Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 11:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ୱଜାତିଠାରୁ ବିପଦରେ, ଅଣଯିହୁଦୀମାନଙ୍କଠାରୁ ବିପଦରେ, ନଗରର ବିପଦରେ, ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ଵଜାତିଠାରୁ ବିପଦରେ, ବିଜାତିମାନଙ୍କଠାରୁ ବିପଦରେ, ନଗରର ବିପଦରେ, ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ,

Gade chapit la Kopi

ଓଡିଆ ବାଇବେଲ

26 ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ୱଜାତିଠାରୁ ବିପଦରେ, ଅଣଯିହୂଦୀମାନଙ୍କଠାରୁ ବିପଦରେ, ନଗରର ବିପଦରେ,ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

26 ଅନେକ ଥର ଯାତ୍ରା ସମୟରେ ନଦୀ ବକ୍ଷରେ, ଦସ୍ୟୁମାନଙ୍କ ହାତରେ, ସ୍ୱଜାତି-ଇହୁଦୀ ଓ ପ୍ରାନ୍ତରରେ, ସମୁଦ୍ରରେ, ଶଠ ବନ୍ଧୁମାନଙ୍କ ଦ୍ୱାରା ବିପଦର ସମ୍ମୁଖୀନ ହୋଇଛି।

Gade chapit la Kopi

ପବିତ୍ର ବାଇବଲ

26 ମୁଁ ଅନେକ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କରେ ନଦୀରେ ଲୁଣ୍ଠନକାରୀମାନଙ୍କଠାରୁ ମୋର ନିଜ ଲୋକମାନଙ୍କଠାରୁ, ଅଣଯିହୂଦୀମାନଙ୍କଠାରୁ ମୁଁ ବିପଦରେ ଥିଲି। ନଗରମାନଙ୍କରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ରରେ, ମଧ୍ୟ ମୁଁ ବିପଦରେ ପଡ଼ିଥିଲି। ଯେଉଁ ଲୋକମାନେ ମିଛରେ ଭାଇ ବୋଲାଉ ଥିଲେ ସେମାନଙ୍କ ପାଇଁ ମୁଁ ବିପଦରେ ପଡ଼ିଥିଲି।

Gade chapit la Kopi




୨ କରିନ୍ଥୀୟ 11:26
35 Referans Kwoze  

ଯେତେବେଳେ ଅଣଯିହୁଦୀ ଓ ଯିହୁଦୀମାନେ ସେମାନଙ୍କର ଅଧ୍ୟକ୍ଷମାନଙ୍କ ସହିତ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋପାଡ଼ିବାକୁ ଉଠିଲେ,


ଆଉ ସେ ଯେପରି ତାହାଙ୍କୁ ଯିରୂଶାଲମ ସହରକୁ ଡକାଇ ପଠାନ୍ତି ଏଥିନିମନ୍ତେ ବିନତିପୂର୍ବକ ତାହାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ; ପୁଣି, ସେମାନେ ତାହାଙ୍କୁ ବାଟରେ ବଧ କରିବା ପାଇଁ ଛକି ବସିଲେ।


ଅଶ୍ରୁପାତ ସହିତ ସମ୍ପୂର୍ଣ୍ଣ ନମ୍ର ମନରେ ଯିହୁଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହିସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି,


କିନ୍ତୁ ଯିହୁଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ।


କିନ୍ତୁ ଯିହୁଦୀମତାବଲମ୍ବୀ ଅଣଯିହୁଦୀ ପ୍ରମୁଖ ମହିଳାମାନଙ୍କୁ ଓ ନଗରର ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଯିହୁଦୀମାନେ ଉତ୍ତେଜିତ କଲେ, ପୁଣି, ପାଉଲ ଓ ବର୍ଣ୍ଣବ୍ବାଙ୍କ ପ୍ରତି ତାଡ଼ନା ଘଟାଇ ଆପଣାମାନଙ୍କ ସୀମାରୁ ସେମାନଙ୍କୁ ବାହାର କରିଦେଲେ।


ଆମ୍ଭମାନଙ୍କ ମଧ୍ୟକୁ ଆନୀତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏପରି ହେଲା; ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ;


ଦମ୍ମେଶକରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ,


ଯଦି ଲୋକାଚାର ଅନୁସାରେ ମୁଁ ଏଫିସରେ ବନ୍ୟ-ପଶୁମାନଙ୍କ ସଦୃଶ ଲୋକମାନଙ୍କ ସହିତ ଯୁଦ୍ଧ କରିଅଛି, ତେବେ ସେଥିରେ ମୋହର ଲାଭ କଅଣ? ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, “ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବା।”


ଏହି ପ୍ରକାରେ ଯିରୂଶାଲମଠାରୁ ଇଲ୍ଲୁରିକ ଦେଶ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି,


ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହେବେ, ଏହି ଭୟରେ ସହସ୍ର-ସେନାପତି ସେମାନଙ୍କ ମଧ୍ୟରୁ ତାହାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ।


ପ୍ରାୟ ସେହି ସମୟରେ ଏହି ମାର୍ଗ ବିଷୟରେ ମହା ଗଣ୍ଡଗୋଳ ଉଠିଲା।


ଆପଲ୍ଲ କରିନ୍ଥ ସହରରେ ଥିବା ସମୟରେ ପାଉଲ ପାହାଡ଼ିଆ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ।


କିନ୍ତୁ ଗାଲ୍ଲିୟୋନ୍ ଆଖାୟା ଅଞ୍ଚଳର ଶାସନକର୍ତ୍ତା ଥିବା ସମୟରେ ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ଏକମତ ହୋଇ ଉଠି ତାହାଙ୍କୁ ବିଚାରାସନ ଛାମୁକୁ ଘେନିଆସି କହିଲେ,


କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କରି ଭାଇମାନଙ୍କ ଦ୍ୱାରା ପ୍ରଭୁଙ୍କ ଅନୁଗ୍ରହରେ ସମର୍ପିତ ହୋଇ ପ୍ରସ୍ଥାନ କଲେ,


କିନ୍ତୁ ଆନ୍ତିୟଖିଆ ଓ ଇକନୀୟରୁ ସେଠାକୁ ଯିହୁଦୀମାନେ ଆସି ଲୋକସମୂହକୁ ପ୍ରବର୍ତ୍ତାଇଲେ, ପୁଣି, ପାଉଲଙ୍କୁ ପଥର ମାରି ସେ ମରିଅଛନ୍ତି ବୋଲି ମନେ କରି ବାହାରକୁ ଟାଣି ଘେନିଗଲେ।


କିନ୍ତୁ ଯିହୁଦୀମାନେ ଲୋକସମୂହଙ୍କୁ ଦେଖି ଈର୍ଷାରେ ପୂର୍ଣ୍ଣ ହେଲେ, ପୁଣି, ନିନ୍ଦା କରୁ କରୁ ପାଉଲଙ୍କ କଥାରେ ପ୍ରତିବାଦ କରିବାକୁ ଲାଗିଲେ।


କିନ୍ତୁ ଯେତେବେଳେ ଥେସଲନୀକୀ ସହରରେ ଯିହୁଦୀମାନେ ଜାଣିଲେ ଯେ, ଈଶ୍ବରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରିୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ।


ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସିରିୟାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ ଯିହୁଦୀମାନେ ପାଉଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ନିଷ୍ପତ୍ତି କଲେ।


ସେତେବେଳେ କାଳେ ବନ୍ଦୀମାନଙ୍କ ମଧ୍ୟରୁ କେହି ପହଁରି ପଳାଇଯାଏ, ଏଥିପାଇଁ ସେମାନଙ୍କୁ ବଧ କରିବା ନିମନ୍ତେ ସୈନ୍ୟମାନେ ପରାମର୍ଶ କଲେ,


ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଗ୍ନତା, କି ବିପଦ, କି ଖଡ୍ଗ?


ଆମ୍ଭେମାନେ ମଧ୍ୟ କାହିଁକି ପ୍ରତ୍ୟେକ ଦଣ୍ଡରେ ବିପଦର ସମ୍ମୁଖୀନ ହେଉ?


Swiv nou:

Piblisite


Piblisite