Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 10:24 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ଏଥିରେ ଶାମୁୟେଲ ସମସ୍ତ ଲୋକଙ୍କୁ କହିଲେ, “ସଦାପ୍ରଭୁ ଯାହାଙ୍କୁ ମନୋନୀତ କରିଅଛନ୍ତି, ତୁମ୍ଭେମାନେ କି ତାଙ୍କୁ ଦେଖୁଅଛ, ସମସ୍ତ ଲୋକଙ୍କ ମଧ୍ୟରେ ତାଙ୍କ ପରି କେହି ନାହିଁ?” ତହିଁରେ ସମସ୍ତ ଲୋକ ଜୟଧ୍ୱନି କରି କହିଲେ, “ରାଜା ଚିରଜୀବୀ ହେଉନ୍ତୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ଏଥିରେ ଶାମୁୟେଲ ସମସ୍ତ ଲୋକଙ୍କୁ କହିଲେ, ସଦାପ୍ରଭୁ ଯାହାଙ୍କୁ ମନୋନୀତ କରିଅଛନ୍ତି, ତୁମ୍ଭେମାନେ କି ତାଙ୍କୁ ଦେଖୁଛ, ସମସ୍ତ ଲୋକଙ୍କ ମଧ୍ୟରେ ତାଙ୍କ ପରି କେହି ନାହିଁ? ତହିଁରେ ସମସ୍ତ ଲୋକ ଜୟଧ୍ଵନି କରି କହିଲେ, ରାଜା ଚିରଜୀବୀ ହେଉନ୍ତୁ।

Gade chapit la Kopi

ଓଡିଆ ବାଇବେଲ

24 ଏଥିରେ ଶାମୁୟେଲ ସମସ୍ତ ଲୋକଙ୍କୁ କହିଲେ, ସଦାପ୍ରଭୁ ଯାହାଙ୍କୁ ମନୋନୀତ କରିଅଛନ୍ତି, ତୁମ୍ଭେମାନେ କି ତାଙ୍କୁ ଦେଖୁଛ, ସମସ୍ତ ଲୋକଙ୍କ ମଧ୍ୟରେ ତାଙ୍କ ପରି କେହି ନାହିଁ ? ତହିଁରେ ସମସ୍ତ ଲୋକ ଜୟଧ୍ୱନି କରି କହିଲେ, ରାଜା ଚିରଜୀବୀ ହେଉନ୍ତୁ।

Gade chapit la Kopi

ପବିତ୍ର ବାଇବଲ

24 ଶାମୁୟେଲ ଲୋକମାନଙ୍କୁ କହିଲେ, “ଏଇ ବ୍ୟକ୍ତିକୁ ଦେଖ। ପରମେଶ୍ୱର ତାଙ୍କୁ ମନୋନୀତ କରିଛନ୍ତି। ତୁମ୍ଭମାନଙ୍କ ମଧ୍ୟରେ ତାଙ୍କଠାରୁ ସୁପୁରୁଷ ଆଉ କେହି ନାହାନ୍ତି।” ତା'ପରେ ଲୋକମାନେ ପାଟିକଲେ, “ରାଜା ଦୀର୍ଘଜୀବି ହୁଅନ୍ତୁ।”

Gade chapit la Kopi




1 ଶାମୁୟେଲ 10:24
14 Referans Kwoze  

ପୁଣି, ସାଦୋକ ଯାଜକ ତମ୍ବୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତହୁଁ ଲୋକମାନେ ତୂରୀ ବଜାନ୍ତେ, ସମସ୍ତେ କହିଲେ, “ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।”


କାରଣ, ସେ ଆଜି ଯାଇ ଅନେକ ବୃଷ, ପୁଷ୍ଟ ପଶୁ ଓ ମେଷ ମାରି ରାଜପୁତ୍ର ସମସ୍ତଙ୍କୁ ଓ ସେନାପତିମାନଙ୍କୁ ଓ ଅବୀୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି; ଆଉ ଦେଖନ୍ତୁ, ସେମାନେ ତାହା ସାକ୍ଷାତରେ ଭୋଜନପାନ କରି କହୁଅଛନ୍ତି, ଅଦୋନୀୟ ରାଜା ଚିରଜୀବୀ ହେଉନ୍ତୁ।


ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହେଉନ୍ତୁ, ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ଶାଉଲର ଗିବୀୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା।” ଏଥିରେ ରାଜା କହିଲେ, “ମୁଁ ସେମାନଙ୍କୁ ସମର୍ପି ଦେବି।”


ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯାହାକୁ ମନୋନୀତ କରିବେ, ତାହାକୁ ହିଁ ତୁମ୍ଭେ ଆପଣା ଉପରେ ରାଜା କରିବ; ତୁମ୍ଭେ ଆପଣା ଭ୍ରାତୃଗଣ ମଧ୍ୟରୁ ଜଣକୁ ଆପଣା ଉପରେ ରାଜା କରି ନିଯୁକ୍ତ କରିବ; ଯେ ତୁମ୍ଭର ଭ୍ରାତା ନୁହେଁ, ଏପରି ବିଦେଶୀୟ ବ୍ୟକ୍ତିକୁ ରାଜା କରି ପାରିବ ନାହିଁ।


ସେତେବେଳେ ସେ ରାଜପୁତ୍ର ଯୋୟାଶ୍‍ଙ୍କୁ ବାହାରକୁ ଆଣି ତାଙ୍କର ମସ୍ତକରେ ମୁକୁଟ ପିନ୍ଧାଇ ତାଙ୍କୁ ସାକ୍ଷ୍ୟ ପୁସ୍ତକ ଦେଲା; ତହିଁରେ ସେମାନେ ତାଙ୍କୁ ରାଜା କରି ଅଭିଷେକ କଲେ; ଆଉ ସେମାନେ କରତାଳି ଦେଇ କହିଲେ, “ରାଜା ଚିରଜୀବୀ ହେଉନ୍ତୁ।”


ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦଙ୍କ ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା।


ଆଉ, ସେଠାରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍‍ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ; ପୁଣି, ତୁମ୍ଭେମାନେ ତୂରୀ ବଜାଇ କୁହ, ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।


ନୋହିଲେ ମୋʼ ପ୍ରଭୁ ମହାରାଜ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋʼ ପୁତ୍ର ଶଲୋମନ ଦୋଷୀ ଗଣିତ ହେବୁ।


ପୁଣି, ତାହାର ଶାଉଲ ନାମରେ ଏକ ପୁତ୍ର ଥିଲେ, ସେ ସୁନ୍ଦର ଯୁବା ପୁରୁଷ; ଆଉ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନ ଥିଲେ; ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଊର୍ଦ୍ଧ୍ୱକୁ ଉଚ୍ଚ ଥିଲେ।


ଏଥିଉତ୍ତାରେ ଶାମୁୟେଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ମୋତେ ଯାହା ଯାହା କହିଲ, ମୁଁ ତୁମ୍ଭମାନଙ୍କର ସେହି ରବ ଶୁଣିଲି ଓ ତୁମ୍ଭମାନଙ୍କ ଉପରେ ଏକ ଜଣକୁ ରାଜା କଲି।


ଏହେତୁ ତୁମ୍ଭେମାନେ ଯାହାକୁ ମନୋନୀତ କଲ ଓ ତୁମ୍ଭେମାନେ ଯାହା ପାଇଁ ପ୍ରାର୍ଥନା କଲ, ତୁମ୍ଭମାନଙ୍କର ସେହି ରାଜାଙ୍କୁ ଏବେ ଦେଖ; ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ।


ପୁଣି ଦାଉଦଙ୍କର ମିତ୍ର ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ହୂଶୟ ଅବଶାଲୋମଙ୍କୁ କହିଲା, “ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ!”


ତହୁଁ ସେମାନେ ରାଜପୁତ୍ରଙ୍କୁ ବାହାରକୁ ଆଣି ତାଙ୍କ ମସ୍ତକରେ ମୁକୁଟ ପିନ୍ଧାଇ ଓ ସାକ୍ଷ୍ୟ ପୁସ୍ତକ ଦେଇ ତାଙ୍କୁ ରାଜା କଲେ; ପୁଣି ଯିହୋୟାଦା ଓ ତାହାର ପୁତ୍ରମାନେ ତାଙ୍କୁ ଅଭିଷେକ କଲେ; ତହୁଁ ସେମାନେ କହିଲେ, ରାଜା ଚିରଜୀବୀ ହେଉନ୍ତୁ।


ତହିଁରେ ସମସ୍ତ ଲୋକ ଗିଲ୍‍ଗଲ୍‍କୁ ଗଲେ ଓ ସେହି ଗିଲ୍‍ଗଲ୍‍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜା କଲେ; ଆଉ ସେସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନେ ମଙ୍ଗଳାର୍ଥକ ବଳିଦାନ କଲେ; ପୁଣି, ସେହି ସ୍ଥାନରେ ଶାଉଲ ଓ ଇସ୍ରାଏଲର ସମସ୍ତ ଲୋକ ମହାଆନନ୍ଦ କଲେ।


Swiv nou:

Piblisite


Piblisite