Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 28:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଥିରେ ସେ ସ୍ତ୍ରୀ ଶାମୁୟେଲଙ୍କୁ ଦେଖି ଉଚ୍ଚସ୍ୱରରେ କ୍ରନ୍ଦନ କଲା, ଆଉ ସେ ଶାଉଲଙ୍କୁ କହିଲା, “ଆପଣ କାହିଁକି ମୋତେ ପ୍ରତାରଣା କଲେ? କାରଣ ଆପଣ ଶାଉଲ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏଥିରେ ସେ ସ୍ତ୍ରୀ ଶାମୁୟେଲଙ୍କୁ ଦେଖି ଉଚ୍ଚୈଃସ୍ଵରରେ କ୍ରନ୍ଦନ କଲା, ଆଉ ସେ ଶାଉଲଙ୍କୁ କହିଲା, ଆପଣ କିହେତୁ ମୋତେ ପ୍ରତାରଣା କଲେ? କାରଣ ଆପଣ ଶାଉଲ।

Gade chapit la Kopi

ଓଡିଆ ବାଇବେଲ

12 ଏଥିରେ ସେ ସ୍ତ୍ରୀ ଶାମୁୟେଲଙ୍କୁ ଦେଖି ଉଚ୍ଚୈଃସ୍ୱରରେ କ୍ରନ୍ଦନ କଲା, ଆଉ ସେ ଶାଉଲଙ୍କୁ କହିଲା, ଆପଣ କାହିଁକି ମୋତେ ପ୍ରତାରଣା କଲେ ? କାରଣ ଆପଣ ଶାଉଲ।

Gade chapit la Kopi

ପବିତ୍ର ବାଇବଲ

12 ସେ ସ୍ତ୍ରୀଲୋକଟି ଶାମୁୟେଲଙ୍କୁ ଦେଖି ରଡ଼ି କରିବାକୁ ଲାଗିଲା। ସେ ସ୍ତ୍ରୀଲୋକଟି ଶାଉଲଙ୍କୁ କହିଲା, “ତୁମ୍ଭେ ମୋତେ କାହିଁକି ପ୍ରତାରଣା କଲ? ତୁମ୍ଭେ ଶାଉଲ।”

Gade chapit la Kopi




1 ଶାମୁୟେଲ 28:12
5 Referans Kwoze  

ଏଥିମଧ୍ୟରେ ସଦାପ୍ରଭୁ ଅହୀୟଙ୍କୁ କହିଲେ, “ଦେଖ, ଯାରବୀୟାମଙ୍କର ଭାର୍ଯ୍ୟା ଆପଣା ପୁତ୍ର ବିଷୟ ପଚାରିବା ପାଇଁ ତୁମ୍ଭ ନିକଟକୁ ଆସୁଅଛି; କାରଣ ସେ ପୀଡ଼ିତ ଅଛି; ତାହାକୁ ତୁମ୍ଭେ ଏପରି ଏପରି କହିବ; କାରଣ ସେ ଆସିବା ବେଳେ ଆପଣାକୁ ଅନ୍ୟ ସ୍ତ୍ରୀ ପରି ଦେଖାଇବ।”


ଏହି ସମୟକୁ ଶାମୁୟେଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି, ଶାଉଲ ଭୂତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରି ଦେଇଥିଲେ।


ମାତ୍ର ପ୍ରଭାତ ହୁଅନ୍ତେ, ଦେଖ, ସେ ତ ଲେୟା! ତହୁଁ ଯାକୁବ ଲାବନଙ୍କୁ କହିଲା, “ତୁମ୍ଭେ ମୋʼ ସହିତ ଏ କି ବ୍ୟବହାର କରିଅଛ? ମୁଁ କʼଣ ରାହେଲ ନିମନ୍ତେ ତୁମ୍ଭର ଦାସ୍ୟକର୍ମ କରି ନାହିଁ; ତେବେ କାହିଁକି ମୋତେ ପ୍ରବଞ୍ଚନା କରିଅଛ?”


ସେତେବେଳେ ସେହି ସ୍ତ୍ରୀ କହିଲା, “ମୁଁ କାହାକୁ ତୁମ୍ଭ କତିକି ଉଠାଇ ଆଣିବି?” ସେ କହିଲେ, “ମୋʼ କତିକି ଶାମୁୟେଲଙ୍କୁ ଉଠାଇ ଆଣ।”


ତହୁଁ ରାଜା ତାହାକୁ କହିଲେ, “ଭୟ ନ କର; ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ସେ ସ୍ତ୍ରୀ ଶାଉଲଙ୍କୁ କହିଲା, “ମୁଁ ଦେବଗଣ (ତୁଲ୍ୟ ଏକ ବ୍ୟକ୍ତି) ଭୂମିରୁ ଉଠି ଆସିବାର ଦେଖୁଅଛି।”


Swiv nou:

Piblisite


Piblisite