Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 13:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ସେସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ, ଦେଖ, ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ। ତହିଁରେ ସେମାନେ ସେହି ମନୁଷ୍ୟକୁ ଇଲୀଶାୟଙ୍କର କବରରେ ପକାଇ ଦିଅନ୍ତେ, ସେ ମନୁଷ୍ୟ ଇଲୀଶାୟଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ସେସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ, ଦେଖ, ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ; ତହିଁରେ ସେମାନେ ସେହି ମନୁଷ୍ୟକୁ ଇଲୀଶାୟଙ୍କର କବରରେ ପକାଇ ଦିଅନ୍ତେ, ସେ ମନୁଷ୍ୟ ଇଲୀଶାୟଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା।

Gade chapit la Kopi

ଓଡିଆ ବାଇବେଲ

21 ସେସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ, ଦେଖ, ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ। ତହିଁରେ ସେମାନେ ସେହି ମନୁଷ୍ୟକୁ ଇଲୀଶାୟଙ୍କର କବରରେ ପକାଇ ଦିଅନ୍ତେ, ସେ ମନୁଷ୍ୟ ଇଲୀଶାୟଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା।

Gade chapit la Kopi

ପବିତ୍ର ବାଇବଲ

21 କେତେକ ଇସ୍ରାଏଲୀୟ ଜଣେ ମୃତବ୍ୟକ୍ତିକୁ କବର ଦେଉଥିବା ବେଳେ ସେମାନେ ମୋୟାବୀୟ ସୈନ୍ୟମାନଙ୍କୁ ନିକଟକୁ ଆସୁଥିବାର ଦେଖିଲେ। ତହୁଁ ସେମାନେ ଭୟରେ ସେହି ମୃତ ଶରୀରକୁ ଇଲୀଶାୟ କବର ଭିତରେ ପକାଇ ଦେଲେ ଏବଂ ଦୌଡ଼ି ପଳାଇଗଲେ। ସେହିମୃତ ବ୍ୟକ୍ତି ଇଲୀଶାୟଙ୍କ ଅସ୍ଥି ସ୍ପର୍ଶ କଲାମାତ୍ରେ ଜୀବନ୍ତ ହୋଇ ନିଜ ଗୋଡ଼ରେ ଛିଡ଼ା ହେଲା।

Gade chapit la Kopi




2 ରାଜାବଳୀ 13:21
11 Referans Kwoze  

ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣା ଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦ-ଆତ୍ମାଗୁଡ଼ାକ ବାହାରିଯାଉଥିଲେ।


ଏପରିକି, ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗୀମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ, ଏଥିନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆରେ ରଖିଦେଉଥିଲେ।


ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ବରଙ୍କ ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ।


ଏଥିରେ ଇଲୀଶାୟ ଫେରି ଗୃହ ମଧ୍ୟରେ ଏଣେତେଣେ ଥରେ ବୁଲିଲେ; ତହୁଁ ଉପରକୁ ଯାଇ ବାଳକ ଉପରେ ଆପଣାକୁ ଲମ୍ବମାନ କଲେ; ତହିଁରେ ବାଳକ ସାତ ଥର ଛିଙ୍କିଲା ଓ ବାଳକ ଚକ୍ଷୁ ଫିଟାଇଲା।


ସାଢ଼େ ତିନି ଦିନ ଉତ୍ତାରେ ଈଶ୍ବରଙ୍କଠାରୁ ଜୀବନ-ବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲେ, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହେଲେ।


ମୃତ ଲୋକଟି ବାହାରି ଆସିଲେ; ତାହାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାହାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା। ଯୀଶୁ ସେମାନଙ୍କୁ କହିଲେ, “ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ।”


ତୁମ୍ଭର ମୃତମାନେ ଜୀବିତ ହେବେ; ମୋହର ଶବସବୁ ଉଠିବେ। ହେ ଧୂଳିନିବାସୀମାନେ, ତୁମ୍ଭେମାନେ ଉଠି ଗାନ କର; କାରଣ ତୁମ୍ଭର ଶିଶିର ତୃଣର ଶିଶିର ତୁଲ୍ୟ ଓ ଭୂମି ମୃତମାନଙ୍କୁ ବାହାର କରିଦେବ।


ଯିହୋୟାହସ୍‍ଙ୍କ ଅଧିକାରର ସମସ୍ତ କାଳ ଅରାମର ରାଜା ହସାୟେଲ ଇସ୍ରାଏଲ ପ୍ରତି ଅତ୍ୟାଚାର କଲା।


Swiv nou:

Piblisite


Piblisite