Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 13:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏଣୁ ସଦାପ୍ରଭୁ ଇସ୍ରାଏଲକୁ ଏକ ଉଦ୍ଧାରକର୍ତ୍ତା ଦେଲେ, ତହିଁରେ ସେମାନେ ଅରାମୀୟମାନଙ୍କ ହସ୍ତାଧୀନରୁ ବାହାରିଗଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପୂର୍ବ ପରି ଆପଣା ଆପଣା ତମ୍ବୁରେ ବାସ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଏଣୁ ସଦାପ୍ରଭୁ ଇସ୍ରାଏଲକୁ ଏକ ଉଦ୍ଧାରକର୍ତ୍ତା ଦେଲେ, ତହିଁରେ ସେମାନେ ଅରାମୀୟମାନଙ୍କ ହସ୍ତାଧୀନରୁ ବାହାରିଗଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପୂର୍ବ ପରି ଆପଣା ଆପଣା ତମ୍ଵୁରେ ବାସ କଲେ।

Gade chapit la Kopi

ଓଡିଆ ବାଇବେଲ

6 ଏଣୁ ସଦାପ୍ରଭୁ ଇସ୍ରାଏଲକୁ ଏକ ଉଦ୍ଧାରକର୍ତ୍ତା ଦେଲେ, ତହିଁରେ ସେମାନେ ଅରାମୀୟମାନଙ୍କ ହସ୍ତାଧୀନରୁ ବାହାରିଗଲେ; ପୁଣି ଇସ୍ରାଏଲ ସନ୍ତାନଗଣ ପୂର୍ବ ପରି ଆପଣା ଆପଣା ତମ୍ବୁରେ ବାସ କଲେ।

Gade chapit la Kopi

ପବିତ୍ର ବାଇବଲ

6 ତଥାପି ଇସ୍ରାଏଲୀୟମାନେ ଯାରବିୟାମ ବଂଶକୃତ ପାପ ପଥରୁ ବିମୁଖ ହେଲେ ନାହିଁ। ସେମାନେ ସେହି ପୂର୍ବପରି ପାପ କରି ଗ୍ଭଲିଲେ, ଯାହା ସେମାନେ ଇସ୍ରାଏଲୀୟମାନଙ୍କୁ ପାପ କରାଇଥିଲେ। ସେମାନେ ମଧ୍ୟ ଶମରିୟାରେ ଆଶେରା ଖମ୍ବଗୁଡ଼ିକ ରଖିଲେ।

Gade chapit la Kopi




2 ରାଜାବଳୀ 13:6
15 Referans Kwoze  

ଆଉ ଆହାବ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତ ଇସ୍ରାଏଲ ରାଜାଙ୍କ ଅପେକ୍ଷା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଆହୁରି ଅଧିକ ବିରକ୍ତିଜନକ କର୍ମ କଲେ।


ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ପୁଣି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପର ଅନୁଗାମୀ ହେଲେ; ଯିହୋୟାହସ୍‍ ତହିଁରୁ ବିମୁଖ ହେଲେ ନାହିଁ।


ପୁଣି ରାଜା ଯୋଶୀୟ ସଦାପ୍ରଭୁଙ୍କ ମନ୍ଦିରରୁ ବାଲ୍‍ର ଓ ଆଶେରା ମୂର୍ତ୍ତିର ଓ ଆକାଶସ୍ଥ ବାହିନୀ ସକଳ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲ୍‍କୀୟ ମହାଯାଜକକୁ ଓ ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳମାନଙ୍କୁ ଆଜ୍ଞା କଲେ; ତହୁଁ ସେ ଯିରୂଶାଲମର ବାହାରେ କିଦ୍ରୋଣ ପଦାରେ ତାହାସବୁ ଦଗ୍ଧ କରି ତହିଁର ଭସ୍ମ ବେଥେଲ୍‍କୁ ନେଇଗଲେ।


ସେ ଉଚ୍ଚସ୍ଥଳୀସକଳ ଦୂର କରିଦେଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି କାଟି ପକାଇଲେ; ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲେ; କାରଣ ତହିଁ ଉଦ୍ଦେଶ୍ୟରେ ଇସ୍ରାଏଲ-ସନ୍ତାନଗଣ ସେସମୟ ପର୍ଯ୍ୟନ୍ତ ଧୂପ ଜ୍ୱଳାଉଥିଲେ; ଆଉ ସେ ତାହାର ନାମ ନହୁଷ୍ଟର୍ନ (ପିତ୍ତଳ ଖଣ୍ଡ) ରଖିଲେ।


ପୁଣି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ସକଳ ଆଜ୍ଞା ତ୍ୟାଗ କଲେ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ପ୍ରତିମା, ଅର୍ଥାତ୍‍, ଦୁଇ ଗୋବତ୍ସ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ, ଆଉ ଆକାଶସ୍ଥ ବାହିନୀ ସକଳକୁ ପ୍ରଣାମ କଲେ ଓ ବାଲ୍‍ର ସେବା କଲେ।


ତଥାପି ବେଥେଲ୍‍ ଓ ଦାନ୍‍ରେ ଥିବା ଯେଉଁ ସୁବର୍ଣ୍ଣ ଗୋବତ୍ସ ଦ୍ୱାରା ନବାଟର ପୁତ୍ର ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ଯେହୂ ତାଙ୍କର ସେହି ପାପାନୁଗମନ ତ୍ୟାଗ କଲେ ନାହିଁ।


କାରଣ ସେ ନବାଟର ପୁତ୍ର ଯାରବୀୟାମଙ୍କର ସକଳ ପଥରେ ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ଆପଣାମାନଙ୍କ ଅସାରତା ଦ୍ୱାରା ବିରକ୍ତ କରିବା ପାଇଁ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପ-ପଥରେ ଅମ୍ରି ଚାଲିଲେ।


ତାଙ୍କ ପୂର୍ବରେ ତାଙ୍କର ପିତା ଯେସବୁ ପାପ-ପଥରେ ଚାଲିଥିଲେ, ସେ ସେହିପରି ଚାଲିଲେ; ଆଉ ତାଙ୍କର ପୂର୍ବପୁରୁଷ ଦାଉଦଙ୍କର ଅନ୍ତଃକରଣ ଯେପରି ଥିଲା, ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେପରି ସିଦ୍ଧ ନ ଥିଲା।


ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ ବ୍ୟବହାର କରିବ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ହାଣି ପକାଇବ, ପୁଣି ସେମାନଙ୍କ ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ।


ପୁଣି, ଯାରବୀୟାମ ଯେଉଁ ପାପ କରିଅଛି ଓ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଅଛି, ତାହାର ସେହି ସବୁ ପାପ ସକାଶୁ ସେ ଇସ୍ରାଏଲକୁ ତ୍ୟାଗ କରିବେ।”


ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ ମାତ୍ର ସେ ତହିଁରେ ହିଁ ଚାଲିଲେ।


କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ବିନାଶ କରିଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ଇସ୍ରାଏଲର ରାଜା ଆହାବ ଯେପରି କରିଥିଲେ, ସେପରି ସେ ବାଲ୍‍ ନିମନ୍ତେ ଯଜ୍ଞବେଦିମାନ ପ୍ରସ୍ତୁତ କଲେ, ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ, ଓ ଆକାଶସ୍ଥ ବାହିନୀ ସକଳକୁ ପୂଜା କରି ସେମାନଙ୍କର ସେବା କଲେ।


ଦୁଷ୍ଟ ଲୋକ ପ୍ରତି ଦୟା ପ୍ରକାଶ କରାଗଲେ ହେଁ ସେ ଧର୍ମ ଶିଖିବ ନାହିଁ; ସରଳତାର ଦେଶରେ ସେ ଅନ୍ୟାୟ କରିବ ଓ ସଦାପ୍ରଭୁଙ୍କର ମହିମାକୁ ଅନାଇବ ନାହିଁ।


Swiv nou:

Piblisite


Piblisite