Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 3:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ତୁମ୍ଭମାନଙ୍କ ବିଶ୍ୱାସର ଯାହା କିଛି ଉଣା ଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରିପାରୁ, ଏଥିପାଇଁ ଦିବାରାତ୍ର ପ୍ରାର୍ଥନା କରୁଅଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତୁମ୍ଭମାନଙ୍କ ବିଶ୍ଵାସର ଯାହା କିଛି ଊଣା ଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରି ପାରୁ, ଏଥିପାଇଁ ଦିବାରାତ୍ର ଅତିଶୟ ପ୍ରାର୍ଥନା କରୁଅଛୁ।

Gade chapit la Kopi

ଓଡିଆ ବାଇବେଲ

10 ତୁମ୍ଭମାନଙ୍କ ବିଶ୍ୱାସର ଯାହା କିଛି ଉଣା ଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରି ପାରୁ, ଏଥିପାଇଁ ଦିବାରାତ୍ର ପ୍ରାର୍ଥନା କରୁଅଛୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ତୁମ୍ଭମାନଙ୍କୁ ସାକ୍ଷାତ କରି ତୁମ ବିଶ୍ୱାସରେ ଯାହା ଅଭାବ ଅଛି, ତାହା ପୂରଣ କରିବା ପାଇଁ ଆମକୁ ସୁଯୋଗ ଦେବାକୁ ଦିବାନିଶି ଆମେ ଈଶ୍ୱରଙ୍କୁ ନିବେଦନ କରୁଛୁ।

Gade chapit la Kopi

ପବିତ୍ର ବାଇବଲ

10 ଦିନରାତି ଆମ୍ଭେ ଅତି ଦୃଢ଼ତାର ସହିତ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରି ଗ୍ଭଲିଛୁ। ତୁମ୍ଭମାନଙ୍କର ବିଶ୍ୱାସକୁ ଦୃଢ଼ କରିବା ଲାଗି ଓ ତୁମ୍ଭମାନଙ୍କ ବିଶ୍ୱାସରେ ଯାହାକିଛି ଅଭାବ ଅଛି, ତାହା ଯୋଗଇ ଦେବା ପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଓ ଦେଖିବା ପାଇଁ ପ୍ରାର୍ଥନା କରୁଛୁ।

Gade chapit la Kopi




୧ ଥେସଲନୀକୀୟ 3:10
19 Referans Kwoze  

ଯେଣୁ ଆମ୍ଭେମାନେ ଯେତେବେଳେ ଦୁର୍ବଳ ଓ ତୁମ୍ଭେମାନେ ସବଳ, ସେତେବେଳେ ଆମ୍ଭେମାନେ ଆନନ୍ଦ କରୁ; ତୁମ୍ଭେମାନେ ଯେପରି ସିଦ୍ଧ ହୁଅ, ଏହା ମଧ୍ୟ ଆମ୍ଭେମାନେ ପ୍ରାର୍ଥନା କରୁ।


ଆମ୍ଭମାନଙ୍କ ଈଶ୍ବର ଓ ପିତା ନିଜେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଆଗମନର ପଥ ସୁଗମ କରନ୍ତୁ;


ତୁମ୍ଭମାନଙ୍କ ବିଶ୍ୱାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ୱ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକର୍ମୀ ଅଟୁ ଯେଣୁ ବିଶ୍ୱାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ।


ପିତୃ-ପୁରୁଷମାନଙ୍କ ମତ ଅନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ବରଙ୍କର ଉପାସନା କରେ, ଦିନରାତି ମୋହର ପ୍ରାର୍ଥନାରେ ସର୍ବଦା ତୁମ୍ଭର ନାମ ସ୍ମରଣ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ;


ଏଣୁ ଆମ୍ଭମାନଙ୍କ ଈଶ୍ବର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଗଣନା କରନ୍ତି, ପୁଣି ସମସ୍ତ ଉତ୍ତମତା ଓ ବିଶ୍ୱାସର କର୍ମ ଶକ୍ତିରେ ସିଦ୍ଧ କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ;


ଆଉ ମୁଁ ଦୃଢ଼ରୂପେ ଏହା ଜାଣେ ଯେ, ମୁଁ ରହିବି, ହଁ, ବିଶ୍ୱାସରେ ତୁମ୍ଭମାନଙ୍କର ବୃଦ୍ଧି ଓ ଆନନ୍ଦ ନିମନ୍ତେ ତୁମ୍ଭ ସମସ୍ତଙ୍କ ସହିତ ରହିବି,


ଆଉ, ତୁମ୍ଭେମାନେ ଯେପରି ଦ୍ୱିତୀୟ ଥର ଅନୁଗ୍ରହ ଲାଭ କରିପାର,


ଆମ୍ଭମାନଙ୍କ ବାର ଗୋଷ୍ଠୀ ସେହି ପ୍ରତିଜ୍ଞାର ଫଳ ପ୍ରାପ୍ତି ଆଶାରେ ଦିବାରାତ୍ର ଏକାଗ୍ର ଚିତ୍ତରେ ଈଶ୍ବରଙ୍କ ସେବା କରୁଅଛନ୍ତି। ହେ ରାଜନ, ସେହି ପ୍ରତ୍ୟାଶା ହେତୁ ମୁଁ ଯିହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହେଉଅଛି।


ସେଥି ସଙ୍ଗେ ସଙ୍ଗେ ମୋହର ରହିବା ସ୍ଥାନ ମଧ୍ୟ ପ୍ରସ୍ତୁତ କରି ରଖ, କାରଣ ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ୱାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି।


ଏପାଫ୍ରା, ଯେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି, ସେ ତ ଖ୍ରୀଷ୍ଟ ଯୀଶୁଙ୍କର ଦାସ ଏବଂ ଆପଣା ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ସର୍ବଦା ପ୍ରାଣପଣ କରୁଅଛନ୍ତି, ଯେପରି ତୁମ୍ଭେମାନେ ସିଦ୍ଧ ଓ ଈଶ୍ବରଙ୍କ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରୁହ।


ତାହାଙ୍କୁ ଆମ୍ଭେମାନେ ପ୍ରଚାର କରୁଅଛୁ, ପୁଣି, ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରିପାରୁ;


ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ।


ପ୍ରତ୍ୟେକ ପ୍ରାଣୀର ଛଅ ଛଅ ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ। ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି, “‘ଯେ ସର୍ବଶକ୍ତିମାନ, ଯେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ,’ ସେହି ପ୍ରଭୁ ଈଶ୍ବର ପବିତ୍ର, ପବିତ୍ର, ପବିତ୍ର।”


ଶେଷରେ, ହେ ଭାଇମାନେ, ଆନନ୍ଦ କର, ସିଦ୍ଧ ହୁଅ, ପରସ୍ପରକୁ ଉତ୍ସାହିତ କର, ଏକମନା ହୁଅ, ଶାନ୍ତିରେ ବାସ କର, ଆଉ ପ୍ରେମ ଓ ଶାନ୍ତିର ଈଶ୍ବର ତୁମ୍ଭମାନଙ୍କ ସହିତ ରହିବେ।


ସେଥିପାଇଁ, “ସେମାନେ ଈଶ୍ବରଙ୍କ ସିଂହାସନ ସମ୍ମୁଖରେ ଥାଇ, ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି,” “ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ୱରୂପ ହେବେ।


ଆହୁରି ମୁଁ ଯେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି, ଏହା ଦୂରେ ଥାଉ; ମାତ୍ର ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସରଳ ପଥ ବିଷୟ ଶିକ୍ଷା କରାଇବି।


Swiv nou:

Piblisite


Piblisite