Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 28:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି, ଶାଉଲ ଭୂତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି ଶାଉଲ ଭୂତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ।

Gade chapit la Kopi

ଓଡିଆ ବାଇବେଲ

3 ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି, ଶାଉଲ ଭୂତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ।

Gade chapit la Kopi

ପବିତ୍ର ବାଇବଲ

3 ଶାମୁୟେଲ ମରି ଯାଇଥିଲେ, ସମସ୍ତ ଇସ୍ରାଏଲୀୟବାସୀ ଶାମୁୟେଲଙ୍କର ମୃତ୍ୟୁ ପ୍ରତି ଦୁଃଖର ସହ ସମବେଦନା ଜଣାଇ ଶୋକ କରି ତାଙ୍କର ନିଜ ସ୍ଥାନ ରାମାଠାରେ କବର ଦେଇଥିଲେ। ଶାଉଲ ଭୂତୁଡ଼ିୟା ଓ ଗୁଣିଆମାନଙ୍କୁ ଦେଶରୁ ବିତାଡ଼ିତ କରି ଦେଇଥିଲେ।

Gade chapit la Kopi




1 ଶାମୁୟେଲ 28:3
12 Referans Kwoze  

ଏଥିଉତ୍ତାରେ ଶାମୁୟେଲ ମଲେ; ତହୁଁ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାଙ୍କ ପାଇଁ ବିଳାପ କଲେ ଓ ରାମାସ୍ଥିତ ତାଙ୍କର ଗୃହରେ ତାଙ୍କୁ କବର ଦେଲେ। ପୁଣି, ଦାଉଦ ଉଠି ପାରଣ ପ୍ରାନ୍ତରକୁ ଗଲେ।


ଆଉ, ପୁରୁଷ ଅବା ସ୍ତ୍ରୀ ଯେକେହି ଭୂତୁଡ଼ିଆ ଅବା ଗୁଣିଆ ହୁଏ, ସେ ନିତାନ୍ତ ହତ ହେବ; ଲୋକମାନେ ସେମାନଙ୍କୁ ପଥର ମାରି ବଧ କରିବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।”


ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିଆମାନଙ୍କର ଅନୁସରଣ କର ନାହିଁ; ସେମାନଙ୍କ ଦ୍ୱାରା ଅପବିତ୍ର ହେବା ନିମନ୍ତେ ସେମାନଙ୍କର ଅନ୍ୱେଷଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।


ତୁମ୍ଭେ ମାୟାବିନୀକୁ ଜୀବିତା ରଖିବ ନାହିଁ।


ଏଥିରେ ସେ ସ୍ତ୍ରୀ କହିଲା, “ଦେଖ, ଶାଉଲ ଯାହା କରିଅଛି, କିପରି ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ଦେଶରୁ ଉଚ୍ଛିନ୍ନ କରିଅଛି, ତାହା ତୁମ୍ଭେ ଜାଣ; ଏଣୁ ମୋହର ମୃତ୍ୟୁୁ ଘଟାଇବା ପାଇଁ କାହିଁକି ମୋହର ପ୍ରାଣ ବିରୁଦ୍ଧରେ ଫାନ୍ଦ ପାତୁଅଛ?”


ଯେହେତୁ ବିଦ୍ରୋହ ମନ୍ତ୍ର ପାଠ ପାପ ତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନର ପୂଜା ତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି।”


ପୁଣି, ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରି ଆସୁଥିଲେ ଓ ସେଠାରେ ଇସ୍ରାଏଲ ବଂଶର ବିଚାର କରୁଥିଲେ; ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ।


ଆଉ, ଯେଉଁ ପ୍ରାଣୀ ବ୍ୟଭିଚାର କରିବାକୁ ଭୂତୁଡ଼ିଆ ଓ ଗୁଣିଆ ଲୋକର ପଶ୍ଚାଦ୍‍ଗାମୀ ହୁଏ, ଆମ୍ଭେ ସେହି ପ୍ରାଣୀ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା।


ଯଦି ପିତା ତାହା ସହିତ ଆପଣା କନ୍ୟାର ବିବାହ ଦେବାକୁ ନିତାନ୍ତ ଅସମ୍ମତ ହୁଏ, ତେବେ ସେ କନ୍ୟା ମୂଲ୍ୟର ବ୍ୟବସ୍ଥାନୁସାରେ ରୂପା ତୌଲି ଦେବ।


Swiv nou:

Piblisite


Piblisite