Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 10:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ପୁଣି, ସେ ବିନ୍ୟାମୀନ୍ ବଂଶକୁ ଏକ ଏକ ଗୋଷ୍ଠୀ ଅନୁସାରେ ନିକଟକୁ ଅଣାନ୍ତେ, ମଟ୍ରିର ଗୋଷ୍ଠୀ ନିର୍ଣ୍ଣୀତ ହେଲା ଓ ତହିଁ ମଧ୍ୟରୁ କୀଶ୍‍ର ପୁତ୍ର ଶାଉଲ ନିର୍ଣ୍ଣୀତ ହେଲେ; ମାତ୍ର ସେମାନେ ତାଙ୍କୁ ଖୋଜନ୍ତେ, ସେ ମିଳିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ପୁଣି ସେ ବିନ୍ୟାମୀନ ବଂଶକୁ ଏକ ଏକ ଗୋଷ୍ଠୀ ଅନୁସାରେ ନିକଟକୁ ଅଣାନ୍ତେ, ମଟ୍ରିର ଗୋଷ୍ଠୀ ନିର୍ଣ୍ଣୀତ ହେଲା ଓ ତହିଁ ମଧ୍ୟରୁ କୀଶ୍ର ପୁତ୍ର ଶାଉଲ ନିର୍ଣ୍ଣୀତ ହେଲେ; ମାତ୍ର ସେମାନେ ତାଙ୍କୁ ଖୋଜନ୍ତେ, ସେ ମିଳିଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

21 ପୁଣି, ସେ ବିନ୍ୟାମୀନ୍ ବଂଶକୁ ଏକ ଏକ ଗୋଷ୍ଠୀ ଅନୁସାରେ ନିକଟକୁ ଅଣାନ୍ତେ, ମଟ୍ରିର ଗୋଷ୍ଠୀ ନିର୍ଣ୍ଣିତ ହେଲା ଓ ତହିଁ ମଧ୍ୟରୁ କୀଶ୍‍ର ପୁତ୍ର ଶାଉଲ ନିର୍ଣ୍ଣିତ ହେଲେ; ମାତ୍ର ସେମାନେ ତାଙ୍କୁ ଖୋଜନ୍ତେ, ସେ ମିଳିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

21 ଶାମୁୟେଲ କହିଲେ ଯେ, ବିନ୍ୟାମୀନ ପରିବାରବର୍ଗଙ୍କୁ ଏକ ଏକ ପରି ଆଗକୁ ଆସିବା ପାଇଁ। ମଟ୍ରିର ଗୋଷ୍ଠୀ ନିର୍ଣ୍ଣିତ ହେଲା। ତା'ପରେ ଶାମୁୟେଲ ସେହି ପରିବାରବର୍ଗର ପ୍ରତ୍ୟେକ ଲୋକଙ୍କୁ ଆଗକୁ ଆସିବାକୁ କହିଲେ। କୀ‌ଶ୍‌ଙ୍କ ପୁତ୍ର ଶାଉଲ ବଛାଗଲେ। କୀ‌ଶ୍‌ଙ୍କ ପୁତ୍ର ଶାଉଲଙ୍କୁ ସେଠାରେ ଖୋଜାଗଲା, କିନ୍ତୁ ସେଠାରେ ଲୋକମାନେ ଶାଉଲଙ୍କୁ ଖୋଜି ପାଇଲେ ନାହିଁ।

Gade chapit la Kopi




1 ଶାମୁୟେଲ 10:21
7 Referans Kwoze  

ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ବର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ୍ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ।


ଏଉତ୍ତାରେ ଶାମୁୟେଲ ଇସ୍ରାଏଲର ସମସ୍ତ ବଂଶକୁ ନିକଟକୁ ଅଣାନ୍ତେ, ବିନ୍ୟାମୀନ୍ ବଂଶ ନିର୍ଣ୍ଣୀତ ହେଲା।


ଏନିମନ୍ତେ ସେମାନେ ପୁନର୍ବାର ସଦାପ୍ରଭୁଙ୍କୁ ପଚାରିଲେ, “କି ଆଉ କୌଣସି ଲୋକ ଏଠାକୁ ଆସିବାର ଅଛି?” ତହିଁରେ ସଦାପ୍ରଭୁ ଉତ୍ତର କଲେ, “ଦେଖ, ସେ ସାମଗ୍ରୀ ମଧ୍ୟରେ ଆପଣାକୁ ଲୁଚାଇଅଛି।”


ଆଉ ଅବ୍‍ନର ବିନ୍ୟାମୀନ୍‍ର କର୍ଣ୍ଣଗୋଚରରେ ମଧ୍ୟ ସେହି କଥା କହିଲା; ପୁଣି ଇସ୍ରାଏଲ ଓ ବିନ୍ୟାମୀନ୍‍ର ସମସ୍ତ ବଂଶ ଦୃଷ୍ଟିରେ ଯାହା ଭଲ ଦେଖାଗଲା, ଅବ୍‍ନର ସେହି ସମସ୍ତ କଥା ଦାଉଦଙ୍କର କର୍ଣ୍ଣଗୋଚରରେ ମଧ୍ୟ କହିବା ପାଇଁ ହିବ୍ରୋଣକୁ ଯାତ୍ରା କଲା।


ପୁଣି, ନାବିକମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗୀକୁ କହିଲେ, “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆସ, ଆମ୍ଭେମାନେ ଗୁଲିବାଣ୍ଟ କରୁ।” ତହୁଁ ସେମାନେ ଗୁଲିବାଣ୍ଟ କରନ୍ତେ, ଯୂନସଙ୍କ ନାମରେ ଗୁଲି ଉଠିଲା।


ପୁଣି, ତାହାର ଶାଉଲ ନାମରେ ଏକ ପୁତ୍ର ଥିଲେ, ସେ ସୁନ୍ଦର ଯୁବା ପୁରୁଷ; ଆଉ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନ ଥିଲେ; ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଊର୍ଦ୍ଧ୍ୱକୁ ଉଚ୍ଚ ଥିଲେ।


ଗୁଲିବାଣ୍ଟ ବିରୋଧ ମେଣ୍ଟଣ କରେ ଓ ବଳବାନମାନଙ୍କୁ ପୃଥକ କରେ।


Swiv nou:

Piblisite


Piblisite