Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 22:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତହୁଁ ସେ ସେମାନଙ୍କୁ ମୋୟାବ-ରାଜାର ସାକ୍ଷାତକୁ ଆଣିଲେ ତହିଁରେ ଦାଉଦ ଦୁର୍ଗମ ସ୍ଥାନରେ ରହିବା ସମୟଯାକ ସେମାନେ ସେହି ରାଜା ସହିତ ବାସ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତହୁଁ ସେ ସେମାନଙ୍କୁ ମୋୟାବ-ରାଜାର ସାକ୍ଷାତକୁ ଆଣିଲେ; ତହିଁରେ ଦାଉଦ ଦୁର୍ଗମ ସ୍ଥାନରେ ରହିବା ସମୟଯାକ ସେମାନେ ସେହି ରାଜା ସହିତ ବାସ କଲେ।

Gade chapit la Kopi

ଓଡିଆ ବାଇବେଲ

4 ତହୁଁ ସେ ସେମାନଙ୍କୁ ମୋୟାବ-ରାଜାର ସାକ୍ଷାତକୁ ଆଣିଲେ ତହିଁରେ ଦାଉଦ ଦୁର୍ଗମ ସ୍ଥାନରେ ରହିବା ସମୟଯାକ ସେମାନେ ସେହି ରାଜା ସହିତ ବାସ କଲେ।

Gade chapit la Kopi

ପବିତ୍ର ବାଇବଲ

4 ତେଣୁ ଦାଉଦ ତାଙ୍କର ପିତାମାତାଙ୍କୁ ମୋୟାବର ରାଜାଙ୍କ ନିକଟରେ ଛାଡ଼ି ଗଲେ। ଯେତେଦିନ ଯାଏ ଦାଉଦ ସେହି ଦୁର୍ଗରେ ବାସ କଲେ, ସେ ପର୍ଯ୍ୟନ୍ତ ସେମାନେ ମୋୟାବର ରାଜାଙ୍କ ସହିତ ରହିଲେ।

Gade chapit la Kopi




1 ଶାମୁୟେଲ 22:4
15 Referans Kwoze  

ମୁଁ ସଦାପ୍ରଭୁଙ୍କଠାରେ ଶରଣ ନିଏ; ତୁମ୍ଭେମାନେ କିପରି ମୋʼ ପ୍ରାଣକୁ କହୁଅଛ, “ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?”


କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ।


ତହିଁରେ ମୁଁ କହିଲି, “ମୋʼ ପରି ଲୋକ କʼଣ ପଳାଇବ? ମୋʼ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି? ମୁଁ ଭିତରକୁ ଯିବି ନାହିଁ।”


ଆଉ, ସେ ଦାଉଦଙ୍କର ଓ ରାଜାଙ୍କର ଦର୍ଶକ ଗାଦ୍‍ର ଓ ନାଥନ ଭବିଷ୍ୟଦ୍‍ବକ୍ତାଙ୍କର ଆଜ୍ଞାନୁସାରେ କରତାଳ ଓ ନେବଲ ଓ ବୀଣାଧାରୀ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ସ୍ଥାପନ କଲେ; କାରଣ ସଦାପ୍ରଭୁ ଆପଣା ଭବିଷ୍ୟଦ୍‍ବକ୍ତାମାନଙ୍କ ଦ୍ୱାରା ଏହି ଆଜ୍ଞା କରିଥିଲେ।


ଏହି ଦାଉଦ ରାଜାଙ୍କର ପ୍ରଥମ ଓ ଶେଷ କ୍ରିୟାସବୁ, ଦେଖ, ଶାମୁୟେଲ ଦର୍ଶକର ଇତିହାସରେ ଓ ନାଥନ ଭବିଷ୍ୟଦ୍‍ବକ୍ତାଙ୍କର ଇତିହାସରେ ଓ ଗାଦ୍‍ ଦର୍ଶକର ଇତିହାସରେ ଲିଖିତ ଅଛି;


ଏଥିରେ ସଦାପ୍ରଭୁ ଦାଉଦଙ୍କର ଦର୍ଶକ ଗାଦ୍‍କୁ କହିଲେ,


ଆହୁରି ବିନ୍ୟାମୀନ୍ ଓ ଯିହୁଦା-ସନ୍ତାନମାନଙ୍କ ମଧ୍ୟରୁ କେତେ ଲୋକ ଦୁର୍ଗ-ସ୍ଥାନକୁ ଦାଉଦଙ୍କ ନିକଟକୁ ଆସିଲେ।


ଏଥିଉତ୍ତାରେ ଦାଉଦ ପ୍ରଭାତରେ ଉଠନ୍ତେ, ଦାଉଦଙ୍କ ଦର୍ଶକ ଗାଦ୍‍ ଭବିଷ୍ୟଦ୍‍ବକ୍ତା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା,


ଏଥିଉତ୍ତାରେ ଦାଉଦ ସେଠାରୁ ମୋୟାବ ଦେଶସ୍ଥ ମିସ୍ପେକୁ ଗଲେ; ପୁଣି, ସେ ମୋୟାବର ରାଜାକୁ କହିଲେ, “ମୁଁ ବିନୟ କରୁଅଛି, ପରମେଶ୍ୱର ମୋʼ ପ୍ରତି କଅଣ କରିବେ, ତାହା ମୁଁ ଜାଣିବା ପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ଆସି ରହିବାକୁ ଦିଅ।”


ଏଥିମଧ୍ୟରେ ଭବିଷ୍ୟଦ୍‍ବକ୍ତା ଗାଦ୍‍ ଦାଉଦଙ୍କୁ କହିଲା, “ଏହି ଦୁର୍ଗମ ସ୍ଥାନରେ ନ ରୁହ; ପ୍ରସ୍ଥାନ କରି ଯିହୁଦା ଦେଶକୁ ଯାଅ।” ତେବେ ଦାଉଦ ପ୍ରସ୍ଥାନ କରି ହେରତ୍‍ ବଣରେ ଉପସ୍ଥିତ ହେଲେ।


ପୁଣି ସେ ମୋୟାବକୁ ପରାସ୍ତ କରି ସେହି ଲୋକମାନଙ୍କୁ ଭୂମିରେ ଶୟନ କରାଇ ଦଉଡ଼ିରେ ମାପିଲେ ଓ ସେ ବଧ କରିବା ପାଇଁ ଦୁଇ ଦଉଡ଼ି ଓ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ଏକ ଦଉଡ଼ି ମାପିଲେ। ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ତାଙ୍କୁ କର ଦେଲେ।


ପୁଣି, ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।


Swiv nou:

Piblisite


Piblisite