Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 25:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ତାହାକୁ ଏପରି କୁହ, ‘ତୁମ୍ଭେ ଚିରଜୀବୀ ହୁଅ, ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ ଓ ତୁମ୍ଭ ସର୍ବସ୍ୱର ମଙ୍ଗଳ ହେଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି ତାହାକୁ ଏପରି କୁହ, ତୁମ୍ଭେ ଚିରଜୀବୀ ହୁଅ, ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ ଓ ତୁମ୍ଭ ସର୍ବସ୍ଵର ମଙ୍ଗଳ ହେଉ।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ତାହାକୁ ଏପରି କୁହ, ତୁମ୍ଭେ ଚିରଜୀବୀ ହୁଅ, ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ ଓ ତୁମ୍ଭ ସର୍ବସ୍ୱର ମଙ୍ଗଳ ହେଉ।

Gade chapit la Kopi

ପବିତ୍ର ବାଇବଲ

6 ଦାଉଦ କହିଲେ ତୁମ୍ଭେ ଯାଇ ଏହିପରି କୁହ, ଯେ, “ତୁମ୍ଭେ ଚୀରଜୀବି ହୁଅ ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ। ତୁମ୍ଭର ସର୍ବସ୍ୱ ମଙ୍ଗଳ ହେଉ।

Gade chapit la Kopi




1 ଶାମୁୟେଲ 25:6
12 Referans Kwoze  

ସେତେବେଳେ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଅମାସୟ ଉପରେ ଆତ୍ମା ଅଧିଷ୍ଠାନ କରନ୍ତେ, ସେ କହିଲା, “ହେ ଦାଉଦ, ଆମ୍ଭେମାନେ ତୁମ୍ଭର, ହେ ଯିଶୀର ପୁତ୍ର, ଆମ୍ଭେମାନେ ତୁମ୍ଭର ପକ୍ଷ; ତୁମ୍ଭର ମଙ୍ଗଳ ହେଉ, ମଙ୍ଗଳ ହେଉ ଓ ତୁମ୍ଭ ସାହାଯ୍ୟକାରୀମାନଙ୍କର ମଙ୍ଗଳ ହେଉ; କାରଣ ତୁମ୍ଭ ପରମେଶ୍ୱର ତୁମ୍ଭର ସାହାଯ୍ୟ କରନ୍ତି।” ତହୁଁ ଦାଉଦ ସେମାନଙ୍କୁ ଗ୍ରହଣ କରି ସେନାଦଳ ଉପରେ ସେମାନଙ୍କୁ ସେନାପତି କଲେ।


ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ କୁହ, ଏହି ଗୃହ ପ୍ରତି ଶାନ୍ତି ହେଉ।


କିନ୍ତୁ ଯେ ଭୋଗଭିଳାଷରେ ଆସକ୍ତ, ସେ ଜୀବିତ ଥିଲେ ହେଁ ମୃତ।


ତୁମ୍ଭ ପ୍ରାଚୀର ମଧ୍ୟରେ ଶାନ୍ତି ବର୍ତ୍ତୁ ଓ ତୁମ୍ଭ ଅଟ୍ଟାଳିକାସମୂହର ସୌଭାଗ୍ୟ ହେଉ।


ଶାନ୍ତିଦାତା ପ୍ରଭୁ ନିଜେ ତୁମ୍ଭମାନଙ୍କୁ ସର୍ବଦା ଓ ସବୁପ୍ରକାର ଶାନ୍ତି ଦେଉନ୍ତୁ। ପ୍ରଭୁ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉନ୍ତୁ।


ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋହର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି; ଜଗତ ଯେପରି ଦାନ କରେ, ମୁଁ ତୁମ୍ଭମାନଙ୍କୁ ସେପରି ଦାନ କରୁ ନାହିଁ। ତୁମ୍ଭମାନଙ୍କ ହୃଦୟ ଉଦ୍‌ବିଗ୍ନ କି ଭୟଗ୍ରସ୍ତ ନ ହେଉ।


କାରଣ ଆମ୍ଭେମାନେ ଏବେ ଜୀବିତ ଯଦି ତୁମ୍ଭେମାନେ ପ୍ରଭୁଙ୍କଠାରେ ସୁସ୍ଥିର ହୋଇଥାଅ।


ସେତେବେଳେ ଅହୀମାସ୍‍ ଡାକ ପକାଇ ରାଜାଙ୍କୁ କହିଲା, “ସବୁ ମଙ୍ଗଳ।” ତହୁଁ ସେ ରାଜାଙ୍କର ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କରି କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ମୋହର ପ୍ରଭୁ ମହାରାଜଙ୍କ ବିରୁଦ୍ଧରେ ଯେଉଁ ମନୁଷ୍ୟମାନେ ହସ୍ତ ଉଠାଇଥିଲେ, ସେମାନଙ୍କୁ ସେ ସମର୍ପଣ କରିଦେଇଅଛନ୍ତି।”


ତହିଁରେ ଦାଉଦ ଦଶ ଜଣ ଯୁବାଙ୍କୁ ପଠାଇଲେ ଓ ଦାଉଦ ସେହି ଯୁବାମାନଙ୍କୁ କହିଲେ, “ତୁମ୍ଭେମାନେ କର୍ମିଲକୁ ଉଠି ନାବଲ କତିକି ଯାଅ ଓ ମୋହର ନାମରେ ତାହାକୁ ନମସ୍କାର ଜଣାଅ।


ମୋହର ଭ୍ରାତୃଗଣ ଓ ମିତ୍ରଗଣ ସକାଶେ ମୁଁ ଏବେ କହିବି, ତୁମ୍ଭ ମଧ୍ୟରେ ଶାନ୍ତି ବର୍ତ୍ତୁ।


ତହିଁରେ ସେ ଗୃହାଧ୍ୟକ୍ଷ କହିଲା, “ତୁମ୍ଭମାନଙ୍କର ମଙ୍ଗଳ ହେଉ, ଭୟ କର ନାହିଁ; ତୁମ୍ଭମାନଙ୍କ ପରମେଶ୍ୱର ଓ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କ ପଟରେ ତୁମ୍ଭମାନଙ୍କୁ ଗୁପ୍ତ ଧନ ଦେଇଅଛନ୍ତି; ତୁମ୍ଭମାନଙ୍କ ଟଙ୍କା ମୋʼ ପାଖରେ ଥିଲା।” ତହୁଁ ସେ ଶିମୀୟୋନକୁ ବାହାର କରି ସେମାନଙ୍କ ନିକଟକୁ ଆଣିଲା।


Swiv nou:

Piblisite


Piblisite