Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 10:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତେବେ ତୁମ୍ଭେ ସେଠାରୁ ଆଗକୁ ଗଲେ, ତାବୋରର ଅଲୋନ ବୃକ୍ଷ ନିକଟରେ ଉପସ୍ଥିତ ହେବ, ସେଠାରେ ଜଣେ ତିନୋଟି ଛେଳିଛୁଆ, ଆଉ ଜଣେ ତିନୋଟି ରୁଟି, ପୁଣି, ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ଘେନି ବେଥେଲ୍‍କୁ ପରମେଶ୍ୱରଙ୍କ ନିକଟକୁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତେବେ ତୁମ୍ଭେ ସେଠାରୁ ଆଗକୁ ଗଲେ, ତାବୋରର ଅଲୋନ ବୃକ୍ଷ ନିକଟରେ ଉପସ୍ଥିତ ହେବ, ସେଠାରେ ଜଣେ ତିନୋଟି ଛେଳିଛୁଆ, ଆଉ ଜଣେ ତିନୋଟି ରୋଟୀ, ପୁରି ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ଘେନି ବୈଥେଲ୍‍କୁ ପରମେଶ୍ଵରଙ୍କ ନିକଟକୁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ;

Gade chapit la Kopi

ଓଡିଆ ବାଇବେଲ

3 ତେବେ ତୁମ୍ଭେ ସେଠାରୁ ଆଗକୁ ଗଲେ, ତାବୋରର ଅଲୋନ ବୃକ୍ଷ ନିକଟରେ ଉପସ୍ଥିତ ହେବ, ସେଠାରେ ଜଣେ ତିନୋଟି ଛେଳି ଛୁଆ, ଆଉ ଜଣେ ତିନୋଟି ରୁଟି, ପୁଣି, ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ଘେନି ବେଥେଲ୍‍କୁ ପରମେଶ୍ୱରଙ୍କ ନିକଟକୁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ;

Gade chapit la Kopi

ପବିତ୍ର ବାଇବଲ

3 ଶାମୁୟେଲ କହିଲେ, “ତୁମ୍ଭେ ସେଠାରୁ ଆଗକୁ ଗଲେ ତାବୋରର ଅଲୋନବୃକ୍ଷ ନିକଟରେ ପହଞ୍ଚିବ, ତୁମ୍ଭେ ବୈଥେ‌ଲ୍‌କୁ ପରମେଶ୍ୱରଙ୍କ ନିକଟକୁ ଉପାସନା ପାଇଁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ। ସେଠାରେ ଜଣେ ତିନୋଟି ଯୁବା ଛେଳି, ଆଉ ଜଣେ ତିନୋଟି ରୋଟୀ ଏବଂ ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ନେବ।

Gade chapit la Kopi




1 ଶାମୁୟେଲ 10:3
22 Referans Kwoze  

ପୁଣି, ଆସ, ଆମ୍ଭେମାନେ ଉଠି ବେଥେଲ୍‍କୁ ଯାଉ; ଯେଉଁ ପରମେଶ୍ୱର ମୋର ଦୁଃଖର ଦିନରେ ମୋʼ ପ୍ରାର୍ଥନାର ଉତ୍ତର ଦେଲେ, ଓ ମୋର ଗମନର ପଥରେ ମୋର ସହାୟ ହୋଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ମୁଁ ସେହି ସ୍ଥାନରେ ଗୋଟିଏ ଯଜ୍ଞବେଦି ନିର୍ମାଣ କରିବି।”


ଏଥିଉତ୍ତାରେ ପରମେଶ୍ୱର ଯାକୁବଙ୍କୁ କହିଲେ, “ତୁମ୍ଭେ ଉଠି ବେଥେଲ୍‍କୁ ଯାଇ ସେଠାରେ ବାସ କର; ପୁଣି, ତୁମ୍ଭ ଭ୍ରାତା ଏଷୌ ସମ୍ମୁଖରୁ ପଳାଇବା ସମୟରେ ଯେଉଁ ପରମେଶ୍ୱର ଦର୍ଶନ ଦେଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କର।”


ପୁଣି, ମୁଁ ଏହି ଯେଉଁ ପ୍ରସ୍ତର ସ୍ତମ୍ଭ ରୂପେ ସ୍ଥାପନ କରିଅଛି, ତାହା ପରମେଶ୍ୱରଙ୍କ ଗୃହ ହେବ, ଆଉ ତୁମ୍ଭେ ମୋତେ ଯାହାସବୁ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭଙ୍କୁ ଅବଶ୍ୟ ଦେବି।”


ପୁଣି, ସେହି ସ୍ଥାନର ନାମ ବେଥେଲ୍‍ ରଖିଲା; ମାତ୍ର ପୂର୍ବେ ସେହି ନଗରର ନାମ ଲୂସ୍‍ ଥିଲା।


ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ; ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆନନ୍ଦ କରନ୍ତି,


ଆଉ ସେ ସେବହକୁ ଓ ସଲମୁନ୍ନକୁ କହିଲେ, “ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ବଧ କଲ, ସେମାନେ କି ପ୍ରକାର ଲୋକ?” ତହିଁରେ ସେମାନେ ଉତ୍ତର କଲେ, “ଆପଣ ଯେପରି ସେମାନେ ସେପରି, ପ୍ରତ୍ୟେକେ ରାଜପୁତ୍ର ପରି ଥିଲେ।”


ଲୋକମାନେ ସୀଷରାକୁ କହିଲେ ଯେ, ବାରକ୍‍ (ଅବୀନୋୟମର ପୁତ୍ର) ତାବୋର ପର୍ବତ ଉପରକୁ ଯାଇଅଛି।


ଆଉ ସେ ଲୋକ ପଠାଇ କେଦଶ-ନପ୍ତାଲିରୁ ଅବୀନୋୟମର ପୁତ୍ର ବାରକ୍‍କୁ ଡକାଇ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କି ଆଜ୍ଞା ଦେଇ କହି ନାହାନ୍ତି, ଯେ ତାବୋର ପର୍ବତକୁ ଯାଅ, ପୁଣି ଆପଣା ସଙ୍ଗେ ନପ୍ତାଲି-ସନ୍ତାନ ଓ ସବୂଲୂନ-ସନ୍ତାନଗଣର ଦଶ ହଜାର ଲୋକଙ୍କୁ କଢ଼ାଇ ନିଅ?


ପୁଣି ସେ ସୀମା ତାବୋର ଓ ଶହତ୍ସୀମ୍‍ ଓ ବେଥ୍-ଶେମଶ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର।


ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍‍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତ୍‍ରେ ବାହାରି ଯାଫୀୟକୁ ଉଠିଗଲା।


ପୁଣି, ଐଫାର ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ତହିଁର ଭକ୍ଷ୍ୟ ନୈବେଦ୍ୟ ହେବ, ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ; ଆଉ, ଏକ ହିନ୍‍ ଦ୍ରାକ୍ଷାରସର ଚତୁର୍ଥାଂଶ ତହିଁର ପେୟ-ନୈବେଦ୍ୟ ହେବ।


ଆଉ, ସେ ମଙ୍ଗଳାର୍ଥକ ପ୍ରଶଂସା ବଳି ସହିତ ତାଡ଼ିଯୁକ୍ତ ରୁଟିର ପିଠା ଦେଇ ଆପଣା ଉପହାର ଆଣିବ।


ଆଉ, କେହି ଯଦି ଛାଗଳ ବଳିଦାନ କରେ, ତେବେ ସେ ତାହା ସଦାପ୍ରଭୁଙ୍କ ଛାମୁକୁ ଆଣିବ,


ଆଉ, ଯଦି କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷାଦିପଲରୁ ମଙ୍ଗଳାର୍ଥକ ବଳିଦାନ କରେ, ତେବେ ସେ ନିଖୁନ୍ତ ଅଣ୍ଡିରା କି ମାଈ ପଶୁ ଉତ୍ସର୍ଗ କରିବ।


ଆଉ ଯଦି ସେ ମେଷ କି ଛାଗପଲରୁ ହୋମବଳି ଉତ୍ସର୍ଗ କରେ,


ପୁଣି, ସେମାନେ ତୁମ୍ଭର ମଙ୍ଗଳ ବାର୍ତ୍ତା ପଚାରି ତୁମ୍ଭକୁ ଦୁଇଗୋଟି ରୁଟି ଦେବେ; ତୁମ୍ଭେ ସେମାନଙ୍କ ହସ୍ତରୁ ତାହା ଗ୍ରହଣ କରିବ।


ତହିଁରେ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ମୋʼ ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋʼ ନିକଟକୁ ଆସି କହିଲା, ‘ବିନୟ କରୁଅଛି, ବିନ୍ୟାମୀନ୍ ପ୍ରଦେଶସ୍ଥ ଅନାଥୋତ୍‍ରେ ମୋହର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର; କାରଣ ତହିଁର ଉତ୍ତରାଧିକାରୀ ହେବାର ଓ ତାହା ମୁକ୍ତ କରିବାର ଅଧିକାର ତୁମ୍ଭର ଅଛି; ତୁମ୍ଭେ ଆପଣା ପାଇଁ ତାହା କ୍ରୟ କର।’ ତେବେ ଏହା ସଦାପ୍ରଭୁଙ୍କର ବାକ୍ୟ ବୋଲି ମୁଁ ବୁଝିଲି।


ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଉଠି ବେଥେଲ୍‍କୁ ଯାଇ ପରମେଶ୍ୱରଙ୍କ ନିକଟରେ ପଚାରି କହିଲେ; “ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ପକ୍ଷରୁ ପ୍ରଥମେ କିଏ ଯିବ?” ସଦାପ୍ରଭୁ କହିଲେ, “ଯିହୁଦା ପ୍ରଥମେ ଯିବ।”


ପୁଣି ଇସ୍ରାଏଲ-ସନ୍ତାନଗଣ ଉଠିଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ରୋଦନ କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପଚାରି କହିଲେ, “ଆମ୍ଭେ କି ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେବା?” ତହିଁରେ ସଦାପ୍ରଭୁ କହିଲେ, “ତାହା ବିରୁଦ୍ଧରେ ଯାଅ।”


ସେହି ସମୟରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସେଠାରେ ଥିଲା, ପୁଣି ହାରୋଣର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍‍ ସେହି ସମୟରେ ତହିଁ ସମ୍ମୁଖରେ ଠିଆ ହେବା ବ୍ୟକ୍ତି ଥିଲା।


Swiv nou:

Piblisite


Piblisite