Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 15:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ମାତ୍ର ଶାଉଲ ଓ ଲୋକମାନେ ଅଗାଗ ପ୍ରତି ଓ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଓ ହୃଷ୍ଟପୁଷ୍ଟ ବାଛୁରି ଓ ମେଷଛୁଆ ପ୍ରତି ଓ ଯାବତୀୟ ଉତ୍ତମ ବସ୍ତୁ ପ୍ରତି ଦୟା କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ନାହିଁ; ମାତ୍ର ଯାହା କିଛି ତୁଚ୍ଛ ଓ ରୋଗା ଥିଲା, ତାହା ସେମାନେ ବର୍ଜିତ ରୂପେ ବିନାଶ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ମାତ୍ର ଶାଉଲ ଓ ଲୋକମାନେ ଅଗାଗ ପ୍ରତି ଓ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଓ ହୃଷ୍ଟପୁଷ୍ଟ ବାଛୁରି ଓ ମେଷଛୁଆ ପ୍ରତି ଓ ଯାବତୀୟ ଉତ୍ତମ ବସ୍ତୁ ପ୍ରତି ଦୟା କରି ସେମାନଙ୍କୁ ବର୍ଜିତ ରୂପେ ବିନାଶ କଲେ ନାହିଁ; ମାତ୍ର ଯାହା କିଛି ତୁଚ୍ଛ ଓ ରୋଗା ଥିଲା, ତାହା ସେମାନେ ବର୍ଜିତ ରୂପେ ବିନାଶ କଲେ।

Gade chapit la Kopi

ଓଡିଆ ବାଇବେଲ

9 ମାତ୍ର ଶାଉଲ ଓ ଲୋକମାନେ ଅଗାଗ ପ୍ରତି ଓ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଓ ହୃଷ୍ଟପୁଷ୍ଟ ବାଛୁରି ଓ ମେଷଛୁଆ ପ୍ରତି ଓ ଯାବତୀୟ ଉତ୍ତମ ବସ୍ତୁ ପ୍ରତି ଦୟା କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ନାହିଁ; ମାତ୍ର ଯାହା କିଛି ତୁଚ୍ଛ ଓ ରୋଗା ଥିଲା, ତାହା ସେମାନେ ବର୍ଜିତ ରୂପେ ବିନାଶ କଲେ।

Gade chapit la Kopi

ପବିତ୍ର ବାଇବଲ

9 ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠୁ ଭଲ ମେଷ, ବଳଦ ଓ ହୃଷ୍ଟପୁଷ୍ଟ ମେଷ ଶାବକଗୁଡ଼ିକୁ ଓ ସମସ୍ତ ରଖିବା ପାଇଁ ଉପଯୋଗୀ ସାମଗ୍ରୀ ସେମାନେ ରଖିଲେ। ସେମାନେ ସେହି ଦ୍ରବ୍ୟଗୁଡ଼ିକ ନଷ୍ଟ କରିବା ପାଇଁ ଗ୍ଭହିଁଲେ ନାହିଁ। ସେମାନେ କେବଳ ରଖିବା ଉପଯୋଗୀ ନ ହେବା ଜିନିଷକୁ ନଷ୍ଟ କଲେ।

Gade chapit la Kopi




1 ଶାମୁୟେଲ 15:9
10 Referans Kwoze  

ତହୁଁ ଶାଉଲ କହିଲେ, “ସେମାନେ ଅମାଲେକୀୟମାନଙ୍କଠାରୁ ସେସବୁ ଆଣିଛନ୍ତି; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନେ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଦୟା କଲେ; ମାତ୍ର ଅବଶିଷ୍ଟ ସକଳକୁ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛୁ।”


ଏଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ, ମାତ୍ର ଲୁଟଦ୍ରବ୍ୟ ଉପରେ ଉଡ଼ି ପଡ଼ିଲ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲ?”


ଏବେ ତୁମ୍ଭେ ଯାଇ ଅମାଲେକକୁ ଆଘାତ କର ଓ ସେମାନଙ୍କର ସର୍ବସ୍ୱ ସମ୍ପୂର୍ଣ୍ଣ ରୂପେ ବିନାଶ କର ଓ ସେମାନଙ୍କୁ ଦୟା କର ନାହିଁ; ମାତ୍ର ପୁରୁଷଠାରୁ ସ୍ତ୍ରୀ ପର୍ଯ୍ୟନ୍ତ, ବାଳକଠାରୁ ସ୍ତନ୍ୟପାୟୀ ଶିଶୁ ପର୍ଯ୍ୟନ୍ତ, ଗୋରୁଠାରୁ ମେଷ ପର୍ଯ୍ୟନ୍ତ, ଓଟଠାରୁ ଗଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବଧ କର।’”


ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ଡିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ ଦୁଇ ଶହ ଶେକଲ ରୂପା ଓ ପଚାଶ ଶେକଲ ପରିମିତ ଏକ ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି; ଆଉ ଦେଖ, ସେସବୁ ମୋʼ ତମ୍ବୁ ମଧ୍ୟରେ ଭୂମିରେ ପୋତା ଅଛି, ଆଉ ରୂପା ତହିଁ ତଳେ ଅଛି।”


ଆଉ, ସଦାପ୍ରଭୁଙ୍କ ସିନ୍ଦୁକ-ବାହକମାନେ ଛଅ ପାଦ ଗଲା ଉତ୍ତାରେ ସେ ଏକ ଗୋରୁ ଓ ଏକ ପୁଷ୍ଟ ପଶୁ ବଳିଦାନ କଲେ।


ଏଉତ୍ତାରେ ଶାମୁୟେଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା;


ଆଉ ତୁମ୍ଭେମାନେ ସେହି ବର୍ଜିତ ଦ୍ରବ୍ୟରୁ ଆପଣାମାନଙ୍କୁ କୌଣସିମତେ ରକ୍ଷା କରିବ, ନୋହିଲେ କେଜାଣି ତୁମ୍ଭେମାନେ ତାହା ବର୍ଜିତ କଲା ଉତ୍ତାରେ ସେହି ବର୍ଜିତ ବସ୍ତୁରୁ କିଛି ଗ୍ରହଣ କରିବ; ତାହା କଲେ, ତୁମ୍ଭେମାନେ ଇସ୍ରାଏଲ ଛାଉଣିକୁ ବର୍ଜିତ କରିବ ଓ ତାକୁ ଦୁଃଖ ଦେବ।


ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ ଓ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ଡ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି।


ସେତେବେଳେ ବିନ୍‍ହଦଦ୍‍ ତାଙ୍କୁ କହିଲା, “ମୋʼ ପିତା ଆପଣଙ୍କ ପିତାଙ୍କଠାରୁ ଯେଉଁ ଯେଉଁ ନଗର ନେଇଅଛନ୍ତି, ତାହା ମୁଁ ଫେରାଇ ଦେବି; ପୁଣି, ଯେପରି ମୋʼ ପିତା ଶମରୀୟାରେ ନଗରଗୁଡ଼ିକ କରିଥିଲେ, ସେପରି ଆପଣ ଦମ୍ମେଶକରେ ଆପଣା ପାଇଁ କରିବେ।” ଏଥିରେ ଆହାବ କହିଲେ, “ମୁଁ ଏହି ନିୟମରେ ତୁମ୍ଭକୁ ଛାଡ଼ିଦେବି।” ତହୁଁ ସେ ତାହା ସଙ୍ଗେ ନିୟମ କରି ତାହାଙ୍କୁ ଛାଡ଼ିଦେଲେ।


ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା।


Swiv nou:

Piblisite


Piblisite