Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 1:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 କିନ୍ତୁ ମୁଁ ଈଶ୍ବରଙ୍କୁ ସାକ୍ଷୀ ମାନି ମୋʼ ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥ ସହରକୁ ପୁନର୍ବାର ଯାଇ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 କିନ୍ତୁ ମୁଁ ଈଶ୍ଵରଙ୍କୁ ସାକ୍ଷୀ ମାନି ମୋʼ ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥକୁ ପୁନର୍ବାର ଯାଇ ନାହିଁ।

Gade chapit la Kopi

ଓଡିଆ ବାଇବେଲ

23 କିନ୍ତୁ ମୁଁ ଈଶ୍ୱରଙ୍କୁ ସାକ୍ଷୀ ମାନି ମୋ' ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥକୁ ପୁନର୍ବାର ଯାଇ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

23 ଈଶ୍ୱର ମୋର ସାକ୍ଷୀ। ସେ ମୋ’ ହୃଦୟ ଜାଣନ୍ତି। ତୁମ୍ଭମାନଙ୍କୁ ମୁଁ ଯେପରି ଆଉ ଆଘାତ ନ ଦିଏ, ସେଥିପାଇଁ ମୋର କରିନ୍ଥ ଯାତ୍ରା ସ୍ଥଗିତ ରଖିଲି।

Gade chapit la Kopi

ପବିତ୍ର ବାଇବଲ

23 ମୁଁ କରିନ୍ଥୀକୁ ଆଉ ଥରେ ଆସି ନ ଥିଲି କାରଣ ମୁଁ ତୁମ୍ଭମାନଙ୍କୁ ଆଘାତ ଦେବାକୁ ଇଚ୍ଛା କରୁ ନ ଥିଲି।

Gade chapit la Kopi




୨ କରିନ୍ଥୀୟ 1:23
22 Referans Kwoze  

ମୁଁ ଯେଉଁ ସବୁ ବିଷୟ ତୁମ୍ଭମାନଙ୍କୁ ଲେଖୁଅଛି, ଦେଖ, ଈଶ୍ବରଙ୍କ ସାକ୍ଷାତରେ କହୁଅଛି, ମୁଁ ମିଥ୍ୟା କହୁ ନାହିଁ


ତୁମ୍ଭମାନଙ୍କର ଇଚ୍ଛା କଅଣ? ମୁଁ ବେତ ଘେନି ତୁମ୍ଭମାନଙ୍କ ପାଖକୁ ଆସିବି ନା ପ୍ରେମ ଓ ମୃଦୁତାର ଆତ୍ମା ଘେନି ଆସିବି?


ଏଥିନିମନ୍ତେ ଅନୁପସ୍ଥିତ ହୋଇ ମୁଁ ଏହିସବୁ ଲେଖୁଅଛି, ଯେପରି ଉପସ୍ଥିତ ହୋଇ, ପ୍ରଭୁ ମୋତେ ଯେଉଁ ଅଧିକାର ଭଗ୍ନ କରିବା ନିମନ୍ତେ ନ ଦେଇ ଗଠନ କରିବା ନିମନ୍ତେ ଦେଇଅଛନ୍ତି, ସେହି ଅଧିକାର ଅନୁସାରେ କଠୋର ବ୍ୟବହାର କରିବାକୁ ମୋତେ ନ ହୁଏ।


ଯେଉଁମାନେ ପୂର୍ବରେ ପାପ କରିଥିଲେ, ସେମାନଙ୍କୁ ଓ ଅବଶିଷ୍ଟ ସମସ୍ତଙ୍କୁ ମୁଁ ଯେପରି ପୂର୍ବେ ଦ୍ୱିତୀୟ ଥର ଉପସ୍ଥିତ ଥିବା ସମୟରେ କହିଥିଲି, ଏବେ ଅନୁପସ୍ଥିତ ଥାଇ ସେହିପରି ପୂର୍ବରୁ କହୁଅଛି ଯେ, ଯଦି ମୁଁ ପୁନର୍ବାର ଯାଏ, ତାହାହେଲେ ସେମାନଙ୍କୁ ଛାଡ଼ିବି ନାହିଁ;


କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ବରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇପାରେ,


କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ବର ମୋହର ସାକ୍ଷୀ।


କାରଣ କାଳେ ଅବା ମୁଁ ଉପସ୍ଥିତ ହେଲେ, ତୁମ୍ଭମାନଙ୍କୁ ଯେପରି ଦେଖିବାକୁ ଇଚ୍ଛା କରୁଅଛି, ସେପରି ତୁମ୍ଭମାନଙ୍କୁ ନ ଦେଖେ, ଆଉ, ତୁମ୍ଭେମାନେ ମୋତେ ଯେପରି ଦେଖିବାକୁ ଇଚ୍ଛା ନ କର, ସେପରି ମୋତେ ଦେଖ, ଏଥିପାଇଁ ମୁଁ ଭୟ କରୁଅଛି; କାଳେ ଅବା ବିବାଦ, ଈର୍ଷା, କ୍ରୋଧ, ଦଳାଦଳି, ପରନିନ୍ଦା, କାନକୁହାକୋହି, ଦାମ୍ଭିକତା, ଗଣ୍ଡଗୋଳ ହୁଏ;


ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‌ଜାଣ୍ଡର ଅନ୍ୟତମ; ଏମାନେ ଯେପରି ଶାସନ ପାଇ ଈଶ୍ବର ନିନ୍ଦା ନ କରନ୍ତି, ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି।


ତୁମ୍ଭେମାନେ ତ ଜାଣ ଯେ, ଆମ୍ଭେମାନେ କୌଣସି ପ୍ରକାର ଚାଟୁବାଦ ବ୍ୟବହାର କରି ନାହୁଁ, କିଅବା ଲୋଭର ଛଳନାତ୍ମକ ବାକ୍ୟ କହିନାହୁଁ, ଈଶ୍ବର ଏଥିର ସାକ୍ଷୀ।


ମୁଁ ଯେ ମିଥ୍ୟା କହୁ ନାହିଁ, ଏହା ପ୍ରଭୁ ଯୀଶୁଙ୍କ ଈଶ୍ବର ଓ ପିତା ଜାଣନ୍ତି; ସେ ଯୁଗେ ଯୁଗେ ଧନ୍ୟ।


ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁ ନ ଥିବାରୁ? ଈଶ୍ବର ଜାଣନ୍ତି।


ହଁ, ମୁଁ ପ୍ରାର୍ଥନା କରୁଅଛି ଯେ, ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ କରୁଅଛୁ ବୋଲି ଯେଉଁମାନେ ମନେ କରନ୍ତି, ଏପରି କାହାରି କାହାରି ବିରୁଦ୍ଧରେ ସାହସ ଦେଖାଇବା ନିମନ୍ତେ ମୁଁ ଯେଉଁ ସଂକଳ୍ପ କରିଅଛି, ଉପସ୍ଥିତ ହୋଇ ଯେପରି ମୋତେ ସେହି ପ୍ରକାର ସାହସ ଦେଖାଇବାକୁ ନ ହୁଏ;


କିନ୍ତୁ ଈଶ୍ବର ବିଶ୍ୱସ୍ତ, ଏଣୁ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ।


ଏପରି ଲୋକକୁ ଶରୀରର ବିନାଶ ନିମନ୍ତେ ଶୟତାନର ହସ୍ତରେ ସମର୍ପଣ କରିବା ଉଚିତ, ଯେପରି ପ୍ରଭୁ ଯୀଶୁଙ୍କ ଦିନରେ ତାହାର ଆତ୍ମା ରକ୍ଷା ପାଇ ପାରେ।


ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି,


ଏହି ସମସ୍ତ ଘଟଣା ପରେ ପାଉଲ ଆଥିନୀ ସହରରୁ ପ୍ରସ୍ଥାନ କରି କରିନ୍ଥ ସହରକୁ ଆସିଲେ।


କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ।


ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା ତୀମଥି, କରିନ୍ଥ ସହରରେ ଥିବା ଈଶ୍ବରଙ୍କ ମଣ୍ଡଳୀ, ପୁଣି, ସମୁଦାୟ ଆଖାୟାରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ପତ୍ର;


ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳଭାବରେ, ପବିତ୍ର ଆତ୍ମାଙ୍କଠାରେ, ନିଷ୍କପଟ ପ୍ରେମରେ,


ମୋʼ ଠାରେ ଥିବା ଖ୍ରୀଷ୍ଟଙ୍କ ସତ୍ୟକୁ ସାକ୍ଷୀ ମାନି ମୁଁ କହୁଅଛି ଯେ, ଆଖାୟାର ଅଞ୍ଚଳସମୂହରେ ମୋହର ଏହି ଦର୍ପ କେହି ଖଣ୍ଡନ କରିବ ନାହିଁ, କାହିଁକି?


Swiv nou:

Piblisite


Piblisite