Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 10:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 କିନ୍ତୁ ଆମ୍ଭେମାନେ ସୀମା ଲଙ୍ଘନ କରି ଦର୍ପ କରିବୁ ନାହିଁ; ମାତ୍ର ତୁମ୍ଭେମାନେ ମଧ୍ୟ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ହେବା ପାଇଁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ପରିମାଣ ସ୍ୱରୂପେ ଯେଉଁ ସୀମା ନିରୂପଣ କରିଅଛନ୍ତି, ସେଥିର ପରିମାଣ ଅନୁସାରେ ଦର୍ପ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 କିନ୍ତୁ ଆମ୍ଭେମାନେ ସୀମା ଲଙ୍ଘନ କରି ଦର୍ପ କରିବୁ ନାହିଁ; ମାତ୍ର ତୁମ୍ଭେମାନେ ମଧ୍ୟ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ହେବା ପାଇଁ ଈଶ୍ଵର ଆମ୍ଭମାନଙ୍କ ନିମନ୍ତେ ପରିମାଣ ସ୍ଵରୂପେ ଯେଉଁ ସୀମା ନିରୂପଣ କରିଅଛନ୍ତି, ସେଥିର ପରିମାଣାନୁସାରେ ଦର୍ପ କରିବୁ।

Gade chapit la Kopi

ଓଡିଆ ବାଇବେଲ

13 କିନ୍ତୁ ଆମ୍ଭେମାନେ ସୀମା ଲଙ୍ଘନ କରି ଦର୍ପ କରିବୁ ନାହିଁ; ମାତ୍ର ତୁମ୍ଭେମାନେ ମଧ୍ୟ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ହେବା ପାଇଁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ପରିମାଣ ସ୍ୱରୂପେ ଯେଉଁ ସୀମା ନିରୂପଣ କରିଅଛନ୍ତି, ସେଥିର ପରିମାଣ ଅନୁସାରେ ଦର୍ପ କରିବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 କିନ୍ତୁ ଆମର ଦର୍ପ ସୀମିତ। ଈଶ୍ୱର ଆମ ପାଇଁ ଯେଉଁ କର୍ମକ୍ଷେତ୍ର ନିର୍ଦ୍ଧିଷ୍ଟ କରିଛନ୍ତି, ତା’ର ମଧ୍ୟରେ ଆମେ ଦର୍ପ କରିଥାଉ। ସେହି କାର୍ଯ୍ୟକ୍ଷତ୍ରରେ ପରିସର ଭିତରେ ତୁମ୍ଭେମାନେ ଅନ୍ତର୍ଭୂକ୍ତ।

Gade chapit la Kopi

ପବିତ୍ର ବାଇବଲ

13 ଆମ୍ଭକୁ ଯେଉଁ କାର୍ଯ୍ୟ ଦିଆଯାଇଛି, ତହିଁର ସୀମାଲଙ୍ଘନ କରି କଦାପି ଗର୍ବର କଥା କହିବୁ ନାହିଁ। ପରମେଶ୍ୱରଙ୍କ ପ୍ରଦତ୍ତ କାମ ପାଇଁ ଆମ୍ଭେ ନିଜେ ଗର୍ବ ଅନୁଭବ କରିବୁ। ଏହି କାମ ତୁମ୍ଭମାନଙ୍କ ସହିତ ଆମ୍ଭର କାମକୁ ମଧ୍ୟ ଅନ୍ତର୍ଭୁକ୍ତ କରେ।

Gade chapit la Kopi




୨ କରିନ୍ଥୀୟ 10:13
12 Referans Kwoze  

ହଁ, ଯେପରି ମୁଁ ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଢ଼େ, ଏଥିନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇ ନାହିଁ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି;


ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ;


ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ବରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର;


କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦିଆଯାଇଅଛି।


କିନ୍ତୁ ସେ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ପ୍ରତ୍ୟେକ ଜଣକୁ ଭିନ୍ନ ଭିନ୍ନ ରୂପେ ଦାନ ବିତରଣ କରି ଏହି ସମସ୍ତ କର୍ମ ସାଧନ କରନ୍ତି।


କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ବର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର।


କିନ୍ତୁ ମୁଁ କହେ, “ସେମାନେ କି ଶୁଣି ନାହାନ୍ତି? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ୱର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା।”


ସେ ଜଣକୁ ପାଞ୍ଚ ତୋଡ଼ା, ଅନ୍ୟ ଜଣକୁ ଦୁଇ ତୋଡ଼ା, ଆଉ ଜଣକୁ ଏକ ତୋଡ଼ା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ।


ପୁଣି, ଆମ୍ଭେ ନ୍ୟାୟ ବିଚାରକୁ ପରିମାଣ ରଜ୍ଜୁ ଓ ଧାର୍ମିକତାକୁ ଓଳମ କରିବା; ଆଉ, ଶିଳାବୃଷ୍ଟି ମିଥ୍ୟାରୂପ ଆଶ୍ରୟକୁ ବିନାଶ କରିବ ଓ ଜଳରାଶି ଲୁଚିବା ସ୍ଥାନକୁ ମଗ୍ନ କରିବ।”


ବୃଷ୍ଟିହୀନ ମେଘ ଓ ବାୟୁ ଯେପରି, ଆପଣା ଦାନ ବିଷୟରେ ମିଥ୍ୟା ଦର୍ପକାରୀ ସେପରି।


ତଥାପି ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ। ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି,


Swiv nou:

Piblisite


Piblisite