Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 7:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ଶାମୁୟେଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ସେଦିନ ପଲେଷ୍ଟୀୟମାନଙ୍କ ଉପରେ ମହାରବରେ ମେଘ ଗର୍ଜ୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ; ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି ଶାମୁୟେଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ସେଦିନ ପଲେଷ୍ଟୀୟମାନଙ୍କ ଉପରେ ମହାରବରେ ମେଘଗର୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ; ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ।

Gade chapit la Kopi

ଓଡିଆ ବାଇବେଲ

10 ପୁଣି, ଶାମୁୟେଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ସେଦିନ ପଲେଷ୍ଟୀୟମାନଙ୍କ ଉପରେ ମହାରବରେ ମେଘଗର୍ଜ୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ; ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ।

Gade chapit la Kopi

ପବିତ୍ର ବାଇବଲ

10 ଶାମୁୟେଲ ନୈବେଦ୍ୟ ଦ‌ଗ୍‌ଧ କରିବା ସମୟରେ ପଲେଷ୍ଟୀୟମାନେ ଯୁଦ୍ଧ କରିବା ପାଇଁ ଆସିଲେ କିନ୍ତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ଆଗରେ ଖୁବ୍ ଜୋ‌ର୍‌ରେ କୋଳାହଳ କଲେ ଏବଂ ପଲେଷ୍ଟୀୟମାନେ ଡରିଗଲେ ଓ ଦ୍ୱନ୍ଦରେ ପଡ଼ିଗଲେ, ସେଥିପାଇଁ ଇସ୍ରାଏଲୀୟମାନେ ସେମାନଙ୍କୁ ପରାସ୍ତ କଲେ।

Gade chapit la Kopi




1 ଶାମୁୟେଲ 7:10
21 Referans Kwoze  

ଯେଉଁମାନେ ସଦାପ୍ରଭୁଙ୍କ ସହିତ ବିବାଦ କରନ୍ତି, ସେମାନେ ଭଗ୍ନ ହେବେ; ସେ ସ୍ୱର୍ଗରେ ଥାଇ ସେମାନଙ୍କ ବିରୁଦ୍ଧରେ ଗର୍ଜ୍ଜନ କରିବେ; ସଦାପ୍ରଭୁ ପୃଥିବୀର ପ୍ରାନ୍ତଭାଗ ପର୍ଯ୍ୟନ୍ତ ଶାସନ କରିବେ ଓ ସେ ଆପଣା ରାଜାକୁ ବଳ ଦେବେ, ପୁଣି, ଆପଣା ଅଭିଷେକୀଙ୍କ ଶୃଙ୍ଗ ଉନ୍ନତ କରିବେ।”


ଆଜି କି ଗହମ କାଟିବା ସମୟ ନୁହେଁ? ସଦାପ୍ରଭୁ ଯେପରି ମେଘ ଗର୍ଜ୍ଜନ ଓ ବୃଷ୍ଟି ପଠାଇବେ, ଏଥିପାଇଁ ମୁଁ ତାହାଙ୍କୁ ଡାକିବି; ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ରାଜା ମାଗି ସଦାପ୍ରଭୁଙ୍କ ଦୃଷ୍ଟିରେ ଯେଉଁ ମନ୍ଦତା କରିଅଛ, ତାହା ଯେ ବଡ଼, ଏହା ତୁମ୍ଭେମାନେ ଜାଣିବ ଓ ଦେଖିବ।”


ତାରାଗଣ ଆକାଶରୁ ଯୁଦ୍ଧ କଲେ, ସେମାନେ ଆପଣା ଆପଣା ପଥରେ ସୀଷରା ବିରୁଦ୍ଧରେ ଯୁଦ୍ଧ କଲେ।


ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସାକ୍ଷାତରେ ସେମାନଙ୍କୁ ଉଦ୍‍ବିଗ୍ନ କଲେ ଓ ସେ ଗିବୀୟୋନ୍‍ରେ ସେମାନଙ୍କୁ ମହାସଂହାରରେ ସଂହାର କଲେ, ପୁଣି ବେଥ୍-ହୋରଣର ଘାଟି ପଥ ଦେଇ ସେମାନଙ୍କୁ ଘଉଡ଼ାଇ ଦେଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ।


ତହିଁରେ ସେ ମୋତେ ଉତ୍ତର କରି କହିଲେ, “ଏହା ଯିରୁବ୍ବାବିଲ୍‍ଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ୱାରା ନୁହେଁ, କିଅବା ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।


ସେମାନେ ନୂତନ ଦେବତାମାନଙ୍କୁ ମନୋନୀତ କଲେ, ତେଣୁ ନଗର-ଦ୍ୱାରସବୁରେ ଯୁଦ୍ଧ ହେଲା; ଇସ୍ରାଏଲ ମଧ୍ୟରେ, ଚାଳିଶ ସହସ୍ର ଲୋକଙ୍କ ମଧ୍ୟରେ କି ଗୋଟିଏ ଢାଲ ଅବା ବର୍ଚ୍ଛା ଦେଖାଗଲା?


ତହୁଁ ସଦାପ୍ରଭୁ ବାରକ୍‍ ସମ୍ମୁଖରେ ସୀଷରାକୁ ଓ ତାହାର ସମସ୍ତ ରଥ ଓ ତାହାର ସୈନ୍ୟସମୂହକୁ ଖଡ୍ଗଧାରରେ ଅସ୍ତବ୍ୟସ୍ତ କଲେ; ଏଥିରେ ସୀଷରା ରଥରୁ ଓହ୍ଲାଇ ପାଦଗତିରେ ପଳାଇଲା।


ତହୁଁ ଇସ୍ରାଏଲ ଲୋକମାନେ ମିସ୍ପାରୁ ବାହାରି ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇ ବେଥ୍-କର ତଳ ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ।


ତହିଁରେ କ୍ଷେତ୍ରସ୍ଥିତ ଛାଉଣି ମଧ୍ୟରେ ଓ ସବୁ ଲୋକଙ୍କ ମଧ୍ୟରେ କମ୍ପ ହେଲା; ପ୍ରହରୀ-ଦଳ ଓ ବିନାଶକମାନେ ମଧ୍ୟ କମ୍ପିଲେ ଓ ଭୂମିକମ୍ପ ହେଲା; ଏହିରୂପେ ଘୋରତର ମହାକମ୍ପ ହେଲା।


ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି; ଗୌରବମୟ ପରମେଶ୍ୱର ବଜ୍ରନାଦ କରନ୍ତି, ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ।


ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ; ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ।


ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଉଠିବା ଶତ୍ରୁମାନଙ୍କୁ ତୁମ୍ଭ ଆଗେ ଆଗେ ପରାସ୍ତ କରାଇବେ; ସେମାନେ ଏକ ପଥ ଦେଇ ତୁମ୍ଭ ବିରୁଦ୍ଧରେ ଆସିବେ, ମାତ୍ର ସାତ ପଥ ଦେଇ ତୁମ୍ଭ ସମ୍ମୁଖରୁ ପଳାଇବେ।


ସେତେବେଳେ, ହେ ସଦାପ୍ରଭୋ, ତୁମ୍ଭ ତର୍ଜ୍ଜନରେ ଓ ନାସିକାର ପ୍ରଶ୍ୱାସ ବାୟୁରେ ଜଳରାଶିର ପ୍ରଣାଳୀ ପ୍ରକାଶିତ ହେଲା ଓ ଭୂମଣ୍ଡଳର ମୂଳସକଳ ଅନାବୃତ ହେଲା।


ଆଉ, ସେ ଆପଣା ବିପକ୍ଷଗଣକୁ ପ୍ରହାର କରି ହଟାଇ ଦେଲେ; ସେ ସେମାନଙ୍କୁ ଚିରକାଳ ନିନ୍ଦାପାତ୍ର କଲେ।


Swiv nou:

Piblisite


Piblisite