Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 13:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ପୁଣି, ଅନ୍ୟ ଏକ ଦଳ ବେଥ୍-ହୋରଣ ପଥ ଆଡ଼େ ଫେରିଲେ; ଆଉ ଅନ୍ୟ ଏକ ଦଳ ପ୍ରାନ୍ତର ଆଡ଼େ ସିବୋୟିମ ଉପତ୍ୟକାର ଅଭିମୁଖସ୍ଥ ଅଞ୍ଚଳର ପଥ ଦେଇ ଗମନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ପୁଣି ଅନ୍ୟ ଏକ ଦଳ ବୈଥୋରଣ ପଥ ଆଡ଼େ ଫେରିଲେ; ଆଉ ଅନ୍ୟ ଏକ ଦଳ ପ୍ରାନ୍ତର ଆଡ଼େ ସିବୋୟିମ ଉପତ୍ୟକାର ଅଭିମୁଖସ୍ଥ ଅଞ୍ଚଳର ପଥ ଦେଇ ଗମନ କଲେ।

Gade chapit la Kopi

ଓଡିଆ ବାଇବେଲ

18 ପୁଣି, ଅନ୍ୟ ଏକ ଦଳ ବେଥ୍-ହୋରଣ ପଥ ଆଡ଼େ ଫେରିଲେ; ଆଉ ଅନ୍ୟ ଏକ ଦଳ ପ୍ରାନ୍ତର ଆଡ଼େ ସିବୋୟିମ ଉପତ୍ୟକାର ଅଭିମୁଖସ୍ଥ ଅଞ୍ଚଳର ପଥ ଦେଇ ଗମନ କଲେ।

Gade chapit la Kopi

ପବିତ୍ର ବାଇବଲ

18 ଦ୍ୱିତୀୟ ଦଳ ଦକ୍ଷିଣ-ପୂର୍ବ ଦିଗରେ ବୈଥୋରିଣ ରାସ୍ତାରେ ଗଲେ। ତୃତୀୟ ଦଳ ପୂର୍ବଦିଗର ରାସ୍ତାର ସୀମା ସିବୋୟିମ ଉପତ୍ୟକାର ଅଞ୍ଚଳର ପଥଦେଇ ଗମନ କଲେ। ସେହି ରାସ୍ତାଟି ସିବୋୟିମ ଉପତ୍ୟକା ଦେଇ ମରୁଭୂମି ଆଡ଼େ ମୁହଁ କରିଅଛି।

Gade chapit la Kopi




1 ଶାମୁୟେଲ 13:18
12 Referans Kwoze  

ହାଦୀଦ୍‍, ସବୋୟିମ, ନବଲ୍ଲାଟରେ;


ପୁଣି ପଶ୍ଚିମ ଦିଗରେ ଯଫ୍ଲେଟୀୟ ସୀମା ଆଡ଼େ ନିମ୍ନଗାମୀ ବେଥ୍-ହୋରଣର ସୀମା ଓ ଗେଷର ପର୍ଯ୍ୟନ୍ତ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା।


ହେ ଇଫ୍ରୟିମ, ଆମ୍ଭେ କିପରି ତୁମ୍ଭକୁ ତ୍ୟାଗ କରିବା? ହେ ଇସ୍ରାଏଲ, ଆମ୍ଭେ କିପରି ତୁମ୍ଭକୁ ସମର୍ପି ଦେବା? ଆମ୍ଭେ କିପରି ତୁମ୍ଭକୁ ଅଦ୍ମାର ନଗରୀ ତୁଲ୍ୟ କରିବା? ଆମ୍ଭେ କିପରି ତୁମ୍ଭକୁ ସବୋୟୀମର ନଗରୀ ତୁଲ୍ୟ ରଖିବା? ଆମ୍ଭ ହୃଦୟ ଆମ୍ଭ ଅନ୍ତରରେ ବ୍ୟାକୁଳ ହେଉଅଛି, ଆମ୍ଭର ବିବିଧ ସ୍ନେହ ଏକତ୍ର ପ୍ରଜ୍ୱଳିତ ହେଉଅଛି।


ଆହୁରି ସେ ଉପରିସ୍ଥ ବେଥ୍-ହୋରଣ ଓ ନୀଚସ୍ଥ ବେଥ୍-ହୋରଣ, ପ୍ରାଚୀର-ବେଷ୍ଟିତ ଏହି ଦୁଇ ନଗର, ପ୍ରାଚୀର, ଦ୍ୱାର ଓ ଅର୍ଗଳ ସମେତ ନିର୍ମାଣ କଲେ;


ତଳିଭୂମି ସହିତ ଯକମୀୟାମ୍‍ ଓ ତଳିଭୂମି ସହିତ ବେଥ୍-ହୋରଣ;


ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ-ସନ୍ତାନଗଣର ସୀମା ଏରୂପ ଥିଲା; ପୂର୍ବ ଦିଗରେ ଉଚ୍ଚତର ବେଥ୍-ହୋରଣ ପର୍ଯ୍ୟନ୍ତ ଅଟାରୋତ୍‍-ଅଦ୍ଦର ସେମାନଙ୍କ ଅଧିକାରର ସୀମା ହେଲା।


ଏଥିରେ ସେମାନେ ଇସ୍ରାଏଲ ସମ୍ମୁଖରୁ ପଳାଉ ପଳାଉ ଯେତେବେଳେ ବେଥ୍-ହୋରଣର ଗଡ଼ାଣି ପଥରେ ଉପସ୍ଥିତ ହେଲେ, ସେତେବେଳେ ସଦାପ୍ରଭୁ ଅସେକା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ, ତହିଁରେ ସେମାନେ ମଲେ; ଇସ୍ରାଏଲ ସନ୍ତାନମାନେ ଖଡ୍ଗରେ ଯେତେ ଲୋକ ବଧ କରିଥିଲେ, ତତୋଧିକ ଲୋକ ଶିଳାବୃଷ୍ଟିରେ ମଲେ।


ଏମାନେ ସଦୋମର ରାଜା ବିରା ଓ ହମୋରାର ରାଜା ବିର୍ଶା ଓ ଅଦ୍ମାର ରାଜା ଶିନାବ୍‍ ଓ ସବୋୟୀମର ରାଜା ଶିମେବର ଓ ବିଲାର, ଅର୍ଥାତ୍‍, ସୋୟରର ରାଜା ସହିତ ଯୁଦ୍ଧ କଲେ।


ତହିଁରେ କ୍ଷେତ୍ରସ୍ଥିତ ଛାଉଣି ମଧ୍ୟରେ ଓ ସବୁ ଲୋକଙ୍କ ମଧ୍ୟରେ କମ୍ପ ହେଲା; ପ୍ରହରୀ-ଦଳ ଓ ବିନାଶକମାନେ ମଧ୍ୟ କମ୍ପିଲେ ଓ ଭୂମିକମ୍ପ ହେଲା; ଏହିରୂପେ ଘୋରତର ମହାକମ୍ପ ହେଲା।


ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା।


ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସାକ୍ଷାତରେ ସେମାନଙ୍କୁ ଉଦ୍‍ବିଗ୍ନ କଲେ ଓ ସେ ଗିବୀୟୋନ୍‍ରେ ସେମାନଙ୍କୁ ମହାସଂହାରରେ ସଂହାର କଲେ, ପୁଣି ବେଥ୍-ହୋରଣର ଘାଟି ପଥ ଦେଇ ସେମାନଙ୍କୁ ଘଉଡ଼ାଇ ଦେଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ।


Swiv nou:

Piblisite


Piblisite