Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 26:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେତେବେଳେ ଅବୀଶୟ ଦାଉଦଙ୍କୁ କହିଲେ, “ପରମେଶ୍ୱର ଆଜି ଆପଣଙ୍କ ଶତ୍ରୁକୁ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି; ଏଣୁ ଏବେ ଏହି ବର୍ଚ୍ଛାରେ ତାହାକୁ ଆଘାତ କରି ଏକାଥରକେ ଭୂମିରେ ବିଦ୍ଧ କରିବାକୁ ମୋତେ ଅନୁମତି ଦେଉନ୍ତୁ, ମୁଁ ତାହାକୁ ଦୁଇ ଥର ଆଘାତ କରିବି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେତେବେଳେ ଅବୀଶୟ ଦାଉଦଙ୍କୁ କହିଲେ, ପରମେଶ୍ଵର ଆଜି ଆପଣଙ୍କ ଶତ୍ରୁକୁ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି; ଏଣୁ ଏବେ ଏହି ବର୍ଚ୍ଛାରେ ତାହାକୁ ଆଘାତ କରି ଏକାଥରକେ ଭୂମିରେ ବିଦ୍ଧ କରିବାକୁ ମୋତେ ଅନୁମତି ଦେଉନ୍ତୁ, ମୁଁ ତାହାକୁ ଦୁଇ ଥର ଆଘାତ କରିବି ନାହିଁ।

Gade chapit la Kopi

ଓଡିଆ ବାଇବେଲ

8 ସେତେବେଳେ ଅବୀଶୟ ଦାଉଦଙ୍କୁ କହିଲେ, ପରମେଶ୍ୱର ଆଜି ଆପଣଙ୍କ ଶତ୍ରୁକୁ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି; ଏଣୁ ଏବେ ଏହି ବର୍ଚ୍ଛାରେ ତାହାକୁ ଆଘାତ କରି ଏକାଥରକେ ଭୂମିରେ ବିଦ୍ଧ କରିବାକୁ ମୋତେ ଅନୁମତି ଦେଉନ୍ତୁ, ମୁଁ ତାହାକୁ ଦୁଇ ଥର ଆଘାତ କରିବି ନାହିଁ।

Gade chapit la Kopi

ପବିତ୍ର ବାଇବଲ

8 ଅବୀଶୟ ଦାଉଦଙ୍କୁ କହିଲା, “ଆଜି ପରମେଶ୍ୱର ତୁମ୍ଭକୁ ତୁମ୍ଭ ଶତ୍ରୁକୁ ପରାସ୍ତ କରିବାର ସୁଯୋଗ ଦେଇଛନ୍ତି। ତେଣୁ ଏହି ବର୍ଚ୍ଛାରେ ତାକୁ ଭୂମିରେ ବଧ କରିବାକୁ ଅନୁମତି ଦିଅ। ମୁଁ ତାକୁ ଏକାଥରେ ହତ୍ୟା କରିବି।”

Gade chapit la Kopi




1 ଶାମୁୟେଲ 26:8
16 Referans Kwoze  

ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, “ଯେଉଁ ଦିନ ବିଷୟରେ ସଦାପ୍ରଭୁ ତୁମ୍ଭକୁ କହିଥିଲେ, ଦେଖ, ‘ଆମ୍ଭେ ତୁମ୍ଭ ଶତ୍ରୁକୁ ତୁମ୍ଭ ହସ୍ତରେ ଦେବା, ତହିଁରେ ତୁମ୍ଭକୁ ଯେପରି ଭଲ ଦିଶିବ, ସେପରି ତୁମ୍ଭେ ତାହା ପ୍ରତି କରିବ, ସେଦିନ ଏହି ଦେଖ।’” ତହୁଁ ଦାଉଦ ଉଠି ଗୋପନରେ ଶାଉଲଙ୍କର ଚୋଗାଧଡ଼ି କାଟି ନେଲେ।


ପୁଣି, ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଧାର୍ମିକତା ଓ ବିଶ୍ୱସ୍ତତା ପ୍ରମାଣେ ଫଳ ଦେଉନ୍ତୁ; ସଦାପ୍ରଭୁ ଆଜି ଆପଣଙ୍କୁ ମୋହର ହସ୍ତରେ ସମର୍ପଣ କଲେ ହେଁ ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବାକୁ ଇଚ୍ଛା କଲି ନାହିଁ।


ଏଥିଉତ୍ତାରେ ଦାଉଦ ପ୍ରାନ୍ତରସ୍ଥ ନାନା ଦୁର୍ଗମ ସ୍ଥାନରେ ବାସ କରି ସୀଫ୍‍ ପ୍ରାନ୍ତରସ୍ଥ ପର୍ବତମୟ ଦେଶରେ ରହିଲେ। ପୁଣି, ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, ମାତ୍ର ପରମେଶ୍ୱର ତାଙ୍କୁ ତାଙ୍କ ହାତରେ ଦେଲେ ନାହିଁ।


ଏଥିଉତ୍ତାରେ ଯିହୁଦା ଯାତ୍ରା କଲା; ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ କିଣାନୀୟ ଓ ପରିଷୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ବେଷକରେ ସେମାନଙ୍କର ଦଶ ହଜାର ଲୋକଙ୍କୁ ବଧ କଲେ।


ଆଉ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ କୃତ ଆପଣା ସମସ୍ତ ଶପଥ ଅନୁସାରେ ଚାରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ; ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିଲା ନାହିଁ; ସଦାପ୍ରଭୁ ସେମାନଙ୍କ ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ।


ଯେବେ ସେମାନଙ୍କର ଶୈଳ ସେମାନଙ୍କୁ ବିକ୍ରୟ କରିଦେଇ ନ ଥାʼନ୍ତେ ଓ ଯେବେ ସଦାପ୍ରଭୁ ସେମାନଙ୍କୁ ସମର୍ପଣ କରିଦେଇ ନ ଥାʼନ୍ତେ, ତେବେ ସହସ୍ର ଜଣଙ୍କୁ ଏକ ଜଣ କିପରି ତଡ଼ି ଦିଅନ୍ତା, ପୁଣି ଦଶ ସହସ୍ର ଜଣଙ୍କୁ ଦୁଇ ଜଣ କିପରି ବିମୁଖ କରନ୍ତେ?


କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ବର ସମସ୍ତଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଅଛନ୍ତି।


ତୁମ୍ଭେମାନେ ସଦାପ୍ରଭୁଙ୍କ ପ୍ରତିକୂଳରେ କି କଳ୍ପନା କରୁଅଛ? ସେ ନିଃଶେଷ ରୂପେ ସଂହାର କରିବେ; ଦ୍ୱିତୀୟ ଥର କ୍ଳେଶ ଉପସ୍ଥିତ ହେବ ନାହିଁ।


ପୁଣି, ଶତ୍ରୁ ହସ୍ତରେ ତୁମ୍ଭେ ମୋତେ ବନ୍ଦ କରି ନାହଁ; ତୁମ୍ଭେ ପ୍ରଶସ୍ତ ସ୍ଥାନରେ ମୋର ଚରଣ ସ୍ଥାପନ କରିଅଛ।


ତହୁଁ ରାତ୍ରି ବେଳେ ଦାଉଦ ଓ ଅବୀଶୟ ଲୋକମାନଙ୍କ ନିକଟକୁ ଗଲେ; ଆଉ ଦେଖ, ଶାଉଲ ଶଗଡ଼ବନ୍ଦି ସ୍ଥାନ ମଧ୍ୟରେ ଶୟନ କରି ନିଦ୍ରିତ ହୋଇଅଛନ୍ତି, ତାଙ୍କର ବର୍ଚ୍ଛା ତାଙ୍କ ମସ୍ତକ ପାଖ ଭୂମିରେ ମରା ହୋଇଅଛି; ପୁଣି, ଅବ୍‍ନର ଓ ଲୋକମାନେ ତାଙ୍କର ଚାରିଆଡ଼େ ଶୋଇଅଛନ୍ତି।


ଏଥିରେ ଦାଉଦ ଅବୀଶୟକୁ କହିଲେ, “ତାଙ୍କୁ ବିନାଶ କର ନାହିଁ, କାରଣ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ କିଏ ହସ୍ତ ବିସ୍ତାର କରି ନିର୍ଦ୍ଦୋଷ ହୋଇପାରେ?”


ସେତେବେଳେ ସରୁୟାର ପୁତ୍ର ଅବୀଶୟ ରାଜାଙ୍କୁ କହିଲା, “ଏ ମଲା କୁକ୍କୁରଟା କାହିଁକି ମୋʼ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦେଉନ୍ତୁ, ମୁଁ ପାର ହୋଇଯାଇ ତାହାର ମୁଣ୍ଡ କାଟି ପକାଏ।”


ତହିଁରେ କାରେହର ପୁତ୍ର ଯୋହାନନ୍‍ ମିସ୍ପାରେ ଗଦଲୀୟଙ୍କୁ ଗୋପନରେ କହିଲା, “ଆପଣଙ୍କର ଅନୁମତି ହେଲେ ମୁଁ ଯାଇ ନଥନୀୟର ପୁତ୍ର ଇଶ୍ମାୟେଲକୁ ବଧ କରିବି, ଆଉ କେହି ତାହା ଜାଣିବ ନାହିଁ; ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ୱାରା ଆପଣଙ୍କ ନିକଟରେ ସଂଗୃହୀତ ଯିହୁଦୀୟ ସମସ୍ତେ ଛିନ୍ନଭିନ୍ନ ହୋଇଯିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହେବ?”


ମାତ୍ର ଶାଉଲଙ୍କର ବସ୍ତ୍ରଧଡ଼ି କାଟିବାରୁ ପଛେ ଦାଉଦଙ୍କର ଅନ୍ତଃକରଣ ତାଙ୍କୁ ଆଘାତ କଲା।


Swiv nou:

Piblisite


Piblisite