Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 10:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏଥିଉତ୍ତାରେ ସେ ଶାମୁୟେଲଙ୍କ ନିକଟରୁ ଯିବା ପାଇଁ ପିଠି ଫେରାନ୍ତେ, ପରମେଶ୍ୱର ତାଙ୍କର ଅନ୍ୟ ଅନ୍ତଃକରଣ କରିଦେଲେ ଓ ସେହି ଦିନ ସେସମସ୍ତ ଚିହ୍ନ ଘଟିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏଥି ଉତ୍ତାରେ ସେ ଶାମୁୟେଲଙ୍କ ନିକଟରୁ ଯିବା ପାଇଁ ପିଠି ଫେରାନ୍ତେ, ପରମେଶ୍ଵର ତାଙ୍କର ଅନ୍ୟ ଅନ୍ତଃକରଣ କରିଦେଲେ ଓ ସେହିଦିନ ସେସମସ୍ତ ଚିହ୍ନ ଘଟିଲା।

Gade chapit la Kopi

ଓଡିଆ ବାଇବେଲ

9 ଏଥିଉତ୍ତାରେ ସେ ଶାମୁୟେଲଙ୍କ ନିକଟରୁ ଯିବା ପାଇଁ ପିଠି ଫେରାନ୍ତେ, ପରମେଶ୍ୱର ତାଙ୍କର ଅନ୍ୟ ଅନ୍ତଃକରଣ କରିଦେଲେ ଓ ସେହିଦିନ ସେସମସ୍ତ ଚିହ୍ନ ଘଟିଲା।

Gade chapit la Kopi

ପବିତ୍ର ବାଇବଲ

9 ଏହା ପରେ ସେ ଶାମୁୟେଲଙ୍କୁ ଛାଡ଼ିଯିବା ପାଇଁ ପିଠି ଫେରାନ୍ତେ ପରମେଶ୍ୱର ତାଙ୍କର ହୃଦୟ ପରିବର୍ତ୍ତନ କରିଦେଲେ ଓ ସେହି ଦିନ ସେ ସମସ୍ତ ଚିହ୍ନ ଘଟିଲା।

Gade chapit la Kopi




1 ଶାମୁୟେଲ 10:9
9 Referans Kwoze  

ଆଉ, ସେମାନେ ଯାହା କହନ୍ତି, ତୁମ୍ଭେ ତାହା ଶୁଣିବ; ତହିଁ ଉତ୍ତାରେ ଛାଉଣିକୁ ଓହ୍ଲାଇ ଯିବା ପାଇଁ ତୁମ୍ଭ ହସ୍ତ ବଳବାନ ହେବ।” ତହିଁରେ ସେ ଆପଣା ଦାସ ଫୁରା ସହିତ ଛାଉଣିରେ ଥିବା ସସଜ୍ଜ ଲୋକମାନଙ୍କ ବାହାରସ୍ଥ ସୀମାର ପ୍ରାନ୍ତ ପର୍ଯ୍ୟନ୍ତ ଗଲେ।


ତେବେ ସଦାପ୍ରଭୁଙ୍କ ଦୂତ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ସ୍ପର୍ଶ କଲେ; ଏଥିରେ ସେହି ଶୈଳରୁ ଅଗ୍ନି ବାହାରି ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ଦଗ୍ଧ କଲା; ତହୁଁ ସଦାପ୍ରଭୁଙ୍କ ଦୂତ ତାହାର ଦୃଷ୍ଟିଗୋଚରରୁ ପ୍ରସ୍ଥାନ କଲେ।


ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ, ପୁଣି, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।


ପୁଣି, ଆମ୍ଭେ ଆପଣା ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବା, ସେ ଆମ୍ଭ ମନ ଓ ଆମ୍ଭ ହୃଦୟ ଅନୁସାରେ କର୍ମ କରିବ; ଆଉ ଆମ୍ଭେ ତାହାର ବଂଶ ସ୍ଥିର କରିବା; ପୁଣି, ସେ ଆମ୍ଭ ଅଭିଷିକ୍ତଙ୍କ ସମ୍ମୁଖରେ ସର୍ବଦା ଗମନାଗମନ କରିବ।


ତହୁଁ ଶାମୁୟେଲ ତୈଳଶୃଙ୍ଗ ନେଇ ତାଙ୍କ ଭ୍ରାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ; ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରାନ୍ତ କଲେ। ଏଉତ୍ତାରେ ଶାମୁୟେଲ ଉଠି ରାମାକୁ ଚାଲିଗଲେ।


ଆହୁରି, ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା; ଆଉ, ଆମ୍ଭେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା।


Swiv nou:

Piblisite


Piblisite