Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 15:28 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ତୁମ୍ଭଠାରୁ ଇସ୍ରାଏଲର ରାଜତ୍ୱ ଟାଣି ଚିରିଲେ ଓ ତୁମ୍ଭଠାରୁ ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

28 ଏଣୁ ଶାମୁୟେଲ ତାଙ୍କୁ କହିଲେ, ସଦାପ୍ରଭୁ ଆଜି ତୁମ୍ଭଠାରୁ ଇସ୍ରାଏଲର ରାଜତ୍ଵ ଟାଣି ଚିରିଲେ ଓ ତୁମ୍ଭଠାରୁ ଉତ୍ତମ ତୁମ୍ଭର ଏକ ପ୍ରତିବାସୀକି ତାହା ଦେଲେ।

Gade chapit la Kopi

ଓଡିଆ ବାଇବେଲ

28 ଏଣୁ ଶାମୁୟେଲ ତାଙ୍କୁ କହିଲେ, ସଦାପ୍ରଭୁ ଆଜି ତୁମ୍ଭଠାରୁ ଇସ୍ରାଏଲର ରାଜତ୍ୱ ଟାଣି ଚିରିଲେ ଓ ତୁମ୍ଭଠାରୁ ଉତ୍ତମ ତୁମ୍ଭର ଏକ ପ୍ରତିବାସୀକି ତାହା ଦେଲେ।

Gade chapit la Kopi

ପବିତ୍ର ବାଇବଲ

28 ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ଇସ୍ରାଏଲର ରାଜତ୍ୱ ତୁମ୍ଭଠାରୁ ନେଇଗଲେ ଓ ତୁମ୍ଭଠାରୁ ଜଣେ ଉତ୍ତମ ବ୍ୟକ୍ତିକୁ ଦେଲେ, ଯିଏ କି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ।

Gade chapit la Kopi




1 ଶାମୁୟେଲ 15:28
20 Referans Kwoze  

ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦଙ୍କୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ।


ପ୍ରତ୍ୟେକ ଜଣ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ବରଙ୍କଠାରୁ ଆସେ, ଆଉ ଯେ ସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି; ସେମାନେ ଈଶ୍ବରଙ୍କ ଦ୍ୱାରା ନିଯୁକ୍ତ।


ଯୀଶୁ ଉତ୍ତର ଦେଲେ, “ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋʼ ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର।”


ପୁଣି, ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମ୍ଭର ବସତି ହେବ; ବଳଦ ନ୍ୟାୟ ତୁମ୍ଭକୁ ତୃଣଭୋଜୀ କରାଯିବ, ଏହିରୂପେ ତୁମ୍ଭ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।”


ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ନୀଚତମ ଲୋକକୁ ତହିଁ ଉପରେ ନିଯୁକ୍ତ କରନ୍ତି, ଜୀବିତ ଲୋକମାନେ ଯେପରି ଏହା ଜାଣିବେ, ଏଥିପାଇଁ ଏହି ବାକ୍ୟ ପ୍ରହରୀଗଣର ଆଦେଶରେ ଓ ଏହି ଦାବୀ ପବିତ୍ରଗଣର ବାକ୍ୟ ଦ୍ୱାରା ହୋଇଅଛି।’


ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲା। ସେ ଈଷତ୍‍ ରକ୍ତବର୍ଣ୍ଣ ଓ ସୁନୟନ ଓ ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, “ଉଠ, ଏହାକୁ ଅଭିଷେକ କର; ଏ ସେହି ଲୋକ।”


ମାତ୍ର ଏବେ ତୁମ୍ଭର ରାଜତ୍ୱ ସ୍ଥିର ହେବ ନାହିଁ; ସଦାପ୍ରଭୁ ନିଜ ମନର ମତ ଏକ ଜଣ ଆପଣା ପାଇଁ ଅନ୍ୱେଷଣ କରିଅଛନ୍ତି, ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ତାହାକୁ ଅଗ୍ରଣୀ ନିରୂପଣ କରିଅଛନ୍ତି, କାରଣ ସଦାପ୍ରଭୁ ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କଲ ନାହିଁ।”


ଏଥିରେ ଶାଉଲ ଅତି କ୍ରୁଦ୍ଧ ହେଲେ ଓ ଏହି କଥା ତାଙ୍କର ଦୃଷ୍ଟିରେ ମନ୍ଦ ବୋଧ ହେଲା; ଏଣୁ ସେ କହିଲେ, “ସେମାନେ ଦାଉଦଙ୍କୁ ଅୟୁତ ଅୟୁତର ଜୟୀ ଓ ଆମ୍ଭଙ୍କୁ କେବଳ ସହସ୍ର ସହସ୍ରର ଜୟୀ ବୋଲି କହିଲେ; ରାଜତ୍ୱ ଛଡ଼ା ତାହାର ଆଉ କଅଣ ପାଇବାର ବାକି ଅଛି?”


ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ,


ସଦାପ୍ରଭୁ ଦାଉଦଙ୍କ ବିଷୟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ଯଦି ମୁଁ ତାଙ୍କ ପ୍ରତି ନ କରେ, ତେବେ ପରମେଶ୍ୱର ଅବ୍‍ନରକୁ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ।”


ଏବେ ତାହା କର; କାରଣ ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଅଛନ୍ତି, ‘ଆମ୍ଭେ ଆପଣା ଦାସ ଦାଉଦର ହସ୍ତ ଦ୍ୱାରା ଆପଣା ଇସ୍ରାଏଲ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଓ ସେମାନଙ୍କ ସମସ୍ତ ଶତ୍ରୁ ହସ୍ତରୁ ଉଦ୍ଧାର କରିବା।’”


ଏଥିରେ ଦାଉଦ ମୀଖଲକୁ କହିଲେ, “ତାହା ତ ସଦାପ୍ରଭୁଙ୍କ ସମ୍ମୁଖରେ ହେଲା, ସେ ତ ତୁମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ରୂପେ ନିଯୁକ୍ତ କରିବାକୁ ମୋତେ ମନୋନୀତ କରିଅଛନ୍ତି; ଏହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆମୋଦ କରିବି।


ଏହେତୁ ସେ ତାଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟ ଦେଲେ।


ସଦାପ୍ରଭୁ ଆପଣଙ୍କ ବିଷୟରେ ଯେସମସ୍ତ ମଙ୍ଗଳ କଥା କହିଅଛନ୍ତି, ତାହା ଯେତେବେଳେ ସେ ମୋର ପ୍ରଭୁଙ୍କ ପ୍ରତି ସଫଳ କରି ଆପଣଙ୍କୁ ଇସ୍ରାଏଲର ଅଗ୍ରଣୀ ରୂପେ ନିଯୁକ୍ତ କରିବେ,


ଏହେତୁ ସଦାପ୍ରଭୁ ଶଲୋମନଙ୍କୁ କହିଲେ, “ତୁମ୍ଭ ଦ୍ୱାରା ଏହିପରି ହେବାରୁ ଓ ଆମ୍ଭେ ତୁମ୍ଭକୁ ଆପଣାର ଯେଉଁ ନିୟମ ଓ ବିଧି ଆଜ୍ଞା କଲୁ, ତାହା ତୁମ୍ଭେ ପାଳନ ନ କରିବାରୁ ଆମ୍ଭେ ନିଶ୍ଚୟ ତୁମ୍ଭଠାରୁ ରାଜ୍ୟ ଚିରି ନେଇ ତୁମ୍ଭ ଦାସକୁ ଦେବା।


ସେ ଅନୁଦ୍ଦେଶ୍ୟ ଉପାୟରେ ପରାକ୍ରାନ୍ତ ଲୋକମାନଙ୍କୁ ଖଣ୍ଡ ଖଣ୍ଡ କରନ୍ତି ଓ ସେମାନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ସ୍ଥାପନ କରନ୍ତି।


Swiv nou:

Piblisite


Piblisite