Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 12:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଜି କି ଗହମ କାଟିବା ସମୟ ନୁହେଁ? ସଦାପ୍ରଭୁ ଯେପରି ମେଘ ଗର୍ଜ୍ଜନ ଓ ବୃଷ୍ଟି ପଠାଇବେ, ଏଥିପାଇଁ ମୁଁ ତାହାଙ୍କୁ ଡାକିବି; ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ରାଜା ମାଗି ସଦାପ୍ରଭୁଙ୍କ ଦୃଷ୍ଟିରେ ଯେଉଁ ମନ୍ଦତା କରିଅଛ, ତାହା ଯେ ବଡ଼, ଏହା ତୁମ୍ଭେମାନେ ଜାଣିବ ଓ ଦେଖିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଜି କି ଗହମ କାଟିବା ସମୟ ନୁହେଁ? ସଦାପ୍ରଭୁ ଯେପରି ମେଘଗର୍ଜନ ଓ ବୃଷ୍ଟି ପଠାଇବେ, ଏଥିପାଇଁ ମୁଁ ତାହାଙ୍କୁ ଡାକିବି; ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ରାଜା ମାଗି ସଦାପ୍ରଭୁଙ୍କ ଦୃଷ୍ଟିରେ ଯେଉଁ ମନ୍ଦତା କରିଅଛ, ତାହା ଯେ ବଡ଼, ଏହା ତୁମ୍ଭେମାନେ ଜାଣିବ ଓ ଦେଖିବ।

Gade chapit la Kopi

ଓଡିଆ ବାଇବେଲ

17 ଆଜି କି ଗହମ କାଟିବା ସମୟ ନୁହେଁ ? ସଦାପ୍ରଭୁ ଯେପରି ମେଘଗର୍ଜ୍ଜନ ଓ ବୃଷ୍ଟି ପଠାଇବେ, ଏଥିପାଇଁ ମୁଁ ତାହାଙ୍କୁ ଡାକିବି; ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ରାଜା ମାଗି ସଦାପ୍ରଭୁଙ୍କ ଦୃଷ୍ଟିରେ ଯେଉଁ ମନ୍ଦତା କରିଅଛ, ତାହା ଯେ ବଡ଼, ଏହା ତୁମ୍ଭେମାନେ ଜାଣିବ ଓ ଦେଖିବ।

Gade chapit la Kopi

ପବିତ୍ର ବାଇବଲ

17 ବର୍ତ୍ତମାନ ଗହମ କାଟିବାର ସମୟ। କିନ୍ତୁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଯେପରି ସେ ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ। ସେଥିରୁ ତୁମ୍ଭେମାନେ ଜାଣିବ ଯେ, ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭେ ରାଜା ଦାବିକରି ବହୁତ ପାପ କରିଅଛ।”

Gade chapit la Kopi




1 ଶାମୁୟେଲ 12:17
13 Referans Kwoze  

ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହି ସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି।


ଯେପରି ଗ୍ରୀଷ୍ମକାଳରେ ହିମ ଓ ଫସଲ ସମୟରେ ବୃଷ୍ଟି, ସେପରି ମୂର୍ଖକୁ ସମ୍ମାନ ଅନୁପଯୁକ୍ତ।


ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଯଦ୍ୟପି ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ; ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଉନ୍ତୁ।


ତାହାଙ୍କ ଯାଜକଗଣ ମଧ୍ୟରେ ମୋଶା, ହାରୋଣ ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ଶାମୁୟେଲ; ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ସେ ସେମାନଙ୍କୁ ଉତ୍ତର ଦେଲେ।


ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଇମୋରୀୟମାନଙ୍କୁ ସମର୍ପଣ କରିବା ଦିନ ଯିହୋଶୂୟ ସଦାପ୍ରଭୁଙ୍କୁ କହିଲେ; ପୁଣି ସେ ଇସ୍ରାଏଲଙ୍କ ସାକ୍ଷାତରେ କହିଲେ, “ସୂର୍ଯ୍ୟ, ଗିବୀୟୋନ୍‍ ଉପରେ ତୁମ୍ଭେ ସ୍ତବ୍ଧ ହୁଅ; ଆଉ ଚନ୍ଦ୍ର, ତୁମ୍ଭେ ଅୟାଲୋନ୍‍ର ତଳଭୂମିରେ (ସ୍ତବ୍ଧ ହୁଅ)।”


ଏଥିଉତ୍ତାରେ ଶାମୁୟେଲ କହିଲେ, “ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପାରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି।”


ମାତ୍ର ଆମ୍ଭମାନଙ୍କର ବିଚାର କରିବା ପାଇଁ ଆମ୍ଭମାନଙ୍କୁ ଏକ ରାଜା ଦିଅ, ସେମାନେ ଏହି କଥା କହିବା ବେଳେ ଶାମୁୟେଲଙ୍କର ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା। ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।


ଏହେତୁ ତୁମ୍ଭେମାନେ ଯାହାକୁ ମନୋନୀତ କଲ ଓ ତୁମ୍ଭେମାନେ ଯାହା ପାଇଁ ପ୍ରାର୍ଥନା କଲ, ତୁମ୍ଭମାନଙ୍କର ସେହି ରାଜାଙ୍କୁ ଏବେ ଦେଖ; ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ।


ପୁଣି, ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, “ଆମ୍ଭେମାନେ ଯେପରି ନ ମରୁ, ଏଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର; କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣାମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛୁ।”


ତହିଁ ପରଦିନ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ମହାପାପ କରିଅଛ, ଏବେ ମୁଁ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରୁଅଛି; ଯଦି ହୋଇପାରେ, ତେବେ ମୁଁ ତୁମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବି।”


ଯେଉଁମାନେ ସଦାପ୍ରଭୁଙ୍କ ସହିତ ବିବାଦ କରନ୍ତି, ସେମାନେ ଭଗ୍ନ ହେବେ; ସେ ସ୍ୱର୍ଗରେ ଥାଇ ସେମାନଙ୍କ ବିରୁଦ୍ଧରେ ଗର୍ଜ୍ଜନ କରିବେ; ସଦାପ୍ରଭୁ ପୃଥିବୀର ପ୍ରାନ୍ତଭାଗ ପର୍ଯ୍ୟନ୍ତ ଶାସନ କରିବେ ଓ ସେ ଆପଣା ରାଜାକୁ ବଳ ଦେବେ, ପୁଣି, ଆପଣା ଅଭିଷେକୀଙ୍କ ଶୃଙ୍ଗ ଉନ୍ନତ କରିବେ।”


Swiv nou:

Piblisite


Piblisite