Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 9:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠିଲେ; ପୁଣି, ପ୍ରାୟ ଦିବସ-ପ୍ରକାଶ ସମୟରେ ଶାମୁୟେଲ ଗୃହ-ଛାତ ଉପରେ ଶାଉଲଙ୍କୁ ଡାକି କହିଲେ, “ଉଠ, ମୁଁ ତୁମ୍ଭଙ୍କୁ ବିଦାୟ କରିବି।” ତହିଁରେ ଶାଉଲ ଉଠିଲେ, ପୁଣି, ସେ ଓ ଶାମୁୟେଲ ଦୁହେଁ ବାହାରକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠିଲେ; ପୁଣି ପ୍ରାୟ ଦିବସ-ପ୍ରକାଶ ସମୟରେ ଶାମୁୟେଲ ଗୃହଛାତ ଉପରେ ଶାଉଲଙ୍କୁ ଡାକି କହିଲେ, ଉଠ, ମୁଁ ତୁମ୍ଭଙ୍କୁ ବିଦାୟ କରିବି। ତହିଁରେ ଶାଉଲ ଉଠିଲେ, ପୁଣି ସେ ଓ ଶାମୁୟେଲ ଦୁହେଁ ବାହାରେ ଗଲେ।

Gade chapit la Kopi

ଓଡିଆ ବାଇବେଲ

26 ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠିଲେ; ପୁଣି, ପ୍ରାୟ ଦିବସ-ପ୍ରକାଶ ସମୟରେ ଶାମୁୟେଲ ଗୃହଛାତ ଉପରେ ଶାଉଲଙ୍କୁ ଡାକି କହିଲେ, ଉଠ, ମୁଁ ତୁମ୍ଭଙ୍କୁ ବିଦାୟ କରିବି। ତହିଁରେ ଶାଉଲ ଉଠିଲେ, ପୁଣି, ସେ ଓ ଶାମୁୟେଲ ଦୁହେଁ ବାହାରକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ

26 ଏବଂ ଶାଉଲ ଶୋଇବା ପାଇଁ ଗଲେ। ତା’ ପରଦିନ ପ୍ରତ୍ୟୁଷରୁ ଶାମୁୟେଲ ଶାଉଲଙ୍କୁ ବିଛଣାରୁ ଉଠାଇଲେ ଏବଂ କହିଲେ, “ଶଯ୍ୟା ତ୍ୟାଗ କର, ମୁଁ ତୁମ୍ଭକୁ ତୁମ୍ଭ ଗନ୍ତବ୍ୟ ସ୍ଥାନକୁ ପଠାଇବି।” ଶାଉଲ ବିଛଣାରୁ ଉଠିଲେ ଶାମୁୟେଲଙ୍କ ସହ ବାହାରକୁ ଗଲେ।

Gade chapit la Kopi




1 ଶାମୁୟେଲ 9:26
6 Referans Kwoze  

ତହୁଁ ସେ ତାହାକୁ କହିଲା, “ଉଠ, ଚାଲ ଆମ୍ଭେମାନେ ଯିବା;” ମାତ୍ର ସେ ଉତ୍ତର ଦେଲା ନାହିଁ; ତେବେ ସେ ତାହାକୁ ଗଧ ଉପରକୁ ନେଲା; ଆଉ ସେହି ଲେବୀୟ ପୁରୁଷ ଉଠି ଆପଣା ସ୍ଥାନକୁ ପ୍ରସ୍ଥାନ କଲା।


ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ହେ ଇସ୍ରାଏଲ, ତୁମ୍ଭ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବା ଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିବ ନାହିଁ।


ପୁଣି, ନଗରରୁ ବାହାରି ବହୁତ ଦୂର ନ ଯାଉଣୁ, ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ କହିଲେ, “ତୁମ୍ଭେ ଉଠି ସେହି ମନୁଷ୍ୟମାନଙ୍କ ପଛେ ପଛେ ଦୌଡ଼ିଯାଇ ସେମାନଙ୍କ ସଙ୍ଗ ଧରି କୁହ, ‘ତୁମ୍ଭେମାନେ ଉପକାର ବଦଳେ କାହିଁକି ଅପକାର କଲ?


ତହୁଁ ଲୋଟ ବାହାରକୁ ଯାଇ ଆପଣା କନ୍ୟାମାନଙ୍କ ସହିତ ବିବାହ କରିବାକୁ ଉଦ୍ୟତ ଜୁଆଁଇମାନଙ୍କୁ କହିଲା, “ଉଠ, ଏଠାରୁ ବାହାର ହୁଅ, ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବେ,” ମାତ୍ର ଜୁଆଁଇମାନେ ତାହାକୁ ପରିହାସକ ପରି ମଣିଲେ।


ତହୁଁ ସେମାନେ ଉଚ୍ଚସ୍ଥଳୀରୁ ଓହ୍ଲାଇ ନଗରକୁ ଆସନ୍ତେ, ଶାମୁୟେଲ ଗୃହ-ଛାତ ଉପରେ ଶାଉଲଙ୍କ ସଙ୍ଗେ ଆଳାପ କଲେ।


ଆଉ ସେମାନେ ନଗର-ପ୍ରାନ୍ତରେ ହେବା ବେଳେ ଶାମୁୟେଲ ଶାଉଲଙ୍କୁ କହିଲେ, “ଏହି ଯୁବାକୁ ଆମ୍ଭମାନଙ୍କ ଆଗେ ଯିବାକୁ କୁହ; (ତହୁଁ ସେ ଆଗେ ଗଲା); ମାତ୍ର ତୁମ୍ଭେ ବର୍ତ୍ତମାନ ଠିଆ ହୁଅ, ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ ବାକ୍ୟ ଶୁଣାଇବା।”


Swiv nou:

Piblisite


Piblisite