Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 3:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କିନ୍ତୁ ଏବେ ତୀମଥି ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ନିକଟକୁ ଫେରିଆସି ତୁମ୍ଭମାନଙ୍କ ବିଶ୍ୱାସ ଓ ପ୍ରେମ ସମ୍ବନ୍ଧରେ, ପୁଣି, ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛୁ, ସେହିପରି ତୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସ୍ମରଣରେ ରଖି ଯେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ, ଏହି ବିଷୟରେ ଆମ୍ଭମାନଙ୍କୁ ସୁସମାଚାର ଦେଇଅଛନ୍ତି;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କିନ୍ତୁ ଏବେ ତୀମଥି ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ନିକଟକୁ ଫେରି ଆସି ତୁମ୍ଭମାନଙ୍କ ବିଶ୍ଵାସ ଓ ପ୍ରେମ ସମ୍ଵନ୍ଧରେ, ପୁଣି ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛୁ, ସେହିପରି ତୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସାଦରେ ସ୍ମରଣରେ ରଖି ଯେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ, ଏ ବିଷୟରେ ଆମ୍ଭମାନଙ୍କୁ ଶୁଭ ସମ୍ଵାଦ ଦେଇଅଛନ୍ତି;

Gade chapit la Kopi

ଓଡିଆ ବାଇବେଲ

6 କିନ୍ତୁ ଏବେ ତୀମଥି ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ନିକଟକୁ ଫେରିଆସି ତୁମ୍ଭମାନଙ୍କ ବିଶ୍ୱାସ ଓ ପ୍ରେମ ସମ୍ବନ୍ଧରେ, ପୁଣି, ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛୁ, ସେହିପରି ତୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସ୍ମରଣରେ ରଖି ଯେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ, ଏବିଷୟରେ ଆମ୍ଭମାନଙ୍କୁ ସୁସମାଚାର ଦେଇଅଛନ୍ତି;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ଇତିମଧ୍ୟରେ ତୁମ୍ଭମାନଙ୍କ ନିକଟରୁ ଫେରି ଆସି ତୀମଥି ତୁମ ବିଶ୍ୱାସ ଓ ପ୍ରେମ ବିଷୟରେ ଶୁଭ ସମ୍ବାଦ ଆଣିଛନ୍ତି। ସେ ଆମକୁ ଜଣାଇଛନ୍ତି ଯେ, ତୁମ୍ଭେମାନେ ସର୍ବଦା ଆମର ଶୁଭ କାମନା କରୁଛ ଓ ଆମେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛୁକ, ତୁମେ ମଧ୍ୟ ସେହିପରି ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଛ।

Gade chapit la Kopi

ପବିତ୍ର ବାଇବଲ

6 କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫେରି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମର ସୁଖବର ଆମ୍ଭକୁ ଦେଇଛନ୍ତି। ତୁମ୍ଭେମାନେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭେମାନେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଗ୍ଭହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ୟ ସେହି ଇଚ୍ଛା। ଆମ୍ଭେମାନେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ।

Gade chapit la Kopi




୧ ଥେସଲନୀକୀୟ 3:6
24 Referans Kwoze  

ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି, ସେହିସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି।


ଯେଉଁ ଜନ ସୁସମାଚାର ଆଣୁଅଛି, ଯେ ଶାନ୍ତି ପ୍ରଚାର କରୁଅଛି, ଯେ ମଙ୍ଗଳର ସୁସମାଚାର ଆଣୁଅଛି, ଯେ ପରିତ୍ରାଣ ପ୍ରଚାର କରୁଅଛି, ଯେ ସିୟୋନକୁ “ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି” ବୋଲି କହୁଅଛି, ତାହାର ଚରଣ ପର୍ବତଗଣର ଉପରେ କିପରି ଶୋଭା ପାଏ!


ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛୁ;


ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୁଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ।


ତୃଷିତ ପ୍ରାଣକୁ ଶୀତଳ ଜଳ ଯେରୂପ, ଦୂର ଦେଶରୁ ସୁସମାଚାର ସେରୂପ।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ବର ମୋହର ସାକ୍ଷୀ।


ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା।


ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର; ସେମାନଙ୍କ ଜୀବନଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିଶ୍ୱାସର ଅନୁକାରୀ ହୁଅ।


ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର।


ମୁଁ ମୋହର ପ୍ରାର୍ଥନାରେ ତୁମ୍ଭର ନାମ ଉଲ୍ଲେଖ କରି ସର୍ବଦା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି,


ପିତୃ-ପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ବରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ;


କିନ୍ତୁ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ୱାସରୁ ଜାତ ଯେଉଁ ପ୍ରେମ,


ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ ଅଟେ। କାରଣ ତୁମ୍ଭମାନଙ୍କ ବିଶ୍ୱାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି, ପରସ୍ପର ପ୍ରତି ତୁମ୍ଭ ସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢ଼ୁଅଛି,


କିନ୍ତୁ, ହେ ଭାଇମାନେ, ଆମ୍ଭେମାନେ ହୃଦୟରେ ନୁହେଁ, ମାତ୍ର ଶରୀରରେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କଠାରୁ ବିଚ୍ଛିନ୍ନ ହୋଇଥିବାରୁ ତୁମ୍ଭମାନଙ୍କ ମୁଖ ଦେଖିବାକୁ ଅତ୍ୟନ୍ତ ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁ।


ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ କାହାରି ଭାର ସ୍ୱରୂପ ନ ହେଉ, ଏଥିନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ବରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ।


ମୁଁ ପାଉଲ ମୋହର ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି। ମୋହର ବନ୍ଧନ ସ୍ମରଣ କର। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।


କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଏବଂ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ରଖାଯାଇଥିବା ଭରସା ସକାଶେ ସମସ୍ତ ସାଧୁଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିଅଛୁ।


ଯେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟସାଧକ ବିଶ୍ୱାସ ହିଁ ସାର।


ଅତଏବ ବିଶ୍ୱାସ, ଭରସା, ପ୍ରେମ, ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ।


ଏହି ସମସ୍ତ ଘଟଣା ପରେ ପାଉଲ ଆଥିନୀ ସହରରୁ ପ୍ରସ୍ଥାନ କରି କରିନ୍ଥ ସହରକୁ ଆସିଲେ।


ପରେ ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ୱାସିନୀ ଯିହୁଦୀ ମହିଳାର ପୁତ୍ର, କିନ୍ତୁ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ।


ଏଥିନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଲେଶ ଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ;


Swiv nou:

Piblisite


Piblisite