Biblia Todo Logo
Bib sou entènèt

- Piblisite -




2 ରାଜାବଳୀ 10:25 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଏଥିଉତ୍ତାରେ ଯେହୂ ହୋମବଳି ଉତ୍ସର୍ଗ ଶେଷ କରିବା କ୍ଷଣେ, ସେ ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ, ସେମାନଙ୍କୁ ବଧ କର; କାହାକୁ ବାହାରକୁ ଆସିବାକୁ ଦିଅ ନାହିଁ।” ତହୁଁ ସେମାନେ ଖଡ୍ଗଧାରରେ ସେମାନଙ୍କୁ ବଧ କଲେ; ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କୁ ବାହାରେ ପକାଇଦେଇ ବାଲ୍‍ ମନ୍ଦିରର ଗୃହକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଅନନ୍ତର ସେ ହୋମବଳି ଉତ୍ସର୍ଗ ଶେଷ କରିବାକ୍ଷଣେ ଯେହୂ ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, ଭିତରକୁ ଯାଅ, ସେମାନଙ୍କୁ ବଧ କର; କାହାକୁ ବାହାରକୁ ଆସିବାକୁ ନ ଦିଅ। ତହୁଁ ସେମାନେ ଖଡ଼୍‍ଗଧାରରେ ସେମାନଙ୍କୁ ବଧ କଲେ; ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କୁ ବାହାରେ ପକାଇଦେଇ ବାଲ୍-ମନ୍ଦିରର ଗୃହକୁ ଗଲେ।

Gade chapit la Kopi

ଓଡିଆ ବାଇବେଲ

25 ଏଥିଉତ୍ତାରେ ଯେହୂ ହୋମବଳି ଉତ୍ସର୍ଗ ଶେଷ କରିବାକ୍ଷଣେ, ସେ ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ, ସେମାନଙ୍କୁ ବଧ କର; କାହାକୁ ବାହାରକୁ ଆସିବାକୁ ଦିଅ ନାହିଁ।” ତହୁଁ ସେମାନେ ଖଡ୍ଗଧାରରେ ସେମାନଙ୍କୁ ବଧ କଲେ; ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କୁ ବାହାରେ ପକାଇଦେଇ ବାଲ୍‍ ମନ୍ଦିରର ଗୃହକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ

25 ଯେହୂ ନୈବେଦ୍ୟ ହୋମବଳି ଉତ୍ସର୍ଗ କରିବାର ସମାପ୍ତି ପରେ, ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ ଓ ସମସ୍ତ ବାଲ୍ ପୂଜାରୀଙ୍କୁ ହତ୍ୟା କର। କାହାରିକୁ ମନ୍ଦିର ବାହାରକୁ ଆସିବାକୁ ଦିଅ ନାହିଁ।” ତେଣୁ ସେମାନେ ‌‌ଖ‌ଡ଼୍‌ଗ ଦ୍ୱାରା ସେମାନଙ୍କୁ ବଧ କଲେ। ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କ ଶରୀରକୁ ବାହାରେ ପକାଇ ଦେଲେ ଓ ବାଲ୍ ମନ୍ଦିରର ଗୃହକୁ ଗଲେ।

Gade chapit la Kopi




2 ରାଜାବଳୀ 10:25
10 Referans Kwoze  

ତହୁଁ ଏଲୀୟ ସେମାନଙ୍କୁ କହିଲେ, “ବାଲ୍‍ର ଭବିଷ୍ୟଦ୍‍ବକ୍ତାମାନଙ୍କୁ ଧର; ସେମାନଙ୍କର କାହାରିକୁ ପଳାଇବାକୁ ଦିଅ ନାହିଁ।” ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ, ପୁଣି, ଏଲୀୟ ସେମାନଙ୍କୁ କୀଶୋନ୍‍ ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଧ କଲେ।


ତହୁଁ ସେ ସେମାନଙ୍କୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଜଙ୍ଘରେ ଖଡ୍ଗ ବାନ୍ଧି ଛାଉଣିର ମଧ୍ୟଦେଇ ଏକ ଦ୍ୱାରରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଗତାୟାତ କର, ପ୍ରତି ଜଣ ଆପଣା ଆପଣା ଭାଇ, ମିତ୍ର ଓ ପ୍ରତିବାସୀକୁ ବଧ କର।’”


ଯେଉଁ ଲୋକ କେବଳ ସଦାପ୍ରଭୁଙ୍କ ବିନା କୌଣସି ଦେବତା ନିକଟରେ ବଳିଦାନ କରେ, ସେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ।


ତହୁଁ ରାଜା ଆପଣା ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଧାଉଡ଼ିଆମାନଙ୍କୁ କହିଲେ, “ତୁମ୍ଭେମାନେ ଫେରି ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କର; କାରଣ ଦାଉଦ ପକ୍ଷରେ ସେମାନଙ୍କର ମଧ୍ୟ ହସ୍ତ ଅଛି, ଆଉ ସେମାନେ ଦାଉଦର ପଳାଇବା କଥା ଜାଣିଲେ ହେଁ ତାହା ମୋହର କର୍ଣ୍ଣଗୋଚର କଲେ ନାହିଁ।” ମାତ୍ର ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କ ଯାଜକମାନଙ୍କୁ ଆକ୍ରମଣ କରିବା ପାଇଁ ହସ୍ତ ବଢ଼ାଇବାକୁ ଅସମ୍ମତ ହେଲେ।


ପୁଣି ସେ ଉଚ୍ଚସ୍ଥଳୀର ଯାଜକ ସମସ୍ତଙ୍କୁ ଯଜ୍ଞବେଦିରେ ବଧ କରି, ତହିଁ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଦଗ୍ଧ କଲେ; ଏଥିଉତ୍ତାରେ ସେ ଯିରୂଶାଲମକୁ ଫେରିଗଲେ।


ଏଥିଉତ୍ତାରେ ଦେଶର ସମଗ୍ର ଲୋକ ବାଲ୍‍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ; ସେମାନେ ତାହାର ଯଜ୍ଞବେଦି ଓ ତାହାର ପ୍ରତିମାସବୁ ସମ୍ପୂର୍ଣ୍ଣ ରୂପେ ଚୂର୍ଣ୍ଣ କଲେ ଓ ଯଜ୍ଞବେଦିମାନର ସମ୍ମୁଖରେ ବାଲ୍‍ର ଯାଜକ ମତ୍ତନକୁ ବଧ କଲେ। ପୁଣି ଯାଜକ ସଦାପ୍ରଭୁଙ୍କ ଗୃହରେ କର୍ମଚାରୀମାନଙ୍କୁ ନିଯୁକ୍ତ କଲା।


Swiv nou:

Piblisite


Piblisite