Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 18:30 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ଏଥିଉତ୍ତାରେ ପଲେଷ୍ଟୀୟ ଅଧିପତିମାନେ ବାହାରିବାକୁ ଲାଗିଲେ; ପୁଣି, ସେମାନେ ଯେତେ ଥର ବାହାରିଲେ, ସେତେଥର ଦାଉଦ ଶାଉଲଙ୍କର ସମସ୍ତ ଦାସ ଅପେକ୍ଷା ଅଧିକ ବୁଦ୍ଧିର କାର୍ଯ୍ୟ କଲେ; ଏଣୁ ତାଙ୍କର ନାମ ଅତିଶୟ ମାନ୍ୟ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ଅନନ୍ତର ପଲେଷ୍ଟୀୟ ଅଧିପତିମାନେ ବାହାରିବାକୁ ଲାଗିଲେ; ପୁଣି ସେମାନେ ଯେତେ ଥର ବାହାରିଲେ, ସେତେ ଥର ଦାଉଦ ଶାଉଲଙ୍କର ସମସ୍ତ ଦାସ ଅପେକ୍ଷା ଅଧିକ ବୁଦ୍ଧିର କାର୍ଯ୍ୟ କଲେ; ଏଣୁ ତାଙ୍କର ନାମ ଅତିଶୟ ମାନ୍ୟ ହେଲା।

Gade chapit la Kopi

ଓଡିଆ ବାଇବେଲ

30 ଏଥିଉତ୍ତାରେ ପଲେଷ୍ଟୀୟ ଅଧିପତିମାନେ ବାହାରିବାକୁ ଲାଗିଲେ; ପୁଣି, ସେମାନେ ଯେତେ ଥର ବାହାରିଲେ, ସେତେ ଥର ଦାଉଦ ଶାଉଲଙ୍କର ସମସ୍ତ ଦାସ ଅପେକ୍ଷା ଅଧିକ ବୁଦ୍ଧିର କାର୍ଯ୍ୟ କଲେ; ଏଣୁ ତାଙ୍କର ନାମ ଅତିଶୟ ମାନ୍ୟ ହେଲା।

Gade chapit la Kopi

ପବିତ୍ର ବାଇବଲ

30 ପଲେଷ୍ଟୀୟମାନଙ୍କର ଅଧିପତିମାନେ ଇସ୍ରାଏଲୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ଆସିଲେ କିନ୍ତୁ ପ୍ରତ୍ୟେକ ଥର ଦାଉଦ ସେମାନଙ୍କୁ ପରାସ୍ତ କଲେ। ଦାଉଦ ଶାଉଲଙ୍କର ଅତି ଦକ୍ଷ ଅଧିକାରୀ ହେଲେ। ଦାଉଦ ଅଧିକ ମାନ୍ୟ ପାଇଲେ।

Gade chapit la Kopi




1 ଶାମୁୟେଲ 18:30
17 Referans Kwoze  

ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ ଦାଉଦ ଯୋୟାବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ; ତହିଁରେ ସେମାନେ ଅମ୍ମୋନ-ସନ୍ତାନମାନଙ୍କୁ ସଂହାର କରି ରବ୍ବା ନଗର ଅବରୋଧ କଲେ। ମାତ୍ର ଦାଉଦ ଯିରୂଶାଲମରେ ରହିଲେ।


ଆଉ ଶାଉଲ ଦାଉଦଙ୍କୁ ଯେକୌଣସି ସ୍ଥାନକୁ ପଠାନ୍ତି, ସେ ସେଠାକୁ ଯାଇ ବୁଦ୍ଧିରେ କାର୍ଯ୍ୟ କରନ୍ତି, ଏହେତୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ କଲେ ଓ ଏହା ସମସ୍ତ ଲୋକଙ୍କ ଦୃଷ୍ଟିରେ ଓ ଶାଉଲଙ୍କ ଦାସମାନଙ୍କ ଦୃଷ୍ଟିରେ ମଧ୍ୟ ଉତ୍ତମ ଦେଖାଗଲା।


ଏଣୁ ତୁମ୍ଭେମାନେ ଯେ ବିଶ୍ୱାସ କରୁଅଛ, ସେହି ମହାମୂଲ୍ୟର ଅଂଶୀ ଅଟ, କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, “ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର,”


ଜୀବନ୍ତ ପ୍ରସ୍ତର ସ୍ୱରୂପ ଯେ ସେହି ପ୍ରଭୁ, ସେ ମନୁଷ୍ୟମାନଙ୍କ ଦ୍ୱାରା ଅଗ୍ରାହ୍ୟ ହେଲେ ସତ, କିନ୍ତୁ ଈଶ୍ବରଙ୍କ ନିକଟରେ ମନୋନୀତ ଓ ବହୁମୂଲ୍ୟ ଅଟନ୍ତି,


ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ,


କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରିପାରିବେ ନାହିଁ।


ଆଉ, ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେଉଁ କୌଣସି କଥା ରାଜା ସେମାନଙ୍କୁ ପଚାରିଲେ, ସେହି ସକଳ ବିଷୟରେ ସେ ଆପଣାର ସମଗ୍ର ରାଜ୍ୟସ୍ଥ ଯାବତୀୟ ମନ୍ତ୍ରବେତ୍ତା ଓ ଗଣକ ଅପେକ୍ଷା ସେମାନଙ୍କର ବିଜ୍ଞତା ଦଶଗୁଣ ଅଧିକ ଦେଖିଲା।


ମୋହର ସମସ୍ତ ଗୁରୁ ଅପେକ୍ଷା ମୋʼ ବୁଦ୍ଧି ଅଧିକ; କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ।


ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍‍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ।


ଏଥିରେ ରାଜା ପୁନର୍ବାର ତୃତୀୟ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ପୁଣି ସେହି ତୃତୀୟ ପଚାଶପତି ଉପରକୁ ଗଲା ଓ ଏଲୀୟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆପଣା ଆଣ୍ଠୁପାତି ବିନୟ କରି ତାଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ମୁଁ ବିନୟ କରୁଅଛି, ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ଓ ଆପଣଙ୍କ ଦାସ ଏହି ପଚାଶ ଲୋକଙ୍କର ପ୍ରାଣ ବହୁମୂଲ୍ୟ ହେଉ।


ଏଥିରେ ଶାଉଲ କହିଲେ, “ମୁଁ ପାପ କଲି; ହେ ମୋହର ପୁତ୍ର ଦାଉଦ, ଫେରି ଆସ; ମୁଁ ତୁମ୍ଭକୁ ଆଉ ହିଂସା କରିବି ନାହିଁ, କାରଣ ଆଜି ମୋହର ପ୍ରାଣ ତୁମ୍ଭ ଦୃଷ୍ଟିରେ ବହୁମୂଲ୍ୟ ହେଲା; ଦେଖ, ମୁଁ ମୂର୍ଖତାର କର୍ମ କରିଅଛି ଓ ଅତିଶୟ ଭ୍ରାନ୍ତ ହୋଇଅଛି।”


ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭ ଗୃହ ଓ ତୁମ୍ଭ ପିତୃଗୃହ ଆମ୍ଭ ସମ୍ମୁଖରେ ଅନନ୍ତକାଳ ଗମନାଗମନ କରିବେ ବୋଲି ଆମ୍ଭେ କହିଥିଲୁ ପ୍ରମାଣ,’ ମାତ୍ର ଏବେ ସଦାପ୍ରଭୁ କହନ୍ତି, ‘ତାହା ଆମ୍ଭଠାରୁ ଦୂର ହେଉ; କାରଣ ଯେଉଁମାନେ ଆମ୍ଭର ଗୌରବ କରନ୍ତି, ଆମ୍ଭେ ସେମାନଙ୍କର ଗୌରବ କରିବା, ମାତ୍ର ଯେଉଁମାନେ ଆମ୍ଭକୁ ତୁଚ୍ଛଜ୍ଞାନ କରନ୍ତି, ସେମାନେ ଲଘୁ ଜ୍ଞାନ କରାଯିବେ।


ଏହେତୁ ଶାଉଲ ଦାଉଦଙ୍କର ବିଷୟରେ ଅଧିକ ଭୀତ ହେଲେ; ଆଉ ଶାଉଲ ସର୍ବଦା ଦାଉଦଙ୍କର ଶତ୍ରୁ ହେଲେ।


ଏହେତୁ ଦେଖନ୍ତୁ, ଆଜି ଯେପରି ମୋʼ ଦୃଷ୍ଟିରେ ଆପଣଙ୍କ ପ୍ରାଣ ବଡ଼ ହେଲା, ସେପରି ସଦାପ୍ରଭୁଙ୍କ ଦୃଷ୍ଟିରେ ମୋହର ପ୍ରାଣ ବଡ଼ ହେଉ ଓ ସେ ମୋତେ ସମସ୍ତ କ୍ଳେଶରୁ ଉଦ୍ଧାର କରନ୍ତୁ।”


ଏଥିଉତ୍ତାରେ ପୁନର୍ବାର ଯୁଦ୍ଧ ହେଲା; ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ମହାସଂହାରରେ ବଧ କଲେ; ତହୁଁ ସେମାନେ ତାଙ୍କ ସମ୍ମୁଖରୁ ପଳାୟନ କଲେ।


ପୁଣି ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାନ ଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ମହାନାମ କରିବା।


ମନୁଷ୍ୟ ଆପଣା ସୁବୁଦ୍ଧି ଅନୁସାରେ ପ୍ରଶଂସା ପାଇବ, ମାତ୍ର ଯାହାର କୁଟିଳ ଅନ୍ତଃକରଣ, ସେ ତୁଚ୍ଛୀକୃତ ହେବ।


Swiv nou:

Piblisite


Piblisite