Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 15:22 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ତହିଁରେ ଶାମୁୟେଲ କହିଲେ, “ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ତହିଁରେ ଶାମୁୟେଲ କହିଲେ, ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ।

Gade chapit la Kopi

ଓଡିଆ ବାଇବେଲ

22 ତହିଁରେ ଶାମୁୟେଲ କହିଲେ, ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ।

Gade chapit la Kopi

ପବିତ୍ର ବାଇବଲ

22 କିନ୍ତୁ ଶାମୁୟେଲ ଉତ୍ତର ଦେଲେ, “ସଦାପ୍ରଭୁଙ୍କୁ କ’ଣ ଅଧିକ ପ୍ରସନ୍ନ କରେ, ହୋମବଳି, ନୈବେଦ୍ୟ ନା ପରମେଶ୍ୱରଙ୍କର ଆଦେଶଗୁଡ଼ିକ ପାଳନ କରିବା? ପରମେଶ୍ୱର ହୃଷ୍ଟପୁଷ୍ଟ ମେଷର ବଳିଦାନଠାରୁ ତାଙ୍କର ଆଜ୍ଞା ମାନୁ ଥିବା ଲୋକଠାରେ ଅଧିକ ସନ୍ତୁଷ୍ଟ ହୁଅନ୍ତି।

Gade chapit la Kopi




1 ଶାମୁୟେଲ 15:22
24 Referans Kwoze  

କାରଣ ବଳିଦାନ ନୁହେଁ, ମାତ୍ର ଦୟା ଓ ହୋମ ଅପେକ୍ଷା ପରମେଶ୍ୱର ବିଷୟକ ଜ୍ଞାନ ବାଞ୍ଛା କରୁ।


ବଳିଦାନ ଅପେକ୍ଷା ନ୍ୟାୟ ଓ ସୁବିଚାର ସଦାପ୍ରଭୁଙ୍କର ଅଧିକ ଗ୍ରାହ୍ୟ।


ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମବଳି ଓ ବଳିଦାନ ଅପେକ୍ଷା ଗୁରୁତର।


କିନ୍ତୁ ‘ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ,’ ଏହି ବାକ୍ୟର ମର୍ମ ତୁମ୍ଭେମାନେ ଯାଇ ଶିକ୍ଷା କର, କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି।”


ତୁମ୍ଭେ ପରମେଶ୍ୱରଙ୍କ ଗୃହକୁ ଯିବା ବେଳେ ସାବଧାନରେ ଆପଣା ଚରଣ ରଖ; କାରଣ ମୂର୍ଖମାନଙ୍କର ବଳି ଉତ୍ସର୍ଗ କରିବା ଅପେକ୍ଷା ଶ୍ରବଣାର୍ଥେ ନିକଟବର୍ତ୍ତୀ ହେବାର ଉତ୍ତମ; ଯେଣୁ ସେମାନେ ମନ୍ଦ କର୍ମ କରନ୍ତି ବୋଲି ଜାଣନ୍ତି ନାହିଁ।


କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏ ଉକ୍ତିର ଅର୍ଥ ଯେବେ ଜାଣିଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରି ନ ଥାଆନ୍ତ।


ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ମୋଶାଙ୍କ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ।


ତାହାହେଲେ ସେହି ସ୍ଥାନରେ ବେଦି ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସାଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର।


ଏହେତୁ ଏବେ ତୁମ୍ଭେମାନେ ଆପଣା ଆପଣା ଆଚରଣ ଓ କ୍ରିୟା ଶୁଧୁରାଅ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ବାକ୍ୟ ମାନ; ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛନ୍ତି, ତାହା କରିବାରୁ କ୍ଷାନ୍ତ ହେବେ।


ଏବେ ତୁମ୍ଭେମାନେ ଯଦି ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ; କାରଣ ସମସ୍ତ ପୃଥିବୀ ଆମ୍ଭର।


କାରଣ ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦୃଢ଼ ରୂପେ ସାକ୍ଷ୍ୟ ଦେଇଅଛୁ, ପ୍ରତ୍ୟୁଷରେ ଉଠି ସାକ୍ଷ୍ୟ ଦେଇ କହିଅଛୁ, ଆମ୍ଭ ରବରେ ଅବଧାନ କର।


ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ, ଲୌହ ଅଗ୍ନିକୁଣ୍ଡରୁ, ବାହାର କରି ଆଣିବା ଦିନ ସେମାନଙ୍କୁ ଯାହା ଆଦେଶ କରି କହିଲୁ,


ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ।


ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ତୁମ୍ଭେ ମୂର୍ଖର କର୍ମ କରିଅଛ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଆଜ୍ଞା ଦେଇଥିଲେ, ତାହା ତୁମ୍ଭେ ପାଳନ କଲ ନାହିଁ; କରିଥିଲେ ସଦାପ୍ରଭୁ ଇସ୍ରାଏଲ ଉପରେ ତୁମ୍ଭର ରାଜତ୍ୱ ଏବେ ଅନନ୍ତକାଳସ୍ଥାୟୀ କରିଥାʼନ୍ତେ।


ଏଥିପାଇଁ ମୁଁ କହିଲି, ‘ପଲେଷ୍ଟୀୟମାନେ ଏହିକ୍ଷଣି ମୋʼ ବିରୁଦ୍ଧରେ ଗିଲ୍‍ଗଲ୍‍କୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ।’ ଏନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି।”


ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଉପହାରାର୍ଥକ ବଳି ନିମନ୍ତେ ମାଂସ ବଳିଦାନ କରି ତାହା ଭୋଜନ କରନ୍ତି; ମାତ୍ର ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ। ଏବେ ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପର ପ୍ରତିଫଳ ଦେବେ; ସେମାନେ ପୁନର୍ବାର ମିସରକୁ ଫେରିଯିବେ।


Swiv nou:

Piblisite


Piblisite