Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 3:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ତେବେ ସେ ପଚାରିଲେ, “ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ବିନୟ କରୁଅଛି, ମୋʼ ଠାରୁ ତାହା ଗୁପ୍ତ ନ କର; ସେ ଯେସମସ୍ତ କଥା କହିଅଛନ୍ତି, ତହିଁରୁ କୌଣସି କଥା ତୁମ୍ଭେ ମୋʼ ଠାରୁ ଗୁପ୍ତ କଲେ, ପରମେଶ୍ୱର ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ତୁମ୍ଭକୁ ଦେଉନ୍ତୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ତେବେ ସେ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ବିନୟ କରୁଅଛି, ମୋʼଠାରୁ ତାହା ଗୁପ୍ତ ନ କର; ସେ ଯେସମସ୍ତ କଥା କହିଅଛନ୍ତି, ତହିଁରୁ କୌଣସି କଥା ତୁମ୍ଭେ ମୋʼଠାରୁ ଗୁପ୍ତ କଲେ, ପରମେଶ୍ଵର ସେହି ଦଣ୍ତ, ମଧ୍ୟ ତହିଁରୁ ଅଧିକ ତୁମ୍ଭକୁ ଦେଉନ୍ତୁ।

Gade chapit la Kopi

ଓଡିଆ ବାଇବେଲ

17 ତେବେ ସେ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ ? ବିନୟ କରୁଅଛି, ମୋ’ଠାରୁ ତାହା ଗୁପ୍ତ ନ କର; ସେ ଯେସମସ୍ତ କଥା କହିଅଛନ୍ତି, ତହିଁରୁ କୌଣସି କଥା ତୁମ୍ଭେ ମୋ’ଠାରୁ ଗୁପ୍ତ କଲେ, ପରମେଶ୍ୱର ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ତୁମ୍ଭକୁ ଦେଉନ୍ତୁ।

Gade chapit la Kopi

ପବିତ୍ର ବାଇବଲ

17 ତା'ପରେ ସେ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁଁ ତୁମ୍ଭକୁ ବିନୟ କରୁଅଛି, କିଛି ନ ଲୁଗ୍ଭଇ ମୋତେ କୁହ, “ପରମେଶ୍ୱରଙ୍କ ବାର୍ତ୍ତା ଯଦି କିଛି ମୋ'ଠାରେ ଲୁଗ୍ଭଅ ପରମେଶ୍ୱର ତୁମ୍ଭଙ୍କୁ ଦଣ୍ତ ଦେବେ।”

Gade chapit la Kopi




1 ଶାମୁୟେଲ 3:17
18 Referans Kwoze  

ଏଉତ୍ତାରେ ଦିନ ଥାଉ ଥାଉ ଦାଉଦଙ୍କୁ ଭୋଜନ କରାଇବା ନିମନ୍ତେ ସମସ୍ତ ଲୋକ ଆସିଲେ; ମାତ୍ର ଦାଉଦ ଶପଥ କରି କହିଲେ, “ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେବେ ମୁଁ ରୁଟି କି ଆଉ କିଛି ସ୍ପର୍ଶ କରେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ।”


ତୁମ୍ଭେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେହିଠାରେ ମରିବି ଓ ସେହିଠାରେ ମୋହର କବର ହେବ; କେବଳ ମୃତ୍ୟୁୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ।”


କିନ୍ତୁ ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ବରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ?


ହେ ଯାକୁବର ବଂଶ, ସଦାପ୍ରଭୁଙ୍କର ଆତ୍ମା କି ସଙ୍କୁଚିତ ହୋଇଅଛି? ଏହିସବୁ କି ତାହାଙ୍କର କର୍ମ? ଏହା କୁହାଯିବ? ଯେଉଁ ଜନ ସରଳ ଆଚରଣ କରେ, ଆମ୍ଭର ବାକ୍ୟସକଳ କି ତାହାର ମଙ୍ଗଳ ନ କରେ?


ତହିଁରେ ବେଲ୍‍ଟଶତ୍ସର ନାମକ ଦାନିୟେଲ କ୍ଷଣକାଳ ଚମତ୍କୃତ ହୋଇ ରହିଲେ ଓ ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେଲ୍‍ଟଶତ୍ସର, ସେହି ସ୍ୱପ୍ନ ଅବା ତହିଁର ଅର୍ଥ ତୁମ୍ଭଙ୍କୁ ବ୍ୟାକୁଳିତ ନ କରୁ।” ବେଲ୍‍ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ପ୍ରଭୁ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି, ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତହିଁର ଅର୍ଥ ଘଟୁ।


ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋʼ ପ୍ରତି ଦୟା ହେବ ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ ସ୍ୱରୂପ ହେବ; ମୋʼ ମସ୍ତକ ତାହା ଅଗ୍ରାହ୍ୟ ନ କରୁ; ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋହର ପ୍ରାର୍ଥନା ଚଳୁଥିବ।


ତହୁଁ ରାଜା ତାହାକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନୁ ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେ ଥର ତୁମ୍ଭକୁ ଶପଥ କରାଇବି?”


ପୁଣି ତୁମ୍ଭେମାନେ ଅମାସାଙ୍କୁ କୁହ, ‘ତୁମ୍ଭେ କି ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ ନୁହଁ? ଯଦି ତୁମ୍ଭେ ଯୋୟାବ ପଦରେ ନିତ୍ୟ ଆମ୍ଭ ସାକ୍ଷାତରେ ସେନାପତି ନ ହୁଅ, ତେବେ ପରମେଶ୍ୱର ଆମ୍ଭକୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।’”


ତୁମ୍ଭର ଅମଙ୍ଗଳ କରିବା ମୋʼ ପିତାଙ୍କର ମାନସ ଥିଲେ, ଯେବେ ମୁଁ ତାହା ତୁମ୍ଭ କର୍ଣ୍ଣଗୋଚର ନ କରେ ଓ ତୁମ୍ଭେ କୁଶଳରେ ଯିବା ପାଇଁ ଯେବେ ତୁମ୍ଭକୁ ପଠାଇ ନ ଦିଏ, ତେବେ ସଦାପ୍ରଭୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ। ସଦାପ୍ରଭୁ ଯେପରି ମୋ ପିତାଙ୍କ ସଙ୍ଗୀ ହୋଇଅଛନ୍ତି, ସେପରି ତୁମ୍ଭ ସଙ୍ଗରେ ହେଉନ୍ତୁ।


ପୁଣି, “ହେ ମୋହର ପୁତ୍ର ଶାମୁୟେଲ,” ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ। ତହିଁରେ ସେ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।”


ଏହାର ଯାହା କିଛି ଅଛି, ସେସବୁ ମଧ୍ୟରୁ ଯେବେ ସକାଳ ଆଲୁଅ ପର୍ଯ୍ୟନ୍ତ ଗୋଟିଏ ପୁରୁଷ ପିଲା ଅବଶିଷ୍ଟ ରଖେ, ତେବେ ପରମେଶ୍ୱର ଦାଉଦଙ୍କର ଶତ୍ରୁମାନଙ୍କୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।”


ଏଥିଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ସଦାପ୍ରଭୁଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନରେ ଆପଣା ନିକଟକୁ ଅଣାଇଲା। ଆଉ, ରାଜା ଯିରିମୀୟଙ୍କୁ କହିଲା, “ମୁଁ ତୁମ୍ଭକୁ ଗୋଟିଏ କଥା ପଚାରିବି; ତୁମ୍ଭେ ମୋʼ ଠାରୁ କିଛି ଗୋପନ କରିବ ନାହିଁ।”


ସେତେବେଳେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କର କଥା ଶୁଣିଲି; ଦେଖ, ମୁଁ ତୁମ୍ଭମାନଙ୍କର କଥାନୁସାରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବି ଓ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେକୌଣସି ଉତ୍ତର ଦେବେ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ମୁଁ କୌଣସି କଥା ତୁମ୍ଭମାନଙ୍କଠାରୁ ଗୋପନ କରିବି ନାହିଁ।”


ତହୁଁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ଆଉ ମୋୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ। ତେବେ ବାଲାକ ତାକୁ ପଚାରିଲେ, “ସଦାପ୍ରଭୁ କଅଣ କହିଅଛନ୍ତି?”


ତେବେ ଶାଉଲ କହିଲେ, “ପରମେଶ୍ୱର ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ; ଯୋନାଥନ, ତୁମ୍ଭେ ନିତାନ୍ତ ମରିବ।”


ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ,


ଏଥିରେ ରାଜା ଉତ୍ତର ଦେଇ ସେହି ସ୍ତ୍ରୀକୁ କହିଲେ, “ଭଲ, ମୁଁ ତୁମ୍ଭକୁ ଯାହା ପଚାରିବି, ତାହା ମୋʼ ଠାରୁ ଗୋପନ କରିବ ନାହିଁ।” ତହୁଁ ସେହି ସ୍ତ୍ରୀ କହିଲା, “ମୋର ପ୍ରଭୁ ମହାରାଜ କହନ୍ତୁ।”


ତେବେ ସେ କହିଲେ, “ଯେବେ ଆଜି ଶାଫଟ୍‍ର ପୁତ୍ର ଇଲୀଶାୟର ମସ୍ତକ ତାହା ଦେହରେ ରହେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।”


Swiv nou:

Piblisite


Piblisite