Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 6:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ପୁଣି, ବେଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ଲୋକମାନଙ୍କ ମଧ୍ୟରୁ ସତୁରି ଜଣଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ପୁଣି ବୈଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ସେମାନଙ୍କୁ ବଧ କଲେ। ଲୋକମାନଙ୍କ ମଧ୍ୟରୁ ସତୁରି ଜଣ, ଅର୍ଥାତ୍, ହଜାରକେ ପଚାଶ ଜଣ ବଧ କଲେ; ପୁଣି ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ।

Gade chapit la Kopi

ଓଡିଆ ବାଇବେଲ

19 ପୁଣି, ବେଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ଲୋକମାନଙ୍କ ମଧ୍ୟରୁ ସତୁରି ଜଣଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ।

Gade chapit la Kopi

ପବିତ୍ର ବାଇବଲ

19 ବୈ‌ଥ୍‌-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଅନାଇବାରୁ ସେ ସେମାନଙ୍କୁ ହତ୍ୟା କଲେ, ବୈଥ୍-ଶେମଶର ଲୋକମାନଙ୍କ ମଧ୍ୟରୁ ସତୁରି ଜଣ ହତ୍ୟା ହେଲେ। ପୁଣି ପରମେଶ୍ୱର ସେମାନଙ୍କୁ ଭୟଙ୍କର ଭାବରେ ଦଣ୍ତିତ କରିଥିବାର ଲୋକମାନେ ବିଳାପ କଲେ।

Gade chapit la Kopi




1 ଶାମୁୟେଲ 6:19
14 Referans Kwoze  

ମାତ୍ର ସେମାନେ ଯେପରି ନ ମରନ୍ତି, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ଦେଖିବା ନିମନ୍ତେ ଏକ ନିମିଷ ପର୍ଯ୍ୟନ୍ତ ଭିତରକୁ ଯିବେ ନାହିଁ।”


ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଓହ୍ଲାଇ ଯାଇ ଲୋକମାନଙ୍କୁ ଦୃଢ଼ ଆଦେଶ କର, ନୋହିଲେ ସଦାପ୍ରଭୁଙ୍କୁ ଦେଖିବା ପାଇଁ ସୀମା ଲଙ୍ଘନ କଲେ, ସେମାନଙ୍କ ମଧ୍ୟରୁ ଅନେକେ ବିନଷ୍ଟ ହେବେ।


ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ପରମେଶ୍ୱର ତାହାର ଭ୍ରମ ସକାଶୁ ତାହାକୁ ଆଘାତ କରନ୍ତେ, ସେ ସେହିଠାରେ ପରମେଶ୍ୱରଙ୍କ ସିନ୍ଦୁକ ପାଖରେ ମଲା।


ଏହିରୂପେ ଛାଉଣି ଅଗ୍ରସର ହେବା ସମୟରେ ହାରୋଣ, ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସ୍ଥାନର ସମସ୍ତ ଦ୍ରବ୍ୟ ଢାଙ୍କିବାର ଶେଷ କଲା ଉତ୍ତାରେ କହାତ-ସନ୍ତାନଗଣ ତାହା ବହିବା ପାଇଁ ଆସିବେ; ମାତ୍ର ସେମାନଙ୍କର ମୃତ୍ୟୁୁ ଯେପରି ନ ହୁଏ, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ସ୍ପର୍ଶ କରିବେ ନାହିଁ। ଏହା ହିଁ ସମାଗମ-ତମ୍ବୁରେ କହାତ-ସନ୍ତାନଗଣର ଭାର ହେବ।


ପୁଣି, କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ;


କାରଣ, ଈଶ୍ବରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ବରଙ୍କ ସୁସମାଚାରର ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କଅଣ ନ ହେବ!


ଗୁପ୍ତ ବିଷୟସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅଧିକାର; ମାତ୍ର ଆମ୍ଭେମାନେ ଯେପରି ଏହି ବ୍ୟବସ୍ଥାର ସବୁ ବଚନ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷୟସବୁ ଯୁଗାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର।


ଲୋକମାନେ ଏହି ଅଶୁଭ ସମ୍ବାଦ ଶୁଣି ଶୋକ କଲେ; କେହି ଆପଣା ଶରୀରରେ ଆଭରଣ ପରିଧାନ କଲେ ନାହିଁ।


ପୁଣି, ଆବାସ ଆଗକୁ ଯିବା ସମୟରେ ଲେବୀୟମାନେ ତାହା ଭାଙ୍ଗିବେ ଓ ଆବାସ ସ୍ଥାପନ କରିବା ସମୟରେ ଲେବୀୟମାନେ ତାହା ସ୍ଥାପନ କରିବେ ଓ ଅନ୍ୟ ବଂଶୀୟ ଲୋକ ତାହା ନିକଟକୁ ଗଲେ, ତାହାର ପ୍ରାଣଦଣ୍ଡ ହେବ।


“ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକୁ ଉଚ୍ଛିନ୍ନ କର ନାହିଁ!


ତହୁଁ ଇସ୍ରାଏଲର ରାଜା ଯୋୟାଶ୍‍ ଗଲେ; ଆଉ ଯିହୁଦାର ଅଧିକାରସ୍ଥ ବେଥ୍-ଶେମଶରେ ସେ ଓ ଯିହୁଦାର ରାଜା ଅମତ୍‍ସୀୟ ପରସ୍ପର ମୁଖ ଦେଖାଦେଖି ହେଲେ।


Swiv nou:

Piblisite


Piblisite