Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 5:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ; ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ଵର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ; ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

19 ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ; ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ତେଣୁ ଆମର ବାର୍ତ୍ତା ହେଉଛି, ଈଶ୍ୱର ଖ୍ରୀଷ୍ଟଙ୍କ ଦ୍ୱାରା ସମଗ୍ର ମାନବ ଜାତିକୁ ତାଙ୍କ ସହିତ ପୂନର୍ମିଳିତ କରିବାକୁ ବ୍ୟବସ୍ଥା କରି ଅଛନ୍ତି। ତାଙ୍କ ବିରୁଦ୍ଧରେ ସେମାନଙ୍କ ଅପରାଧସବୁକୁ ସେ ଆଉ ତାଙ୍କ ହିସାବରେ ରଖି ନାହାନ୍ତି। ପୁଣି, ଏହି ପୂନର୍ମିଳନରେ ବାର୍ତ୍ତା ଘୋଷଣା କରିବା ଦାୟିତ୍ୱ ଆମ ଉପରେ ନ୍ୟସ୍ତ ଅଛି।

Gade chapit la Kopi

ପବିତ୍ର ବାଇବଲ

19 ମୋ’ କହିବା କଥା ଯେ, ପରମେଶ୍ୱର ଖ୍ରୀଷ୍ଟଙ୍କ ହେତୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କେବଳ ସେତିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦେଇଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ।

Gade chapit la Kopi




୨ କରିନ୍ଥୀୟ 5:19
16 Referans Kwoze  

ଆମ୍ଭେ, ଆମ୍ଭେ ହିଁ ଆପଣା ଲାଗି ତୁମ୍ଭର ଅଧର୍ମସବୁ ମାର୍ଜନା କରୁ ଓ ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ।


ଆମ୍ଭେମାନେ ଯେ ଈଶ୍ବରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ।


ଆମ୍ଭେ ତୁମ୍ଭର ଅଧର୍ମସବୁ ନିବିଡ଼ କୁହୁଡ଼ିର ନ୍ୟାୟ ଓ ତୁମ୍ଭର ପାପସବୁ ମେଘ ପରି ମାର୍ଜନା କରିଅଛୁ; ଆମ୍ଭ ନିକଟକୁ ଫେରି ଆସ; କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।


ଈଶ୍ବରପରାୟଣତାର ନିଗୂଢ଼ତତ୍ତ୍ୱ ଯେ ମହତ୍, ଏହା ସମସ୍ତେ ସ୍ୱୀକାର କରନ୍ତି। ତାହା ଏହି, ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ୱାରା ଦେଖାଗଲେ, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ୱାସପାତ୍ର ହେଲେ, ଗୌରବରେ ସେ ସ୍ୱର୍ଗକୁ ଉତ୍ଥିତ ହେଲେ।


କାରଣ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ବରତ୍ତ୍ୱ ଦେହବନ୍ତ ହୋଇ ବାସ କରେ,


ମୁଁ ସେମାନଙ୍କଠାରେ, ଆଉ ତୁମ୍ଭେ ମୋʼ ଠାରେ, ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ, ତୁମ୍ଭେ ମୋତେ ପ୍ରେରଣ କଲ, ପୁଣି, ମୋତେ ଯେପ୍ରକାରେ ପ୍ରେମ କଲ, ସେମାନଙ୍କୁ ମଧ୍ୟ ସେପ୍ରକାରେ ପ୍ରେମ କଲ।


“ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ,” ଏହି ନାମର ଅର୍ଥ “ଆମ୍ଭମାନଙ୍କ ସହିତ ଈଶ୍ବର।”


ମୁଁ ଯେ ମୋହର ପିତାଙ୍କଠାରେ ପୁଣି, ତୁମ୍ଭେମାନେ ଯେ ମୋʼ ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ଅଛି, ଏହା ସେ ଦିନ ତୁମ୍ଭେମାନେ ଜାଣିବ।


କାରଣ ଯଦି ସେମାନଙ୍କର ତୁଚ୍ଛ କରିବା ଦ୍ୱାରା ସଂସାରର ମିଳନ ଘଟିଲା, ତେବେ ସେମାନଙ୍କ ଗ୍ରହଣ ଦ୍ୱାରା କଅଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ?


ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ,


ଏହିରୂପେ ସର୍ବଦା ହେଲା; ମେଘ ଆବାସକୁ ଆଚ୍ଛାଦନ କଲା, ପୁଣି, ରାତ୍ରିରେ ଅଗ୍ନି ତୁଲ୍ୟ ଦେଖାଗଲା।


Swiv nou:

Piblisite


Piblisite