୁ ଗଲା; ଆଉ ଦେଖ, ସେ ସ୍ଥାନରେ, ଅଧିପତି ସମସ୍ତେ, ଅର୍ଥାତ୍‍, ଇଲୀଶାମା ଲେଖକ, ଶମୟୀୟର ପୁତ୍ର ଦଲୟିୟ, ଅକ୍‍ବୋରର ପୁତ୍ର ଇଲ୍‍ନାଥନ୍‍, ଶାଫନ୍‍ର ପୁତ୍ର ଗମରୀୟ, ହନାନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ।


Swiv nou:

Piblisite


Piblisite