Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 9:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତହୁଁ ଶାଉଲ ଉତ୍ତର କରି କହିଲେ, “ମୁଁ କି ଇସ୍ରାଏଲ ବଂଶସମୂହ ମଧ୍ୟରେ କ୍ଷୁଦ୍ରତମ ବିନ୍ୟାମୀନ୍ ବଂଶୀୟ ନୁହେଁ? ଆଉ ବିନ୍ୟାମୀନ୍ ବଂଶୀୟ ସମସ୍ତ ପରିବାର ମଧ୍ୟରେ ମୋର ପରିବାର କି କ୍ଷୁଦ୍ରତମ ନୁହେଁ? ତେବେ ତୁମ୍ଭେ ମୋତେ ଏପ୍ରକାର କଥା କାହିଁକି କହୁଅଛ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ତହୁଁ ଶାଉଲ ଉତ୍ତର କରି କହିଲେ, ମୁଁ କି ଇସ୍ରାଏଲ-ବଂଶସମୂହ ମଧ୍ୟରେ କ୍ଷୁଦ୍ରତମ ବିନ୍ୟାମୀନ ବଂଶୀୟ ନୁହେଁ? ଆଉ ବିନ୍ୟାମୀନ ବଂଶୀୟ ସମସ୍ତ ପରିବାର ମଧ୍ୟରେ ମୋର ପରିବାର କି କ୍ଷୁଦ୍ରତମ ନୁହେଁ? ତେବେ ତୁମ୍ଭେ ମୋତେ ଏପ୍ରକାର କଥା କିହେତୁ କହୁଅଛ?

Gade chapit la Kopi

ଓଡିଆ ବାଇବେଲ

21 ତହୁଁ ଶାଉଲ ଉତ୍ତର କରି କହିଲେ, ମୁଁ କି ଇସ୍ରାଏଲ- ବଂଶସମୂହ ମଧ୍ୟରେ କ୍ଷୁଦ୍ରତମ ବିନ୍ୟାମୀନ୍ ବଂଶୀୟ ନୁହେଁ ? ଆଉ ବିନ୍ୟାମୀନ୍ ବଂଶୀୟ ସମସ୍ତ ପରିବାର ମଧ୍ୟରେ ମୋର ପରିବାର କି କ୍ଷୁଦ୍ରତମ ନୁହେଁ ? ତେବେ ତୁମ୍ଭେ ମୋତେ ଏପ୍ରକାର କଥା କାହିଁକି କହୁଅଛ ?

Gade chapit la Kopi

ପବିତ୍ର ବାଇବଲ

21 ଶାଉଲ ଉତ୍ତର ଦେଲେ, “ମୁଁ ବିନ୍ୟାମୀନ ବଂଶର ସଦସ୍ୟ ଅଟେ। ଏହା ଇସ୍ରାଏଲର ଏକ ଛୋଟ ପରିବାରବର୍ଗ। ଆପଣ କାହିଁକି କହୁଛନ୍ତି ଇସ୍ରାଏଲୀୟମାନେ ମୋତେ ଗ୍ଭହାନ୍ତି?”

Gade chapit la Kopi




1 ଶାମୁୟେଲ 9:21
13 Referans Kwoze  

ତେଣୁ ଶାମୁୟେଲ କହିଲେ, “କୁହ ଦେଖି, ତୁମ୍ଭେ ଆପଣା ଦୃଷ୍ଟିରେ କ୍ଷୁଦ୍ର ହେଲେ ହେଁ କି ଇସ୍ରାଏଲ ବଂଶସମୂହର ମସ୍ତକ ହୋଇ ନାହଁ? ପୁଣି, ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା କରି ଅଭିଷିକ୍ତ କଲେ;


ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଯେ ମୁଁ, ମୋତେ ଅଣଯିହୁଦୀମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ,


କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।”


କନିଷ୍ଠ ବିନ୍ୟାମୀନ୍ ସେମାନଙ୍କର ଶାସନକର୍ତ୍ତା, ଯିହୁଦାର ଅଧିପତିମାନେ ଓ ସେମାନଙ୍କ ଲୋକଦଳ, ସବୂଲୂନର ଅଧିପତିମାନେ, ନପ୍ତାଲିର ଅଧିପତିମାନେ ସେଠାରେ ଅଛନ୍ତି।


ଇଫ୍ରୟିମ କଥା କହିବା ବେଳେ ଲୋକମାନେ କମ୍ପିତ ହେଲେ; ସେ ଇସ୍ରାଏଲ ମଧ୍ୟରେ ଆପଣାକୁ ଉନ୍ନତ କଲା; ମାତ୍ର ବାଲ୍‍ଦେବ ବିଷୟରେ ଯେତେବେଳେ ସେ ଦୋଷ କଲା, ସେତେବେଳେ ସେ ମଲା।


ତହିଁରେ ଶାଉଲଙ୍କର ଦାସମାନେ ଦାଉଦଙ୍କର କର୍ଣ୍ଣଗୋଚରରେ ଏହି କଥା କହିଲେ। ତହୁଁ ଦାଉଦ କହିଲେ, “ରାଜାଙ୍କର ଜୁଆଁଇ ହେବା ତୁମ୍ଭମାନଙ୍କ ଦୃଷ୍ଟିରେ କି କ୍ଷୁଦ୍ର କଥା? କାରଣ ମୁଁ ଦରିଦ୍ର ଲୋକ ଓ ଅଳ୍ପମାନ୍ୟ।”


ଏଥିରେ ଦାଉଦ ଶାଉଲଙ୍କୁ କହିଲେ, “ମୁଁ କିଏ ଓ ମୋହର ଜୀବନ କଅଣ ଓ ଇସ୍ରାଏଲ ମଧ୍ୟରେ ମୋହର ପିତୃବଂଶ କଅଣ ଯେ, ମୁଁ ମହାରାଜାଙ୍କ ଜୁଆଁଇ ହେବି?”


ମାତ୍ର କେତେକ ଦୁଷ୍ଟ ଲୋକମାନେ କହିଲେ, “ଏହି ଲୋକ କିପରି ଆମ୍ଭମାନଙ୍କୁ ଉଦ୍ଧାର କରିବ?” ଆଉ ସେମାନେ ତାଙ୍କୁ ତୁଚ୍ଛଜ୍ଞାନ କରି କିଛି ଦର୍ଶନୀ ଆଣିଲେ ନାହିଁ। ମାତ୍ର ସେ ମୌନ ହୋଇ ରହିଲେ।


ଏଥିରେ ଶାମୁୟେଲ ଶାଉଲଙ୍କୁ ଓ ତାଙ୍କର ଯୁବାକୁ ନେଇ ଭୋଜନଶାଳାକୁ ଗଲେ ଓ ଊଣାଧିକ ତିରିଶ ନିମନ୍ତ୍ରିତ ଲୋକଙ୍କ ମଧ୍ୟରେ ସେମାନଙ୍କୁ ସର୍ବୋତ୍ତମ ସ୍ଥାନରେ ବସାଇଲେ।


ଆଉ ଶାଉଲଙ୍କର ପିତା କୀଶ୍‍ ଓ ଅବ୍‍ନରର ପିତା ନେର୍‍, ଏ ଦୁହେଁ ଅବୀୟେଲର ପୁତ୍ର ଥିଲେ।


ତୁମ୍ଭ ପରମେଶ୍ୱର ତୁମ୍ଭ ବଳର ଆଜ୍ଞା କରିଅଛନ୍ତି; ହେ ପରମେଶ୍ୱର, ତୁମ୍ଭ ପରାକ୍ରମ ଆମ୍ଭମାନଙ୍କୁ ପ୍ରକାଶ କର, ଯେପରି ତୁମ୍ଭେ ଅତୀତରେ ପ୍ରକାଶ କରିଅଛ।


Swiv nou:

Piblisite


Piblisite