Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 7:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କାରଣ ମାକିଦନିଆରେ ଉପସ୍ଥିତ ହେଲା ଉତ୍ତାରେ ମଧ୍ୟ ବାହାରେ ଯୁଦ୍ଧ ଓ ଭିତରେ ଭୟ, ଏହିପରି ସର୍ବପ୍ରକାରେ କ୍ଳେଶଭୋଗ କରିବାରୁ ଆମ୍ଭମାନଙ୍କ ଶରୀରସୁଦ୍ଧା ବିଶ୍ରାମ ପାଇଲା ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କାରଣ ମାକିଦନିଆରେ ଉପସ୍ଥିତ ହେଲା ଉତ୍ତାରେ ମଧ୍ୟ ବାହାରେ ଯୁଦ୍ଧ ଓ ଭିତରେ ଭୟ, ଏହିପରି ସର୍ବ-ପ୍ରକାରେ କ୍ଳେଶ ଭୋଗ କରିବାରୁ ଆମ୍ଭମାନଙ୍କ ଶରୀର ସୁଦ୍ଧା ବିଶ୍ରାମ ପାଇଲା ନାହିଁ।

Gade chapit la Kopi

ଓଡିଆ ବାଇବେଲ

5 କାରଣ ମାକିଦନିଆରେ ଉପସ୍ଥିତ ହେଲା ଉତ୍ତାରେ ମଧ୍ୟ ବାହାରେ ଯୁଦ୍ଧ ଓ ଭିତରେ ଭୟ, ଏହିପରି ସର୍ବପ୍ରକାରେ କ୍ଳେଶଭୋଗ କରିବାରୁ ଆମ୍ଭମାନଙ୍କ ଶରୀରସୁଦ୍ଧା ବିଶ୍ରାମ ପାଇଲା ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ଏପରି କି ମାସିଦୋନିଆରେ ପହଞ୍ଚି ମଧ୍ୟ ଆମେ ବିଶ୍ରାମ ନେଇ ନାହୁଁ। ସବୁଠାରେ ଅଶନ୍ତି ଓ କଳହ ଲାଗି ରହିଥିଲା, ତେଣୁ ଆମ ହଅଦୟରେ ଶାନ୍ତି ନ ଥିଲା।

Gade chapit la Kopi

ପବିତ୍ର ବାଇବଲ

5 ଯେତେବେଳେ ଆମ୍ଭେ ମାକିଦନିଆ ଆସିଥିଲୁ, ସେତେବେଳେ ଆମ୍ଭ ପାଇଁ ବିଶ୍ରାମ ମିଳି ନ ଥିଲା। ଆମ୍ଭର ଗ୍ଭରି ପଟେ ଅସୁବିଧାମାନ ଘେରି ରହିଥିଲା। ବାହାରର ସଂଗ୍ରାମ ଓ ଭିତରର ଭୟ ମଧ୍ୟରେ ଆମ୍ଭେ ଥିଲୁ।

Gade chapit la Kopi




୨ କରିନ୍ଥୀୟ 7:5
23 Referans Kwoze  

ମୋହର ଭାଇ ତୀତସଙ୍କୁ ନ ଦେଖି ଆତ୍ମାରେ ଶାନ୍ତି ନ ପାଇବାରୁ ସେମାନଙ୍କଠାରୁ ବିଦାୟ ଘେନି ମାକିଦନିଆକୁ ପ୍ରସ୍ଥାନ କଲି।


ବାହାରେ ଖଡ୍ଗ ଶୂନ୍ୟ କରିବ ଓ ଗୃହ ଭିତରେ ଭୟ; ତାହା ଯୁବା ଓ ଯୁବତୀ ଦୁହିଁଙ୍କୁ, ପୁଣି ଦୁଗ୍ଧପୋଷ୍ୟ ଶିଶୁ ସହିତ ପକ୍ୱକେଶ ବୃଦ୍ଧକୁ (ବିନାଶ କରିବ)।


ସେହି ଗଣ୍ଡଗୋଳ ବନ୍ଦ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ନେଇ ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ।


ଏଥିନିମନ୍ତେ, କାଳେ ପରୀକ୍ଷକ ତୁମ୍ଭମାନଙ୍କୁ ପରୀକ୍ଷା କରିବ ଓ ଆମ୍ଭମାନଙ୍କ ପରିଶ୍ରମ ବ୍ୟର୍ଥ ହୋଇଯିବ, ଏହା ଚିନ୍ତା କରି ମୁଁ ମଧ୍ୟ ଆଉ ସହି ନ ପାରିବାରୁ ତୁମ୍ଭମାନଙ୍କ ବିଶ୍ୱାସ ବିଷୟ ଜାଣିବା ପାଇଁ ଲୋକ ପଠାଇଲି।


ତୁମ୍ଭମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି, କାଳେ ତାହା ବ୍ୟର୍ଥ ହୁଏ, ତୁମ୍ଭମାନଙ୍କ ସମ୍ବନ୍ଧରେ ମୋହର ଏହି ଭୟ ହେଉଅଛି।


କାରଣ ତୁମ୍ଭେମାନେ ସମସ୍ତ ବିଷୟରେ ଯେ ବାଧ୍ୟ ଅଟ, ତୁମ୍ଭମାନଙ୍କ ବିଷୟରେ ସେଥିର ପ୍ରମାଣ ଯେପରି ମୁଁ ପାଏ, ଏହି ଉଦ୍ଦେଶ୍ୟରେ ମଧ୍ୟ ଲେଖିଥିଲି।


ପୁଣି, ଯେଉଁମାନଙ୍କଠାରୁ ମୋହର ଆନନ୍ଦ ପାଇବା ଉଚିତ, ସେମାନଙ୍କଠାରୁ ମୁଁ ଆସି ଯେପରି ଦୁଃଖ ନ ପାଏ, ଏଥିନିମନ୍ତେ ମୁଁ ଏହି କଥା ଲେଖିଥିଲି, ଯେଣୁ ମୋହର ଆନନ୍ଦରେ ଯେ ତୁମ୍ଭମାନଙ୍କର ଆନନ୍ଦ, ଏହା ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ବିଶ୍ୱାସ।


କିନ୍ତୁ ମୁଁ ମାକିଦନିଆ ଅଞ୍ଚଳ ଦେଇ ଯାତ୍ରା କରିବା ପରେ ତୁମ୍ଭମାନଙ୍କ ନିକଟକୁ ଯିବି; ଯେଣୁ ମୁଁ ମାକିଦନିଆ ଦେଇ ଯିବି,


ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଷୟରେ ମୁଁ ଯେଉଁ ଦର୍ପ କରିଥାଏ, ସେଥିର ଶପଥ କରି କହୁଅଛି, ମୁଁ ପ୍ରତିଦିନ ମୃତ୍ୟୁଭୋଗ କରୁଅଛି।


ତୁମ୍ଭେ କହିଲ, ‘ହାୟ, ହାୟ, ମୁଁ ଏବେ ସନ୍ତାପର ପାତ୍ର! କାରଣ ସଦାପ୍ରଭୁ ମୋʼ ବେଦନାରେ ଦୁଃଖ ଯୋଗ କରିଅଛନ୍ତି; ମୁଁ କାତରୋକ୍ତି କରି କରି କ୍ଳାନ୍ତ ହେଉଅଛି ଓ ମୋର କିଛି ବିଶ୍ରାମ ନାହିଁ।’


କାରଣ ମୁଁ ଅନେକଙ୍କର ଅପବାଦ ଶୁଣିଅଛି, ଚତୁର୍ଦ୍ଦିଗରେ ଆଶଙ୍କା ଅଛି। ମୋର ଝୁଣ୍ଟିବାର ଅପେକ୍ଷାକାରୀ ଆତ୍ମୀୟ ମିତ୍ର ସମସ୍ତେ କହନ୍ତି, “ତୁମ୍ଭେମାନେ ଅଭିଯୋଗ କର, ଆମ୍ଭେମାନେ ହିଁ ତାହାର ଅଭିଯୋଗ କରିବା; କେଜାଣି ସେ ଭୁଲିଯିବ, ତହିଁରେ ଆମ୍ଭେମାନେ ତାହାକୁ ପରାସ୍ତ କରି ତାହାଠାରୁ ପରିଶୋଧ ନେବା।”


ଆହା, ମୁଁ ଯେବେ ଦୁଃଖ ପ୍ରତିକୂଳରେ ଆପଣାକୁ ସାନ୍ତ୍ୱନା କରିପାରନ୍ତି! ମୋର ମଧ୍ୟରେ ମୋʼ ହୃଦୟ ମୂର୍ଚ୍ଛିତ।


ବାହାର ହୋଇ କ୍ଷେତ୍ରକୁ ଯାଅ ନାହିଁ, ଅଥବା ପଥରେ ଗମନ କର ନାହିଁ; କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ଅଛି।


ପୁଣି, ଗୋଷ୍ଠୀୟମାନେ ଭସ୍ମୀକୃତ ଚୂନ ପରି ଓ ଅଗ୍ନିରେ ଦଗ୍ଧ କଟା କଣ୍ଟକ ତୁଲ୍ୟ ହେବେ।


ଭୟଙ୍କରତା ତାହାକୁ ଚତୁର୍ଦ୍ଦିଗରେ ଭୀତ କରିବ ଓ ତାହାର ଗୋଡ଼େ ଗୋଡ଼େ ଗୋଡ଼ାଇବ।


ସେତେବେଳେ ପୃଥିବୀ ଜଳାଚ୍ଛାଦିତ ଥିବାରୁ କାପ୍ତା ଆପଣା ପାଦ ରଖିବାର ସ୍ଥାନ ନ ପାଇ ଜାହାଜରେ ତାଙ୍କ ନିକଟକୁ ନେଉଟି ଆସିଲା; ତହୁଁ ସେ ହାତ ବଢ଼ାଇ ତାକୁ ଧରି ଜାହାଜ ଭିତରେ ଆପଣା ନିକଟକୁ ଆଣିଲେ।


କାରଣ ଯିରୂଶାଲମସ୍ଥ ସାଧୁମାନଙ୍କ ମଧ୍ୟରେ ଯେଉଁମାନେ ଦରିଦ୍ର, ସେମାନଙ୍କ ନିମନ୍ତେ ମାକିଦନିଆ ଓ ଆଖାୟାର ମଣ୍ଡଳୀ-ସମୂହ ସହଭାଗିତାସୂଚକ କିଛି ଦାନ ସଂଗ୍ରହ କରିବାକୁ ଭଲ ମଣିଅଛନ୍ତି।


Swiv nou:

Piblisite


Piblisite