Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 27:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ଦାଉଦ ସେହି ଦେଶ ନିବାସୀମାନଙ୍କୁ ଆଘାତ କରି ପୁରୁଷ ଓ ସ୍ତ୍ରୀ କାହାକୁ ହିଁ ଜୀବିତ ରଖନ୍ତି ନାହିଁ ଓ ମେଷ, ଗୋରୁ, ଗର୍ଦ୍ଦଭ, ଉଷ୍ଟ୍ର ଓ ବସ୍ତ୍ରାଦି ଲୁଟ କରି ଆଖୀଶ୍‍ ନିକଟକୁ ଫେରି ଆସନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି ଦାଉଦ ସେହି ଦେଶ ନିବାସୀମାନଙ୍କୁ ଆଘାତ କରି ପୁରୁଷ ଓ ସ୍ତ୍ରୀ କାହାକୁ ହିଁ ଜୀବିତ ରଖନ୍ତି ନାହିଁ ଓ ମେଷ, ଗୋରୁ, ଗର୍ଦ୍ଦଭ, ଉଷ୍ଟ୍ର ଓ ବସ୍ତ୍ରାଦି ଲୁଟ କରି ଆଖୀଶ୍ ନିକଟକୁ ଫେରି ଆସନ୍ତି।

Gade chapit la Kopi

ଓଡିଆ ବାଇବେଲ

9 ପୁଣି, ଦାଉଦ ସେହି ଦେଶ ନିବାସୀମାନଙ୍କୁ ଆଘାତ କରି ପୁରୁଷ ଓ ସ୍ତ୍ରୀ କାହାକୁ ହିଁ ଜୀବିତ ରଖନ୍ତି ନାହିଁ ଓ ମେଷ, ଗୋରୁ, ଗର୍ଦ୍ଦଭ, ଉଷ୍ଟ୍ର ଓ ବସ୍ତ୍ରାଦି ଲୁଟ କରି ଆଖୀଶ୍‍ ନିକଟକୁ ଫେରି ଆସନ୍ତି।

Gade chapit la Kopi

ପବିତ୍ର ବାଇବଲ

9 ଦାଉଦ ସେ ଅଞ୍ଚଳର ଲୋକମାନଙ୍କୁ ପରାସ୍ତ କରି ସେମାନଙ୍କର ମେଷ, ଗାଈ, ବଳଦ, ଗଧ, ଓଟ, ଏବଂ ସେମାନଙ୍କର ଲୁଗାପଟା ଆଣି ଆଖୀ‌ଶ୍‌‌କୁ ଦେଉଥିଲେ। କିନ୍ତୁ ଦାଉଦ ସେମାନଙ୍କ ମଧ୍ୟରୁ କୌଣସି ଲୋକଙ୍କୁ ବଞ୍ଚିବାକୁ ଅନୁମତି ଦେଲେ ନାହିଁ।

Gade chapit la Kopi




1 ଶାମୁୟେଲ 27:9
9 Referans Kwoze  

ଏବେ ତୁମ୍ଭେ ଯାଇ ଅମାଲେକକୁ ଆଘାତ କର ଓ ସେମାନଙ୍କର ସର୍ବସ୍ୱ ସମ୍ପୂର୍ଣ୍ଣ ରୂପେ ବିନାଶ କର ଓ ସେମାନଙ୍କୁ ଦୟା କର ନାହିଁ; ମାତ୍ର ପୁରୁଷଠାରୁ ସ୍ତ୍ରୀ ପର୍ଯ୍ୟନ୍ତ, ବାଳକଠାରୁ ସ୍ତନ୍ୟପାୟୀ ଶିଶୁ ପର୍ଯ୍ୟନ୍ତ, ଗୋରୁଠାରୁ ମେଷ ପର୍ଯ୍ୟନ୍ତ, ଓଟଠାରୁ ଗଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବଧ କର।’”


ଏଉତ୍ତାରେ ଶାଉଲ ହବୀଲାଠାରୁ ମିସର ସମ୍ମୁଖସ୍ଥ ଶୂରର ନିକଟ ପର୍ଯ୍ୟନ୍ତ ଅମାଲେକୀୟମାନଙ୍କୁ ଆଘାତ କଲେ।


ପୁଣି ସେମାନେ ପୁରୁଷ ଓ ସ୍ତ୍ରୀ, ଯୁବା ଓ ବୃଦ୍ଧ, ପୁଣି ଗୋରୁ ଓ ମେଷ ଓ ଗର୍ଦ୍ଦଭ ଆଦି ଯାହା ଯାହା ନଗରରେ ଥିଲା, ସେସବୁକୁ ଖଡ୍ଗମୁଖରେ ବର୍ଜିତ ରୂପେ ବିନାଶ କଲେ।


ଏଥିଉତ୍ତାରେ ମୋଶା ଇସ୍ରାଏଲଙ୍କୁ ସୂଫ ସାଗରଠାରୁ ଯାତ୍ରା କରାଇଲେ, ପୁଣି, ସେମାନେ ଶୂର-ପ୍ରାନ୍ତର ଆଡ଼କୁ ଯାତ୍ରା କଲେ, ସେମାନେ ପ୍ରାନ୍ତରରେ ତିନି ଦିନ ଯାତ୍ରା କରି ଜଳ ପାଇଲେ ନାହିଁ।


ଏଥିଉତ୍ତାରେ ତାହାର ସନ୍ତାନମାନେ ହବୀଲା ଓ ମିସରର ପୂର୍ବସ୍ଥିତ ଶୂରଠାରୁ ଅଶୂରୀୟା ଦିଗରେ ବସତି କଲେ। ଏହିରୂପେ ସେ ଆପଣା ସମସ୍ତ ଭ୍ରାତୃଗଣର ସମ୍ମୁଖସ୍ଥ ବସତି ସ୍ଥାନ ପାଇଲା।


ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍‍, ଶୂରର ପଥରେ ଯେଉଁ ନିର୍ଝର ଅଛି, ତହିଁ ନିକଟରେ ତାହାକୁ ଦେଖି କହିଲେ,


ପୁଣି, ସେ ଅମାଲେକୀୟମାନଙ୍କ ରାଜା ଅଗାଗକୁ ଜିଅନ୍ତା ଧରିଲେ ଓ ଲୋକ ସମସ୍ତଙ୍କୁ ଖଡ୍ଗଧାରରେ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।


ମଧ୍ୟ ତାହାର ସମ୍ପତ୍ତି ସାତ ହଜାର ମେଷ, ତିନି ହଜାର ଉଷ୍ଟ୍ର, ପାଞ୍ଚ ଶହ ହଳ ବଳଦ, ପାଞ୍ଚ ଶହ ଗର୍ଦ୍ଦଭୀ ଓ ଅନେକ ଦାସଦାସୀ ଥିଲେ। ତେଣୁ ସେ ପୂର୍ବଦେଶୀୟ ସମସ୍ତ ଲୋକଙ୍କ ଅପେକ୍ଷା ମହାନ ହୋଇଥିଲା।


Swiv nou:

Piblisite


Piblisite