Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 4:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଛାଉଣିକୁ ଆସନ୍ତେ, ସମଗ୍ର ଇସ୍ରାଏଲ ଏପରି ମହା ଜୟଧ୍ୱନିରେ ଜୟଧ୍ୱନି କଲେ ଯେ, ପୃଥିବୀ କମ୍ପିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଛାଉଣିକି ଆସନ୍ତେ, ସମଗ୍ର ଇସ୍ରାଏଲ ଏପରି ମହା ଜୟଧ୍ଵନିରେ ଜୟଧ୍ଵନି କଲେ ଯେ, ପୃଥିବୀ କମ୍ପିଲା।

Gade chapit la Kopi

ଓଡିଆ ବାଇବେଲ

5 ପୁଣି, ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଛାଉଣିକୁ ଆସନ୍ତେ, ସମଗ୍ର ଇସ୍ରାଏଲ ଏପରି ମହା ଜୟଧ୍ୱନିରେ ଜୟଧ୍ୱନି କଲେ ଯେ, ପୃଥିବୀ କମ୍ପିଲା।

Gade chapit la Kopi

ପବିତ୍ର ବାଇବଲ

5 ପୁଣି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଛାଉଣିକି ଆସନ୍ତେ ସମଗ୍ର ଇସ୍ରାଏଲ ଏପରି ମହା ଜୟଧ୍ୱନି କଲେ, ଯେ ପୃଥିବୀ କମ୍ପିଲା।

Gade chapit la Kopi




1 ଶାମୁୟେଲ 4:5
10 Referans Kwoze  

ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ଶିଙ୍ଗାରେ ଦୀର୍ଘଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହା ଜୟଧ୍ୱନିରେ ଜୟଧ୍ୱନି କରିବେ; ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ।”


ଏହି ଲୋକମାନେ ଅମଙ୍ଗଳର ଦିନକୁ ଦୂରରେ ରଖୁଅଛନ୍ତି ଓ ଦୌରାତ୍ମ୍ୟର ଆସନକୁ ନିକଟବର୍ତ୍ତୀ କରାଉଅଛନ୍ତି;


‘ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କର ମନ୍ଦିର,’ ଏହି ମିଥ୍ୟା କଥାରେ ବିଶ୍ୱାସ କର ନାହିଁ।


ଦୁଷ୍ଟର ଜୟଧ୍ୱନି ଅଳ୍ପ କାଳ ଓ ଅଧାର୍ମିକର ଆନନ୍ଦ କ୍ଷଣମାତ୍ର ସ୍ଥାୟୀ?


ସେ ଲିହୀରେ ଉପସ୍ଥିତ ହୁଅନ୍ତେ, ପଲେଷ୍ଟୀୟମାନେ ତାହାକୁ ଭେଟି ଜୟଧ୍ୱନି କଲେ; ତହୁଁ ସଦାପ୍ରଭୁଙ୍କ ଆତ୍ମା ଶକ୍ତିର ସହ ଶାମ୍‍ଶୋନ୍‍ ଉପରେ ଆସିବା କ୍ଷଣି, ତହିଁରେ ତାହାର ବାହୁରେ ଥିବା ଦଉଡ଼ି ଅଗ୍ନିଦଗ୍ଧ ଛଣପଟ ପରି ହେଲା, ଆଉ ତାହା ହାତରୁ ବନ୍ଧନ ଖସି ପଡ଼ିଲା।


ଏରୂପେ ଲୋକମାନେ ଜୟଧ୍ୱନି କଲେ ଓ ଯାଜକମାନେ ତୂରୀ ବଜାଇଲେ; ପୁଣି ଲୋକମାନେ ତୂରୀଧ୍ୱନି ଶୁଣି ମହା ଜୟଧ୍ୱନିରେ ଜୟଧ୍ୱନି କରନ୍ତେ, ପ୍ରାଚୀର ପଡ଼ି ସମଭୂମି ହେଲା; ତେଣୁ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ ଓ ନଗର ହସ୍ତଗତ କଲେ।


ଯଦି କୌଣସି ଲୋକ ବାୟୁ ଓ ମିଥ୍ୟା କଥାର ଅନୁଗାମୀ ହୋଇ ମିଥ୍ୟାରେ କହେ, ଆମ୍ଭେ ଦ୍ରାକ୍ଷାରସ ଓ ସୁରା ବିଷୟକ ଭବିଷ୍ୟଦ୍‍ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିବା, ତେବେ ସେ ତ ଏହି ଲୋକମାନଙ୍କର ଭବିଷ୍ୟଦ୍‍ବକ୍ତା ହେବ।


ତହୁଁ ପଲେଷ୍ଟୀୟମାନେ ସେହି ଜୟଧ୍ୱନି ଶୁଣି କହିଲେ, “ଏବ୍ରୀୟମାନଙ୍କ ଛାଉଣିରେ ଏହି ମହାଜୟଧ୍ୱନି ଶବ୍ଦର ଅଭିପ୍ରାୟ କଅଣ?” ଆଉ ସେମାନେ ଜାଣିଲେ ଯେ, ସଦାପ୍ରଭୁଙ୍କ ସିନ୍ଦୁକ ଛାଉଣିକୁ ଆସିଅଛି।


ଆଉ ଦେଖ, ସାଦୋକ ମଧ୍ୟ ଓ ତାହା ସଙ୍ଗେ ସମସ୍ତ ଲେବୀୟ ଲୋକ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ବହି ଆସିଲେ, ପୁଣି ନଗରରୁ ସମସ୍ତ ଲୋକ ବାହାର ହୋଇ ଯିବା ପର୍ଯ୍ୟନ୍ତ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଓହ୍ଲାଇ ରଖିଲେ ଓ ଅବୀୟାଥର ଉପରକୁ ଗଲା।


ଆଉ, ସମସ୍ତ ଲୋକ ତାହାଙ୍କ ପଛେ ପଛେ ଉଠି ଆସିଲେ ଓ ଲୋକମାନେ ବଂଶୀ ବଜାଇ ଏପରି ମହାହର୍ଷନାଦ କଲେ ଯେ, ସେମାନଙ୍କ ଶବ୍ଦରେ ପୃଥିବୀ ବିଦୀର୍ଣ୍ଣ ହେଲା।


Swiv nou:

Piblisite


Piblisite