Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 10:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ତହୁଁ ଯେହୂ ଦ୍ୱିତୀୟ ଥର ସେମାନଙ୍କ ନିକଟକୁ ପତ୍ର ଲେଖିଲେ, ଯଥା, “ଯଦି ତୁମ୍ଭେମାନେ ମୋହର ପକ୍ଷ ଓ ଯଦି ତୁମ୍ଭେମାନେ ମୋʼ କଥାରେ ମନୋଯୋଗ କରିବ, ତେବେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରମାନଙ୍କ ମସ୍ତକ ଘେନି ଆସନ୍ତାକାଲି ଏହି ସମୟରେ ଯିଷ୍ରିୟେଲକୁ ମୋʼ ନିକଟକୁ ଆସ।” ସେହି ସତୁରି ଜଣ ରାଜପୁତ୍ର ଆପଣାମାନଙ୍କ ପ୍ରତିପାଳକ ନଗରସ୍ଥ ପ୍ରଧାନ ଲୋକଙ୍କ ସଙ୍ଗରେ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ତହୁଁ ସେ ଦ୍ଵିତୀୟ ଥର ସେମାନଙ୍କ ନିକଟକୁ ପତ୍ର ଲେଖିଲେ, ଯଥା, ଯେବେ ତୁମ୍ଭେମାନେ ମୋହର ପକ୍ଷ ଓ ଯେବେ ତୁମ୍ଭେମାନେ ମୋʼ କଥାରେ ମନୋଯୋଗ କରିବ, ତେବେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରମାନଙ୍କ ମସ୍ତକ ଘେନି ଆସନ୍ତା କାଲି ଏହି ସମୟରେ ଯିଷ୍ରିୟେଲକୁ ମୋʼ କତିକି ଆସ। ସେହି ସତୁରି ଜଣ ରାଜପୁତ୍ର ଆପଣାମାନଙ୍କ ପ୍ରତିପାଳକ ନଗରସ୍ଥ ପ୍ରଧାନ ଲୋକଙ୍କ ସଙ୍ଗରେ ଥିଲେ।

Gade chapit la Kopi

ଓଡିଆ ବାଇବେଲ

6 ତହୁଁ ଯେହୂ ଦ୍ୱିତୀୟ ଥର ସେମାନଙ୍କ ନିକଟକୁ ପତ୍ର ଲେଖିଲେ, ଯଥା, “ଯଦି ତୁମ୍ଭେମାନେ ମୋହର ପକ୍ଷ ଓ ଯଦି ତୁମ୍ଭେମାନେ ମୋ’ କଥାରେ ମନୋଯୋଗ କରିବ, ତେବେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରମାନଙ୍କ ମସ୍ତକ ଘେନି ଆସନ୍ତା କାଲି ଏହି ସମୟରେ ଯିଷ୍ରିୟେଲକୁ ମୋ’ ନିକଟକୁ ଆସ।” ସେହି ସତୁରି ଜଣ ରାଜପୁତ୍ର ଆପଣାମାନଙ୍କ ପ୍ରତିପାଳକ ନଗରସ୍ଥ ପ୍ରଧାନ ଲୋକଙ୍କ ସଙ୍ଗରେ ଥିଲେ।

Gade chapit la Kopi

ପବିତ୍ର ବାଇବଲ

6 ତା'ପରେ ଯେହୂ ଦ୍ୱିତୀୟ ଚିଠି ନେତୃବର୍ଗ ଓ ପ୍ରାଚୀନବର୍ଗମାନଙ୍କ ନିକଟକୁ ଏହା କହି ଲେଖିଲେ, “ଯଦି ତୁମ୍ଭେମାନେ ମୋ’ ସପକ୍ଷରେ ଓ ମୋ’ ଆଜ୍ଞା ପାଳନ କରିବ, ତେବେ ଆହାବଙ୍କ ପୁତ୍ରମାନଙ୍କ କଟାମୁଣ୍ତ ଧରି ଆସନ୍ତାକାଲି ଏହି ସମୟରେ ଯିଷ୍ରିୟେଲକୁ ମୋ’ ନିକଟକୁ ଆସ।” ଆହାବଙ୍କ ସତୁରି ପୁତ୍ର ନଗରର ଅଧିକାରୀ ସହିତ ଥିଲେ, ତାହା ସେମାନଙ୍କୁ ଉଠାଇଲା।

Gade chapit la Kopi




2 ରାଜାବଳୀ 10:6
13 Referans Kwoze  

କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ।”


ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।


ତୁମ୍ଭେମାନେ କହୁଅଛ, ‘ପରମେଶ୍ୱର ତାହାର ସନ୍ତାନଗଣ ନିମନ୍ତେ ତାହାର ଅଧର୍ମ ସଞ୍ଚୟ କରନ୍ତି।’ ସେ ତାହାକୁ ହିଁ ପ୍ରତିଫଳ ଦେଉନ୍ତୁ, ତହିଁରେ ସେ ତାହା ଜାଣିବ।


ଏଥିରେ ଯେହୂ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, “କିଏ ମୋʼ ପକ୍ଷରେ ଅଛି? କିଏ?” ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ।


ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ; କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;


ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲୋକମାନଙ୍କର ସମସ୍ତ ପ୍ରଧାନବର୍ଗଙ୍କୁ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ସମ୍ମୁଖରେ ସେମାନଙ୍କୁ ଟଙ୍ଗାଅ, ତହିଁରେ ଇସ୍ରାଏଲଠାରୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଫେରିବ।”


ଏହେତୁ ଗୃହାଧ୍ୟକ୍ଷ ଓ ନଗରାଧ୍ୟକ୍ଷ, ମଧ୍ୟ ପ୍ରାଚୀନମାନେ ଓ ସନ୍ତାନଗଣର ପ୍ରତିପାଳକମାନେ ଯେହୂଙ୍କ ନିକଟକୁ ଏହି କଥା କହି ପଠାଇଲେ, “ଆମ୍ଭେମାନେ ଆପଣଙ୍କର ଦାସ ଓ ଆପଣ ଆମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରିବେ, ଆମ୍ଭେମାନେ ତାହାସବୁ କରିବୁ; ଆମ୍ଭେମାନେ କୌଣସି ଲୋକକୁ ରାଜା କରିବୁ ନାହିଁ; ଆପଣଙ୍କ ଦୃଷ୍ଟିରେ ଯାହା ଭଲ, ତାହା ଆପଣ କରନ୍ତୁ।”


ଏଥିଉତ୍ତାରେ ସେମାନଙ୍କ ନିକଟରେ ପତ୍ର ଉପସ୍ଥିତ ହୁଅନ୍ତେ, ସେମାନେ ସେହି ସତୁରି ଜଣ ରାଜପୁତ୍ରଙ୍କୁ ନେଇ ବଧ କଲେ ଓ ସେମାନଙ୍କର ମସ୍ତକ ଟୋକେଇରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ।


ଏଥିଉତ୍ତାରେ ପ୍ରାତଃକାଳରେ ଯେହୂ ବାହାରକୁ ଯାଇ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭେମାନେ ଧାର୍ମିକ ଲୋକ; ଦେଖ, ମୁଁ ଆପଣା ପ୍ରଭୁ ବିରୁଦ୍ଧରେ ଚକ୍ରାନ୍ତ କରି ତାହାକୁ ବଧ କଲି; ମାତ୍ର ଏସମସ୍ତଙ୍କୁ କିଏ ବଧ କଲା?


Swiv nou:

Piblisite


Piblisite