Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 10:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଆଜି ତୁମ୍ଭେ ଯେତେବେଳେ ମୋହର ନିକଟରୁ ପ୍ରସ୍ଥାନ କରିବ, ସେତେବେଳେ ବିନ୍ୟାମୀନ୍‍ର ସୀମାସ୍ଥିତ ସେଲ୍‍ସହରେ ରାହେଲ-କବର ନିକଟରେ ଦୁଇ ପୁରୁଷଙ୍କର ସାକ୍ଷାତ ପାଇବ; ପୁଣି, ସେମାନେ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜିବାକୁ ଯାଇଥିଲ, ସେମାନେ ମିଳିଲେ; ଆଉ ଦେଖ, ତୁମ୍ଭ ପିତା ଗଧମାନଙ୍କ ଚିନ୍ତା ଛାଡ଼ି ତୁମ୍ଭମାନଙ୍କ ବିଷୟରେ ଚିନ୍ତା କରି କହୁଛନ୍ତି, ମୁଁ ଆପଣା ପୁତ୍ର ପାଇଁ କଅଣ କରିବି?’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଆଜି ତୁମ୍ଭେ ଯେତେବେଳେ ମୋହର ନିକଟରୁ ପ୍ରସ୍ଥାନ କରିବ, ସେତେବେଳେ ବିନ୍ୟାମୀନର ସୀମାସ୍ଥିତ ସେଲ୍ସହରେ ରାହେଲ-କବର ନିକଟରେ ଦୁଇ ପୁରୁଷଙ୍କର ସାକ୍ଷାତ ପାଇବ; ପୁଣି ସେମାନେ ତୁମ୍ଭକୁ କହିବେ, ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜିବାକୁ ଯାଇଥିଲ, ସେମାନେ ମିଳିଲେ; ଆଉ ଦେଖ, ତୁମ୍ଭ ପିତା ଗଧମାନଙ୍କ ଚିନ୍ତା ଛାଡ଼ି ତୁମ୍ଭମାନଙ୍କ ବିଷୟରେ ଚିନ୍ତା କରି କହୁଛନ୍ତି, ମୁଁ ଆପଣା ପୁତ୍ର ପାଇଁ କଅଣ କରିବି?

Gade chapit la Kopi

ଓଡିଆ ବାଇବେଲ

2 ଆଜି ତୁମ୍ଭେ ଯେତେବେଳେ ମୋହର ନିକଟରୁ ପ୍ରସ୍ଥାନ କରିବ, ସେତେବେଳେ ବିନ୍ୟାମୀନ୍‍ର ସୀମାସ୍ଥିତ ସେଲ୍‍ସହରେ ରାହେଲ-କବର ନିକଟରେ ଦୁଇ ପୁରୁଷଙ୍କର ସାକ୍ଷାତ ପାଇବ; ପୁଣି, ସେମାନେ ତୁମ୍ଭକୁ କହିବେ, ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜିବାକୁ ଯାଇଥିଲ, ସେମାନେ ମିଳିଲେ; ଆଉ ଦେଖ, ତୁମ୍ଭ ପିତା ଗଧମାନଙ୍କ ଚିନ୍ତା ଛାଡ଼ି ତୁମ୍ଭମାନଙ୍କ ବିଷୟରେ ଚିନ୍ତା କରି କହୁଛନ୍ତି, ମୁଁ ଆପଣା ପୁତ୍ର ପାଇଁ କଅଣ କରିବି ?

Gade chapit la Kopi

ପବିତ୍ର ବାଇବଲ

2 ଆଜି ତୁମ୍ଭେ ମୋତେ ଏଠି ଛାଡ଼ି ଗଲାପରେ ବିନ୍ୟାମୀନ ସୀମାର ସେଲଠାରେ ରାହେଲର କବର ନିକଟରେ ଦୁଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦୁଇଜଣ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜୁଥିଲ, ସେମାନେ ମିଳିଛନ୍ତି। ତୁମ୍ଭ ବାପା ଗଧମାନଙ୍କ ପାଇଁ ବ୍ୟସ୍ତ ନୁହନ୍ତି ବରଂ ତୁମ୍ଭ ପାଇଁ ଅଟନ୍ତି ଓ କହନ୍ତି, ମୋ’ ପୁଅ ପାଇଁ ମୁଁ କ’ଣ କରିବି।’”

Gade chapit la Kopi




1 ଶାମୁୟେଲ 10:2
7 Referans Kwoze  

ତହିଁରେ ଶାଉଲ ଆପଣା ପିତୃବ୍ୟଙ୍କୁ କହିଲେ, “ଗଧସବୁ ମିଳିଲେ ବୋଲି ସେ ଆମ୍ଭମାନଙ୍କୁ ସ୍ପଷ୍ଟରୂପେ କହିଲେ।” ମାତ୍ର ରାଜତ୍ଵର ଯେଉଁ କଥା ଶାମୁୟେଲ କହିଥିଲେ, ତାହା ସେ ତାଙ୍କୁ ଜଣାଇଲେ ନାହିଁ।


ଓ ସେଲା ଓ ଏଲଫ ଓ ଯିବୂଷ (ଏହାକୁ ଯିରୂଶାଲମ କହନ୍ତି), ଗିବୀୟା ଓ କିରୀୟଥ୍‍; ଗ୍ରାମ ସମେତ ଏହି ଚଉଦ ନଗର। ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଏହି ଅଧିକାର।


ସଦାପ୍ରଭୁ ଏହି କଥା କହନ୍ତି, “ରାମାରେ ହାହାକାର ଓ ତୀବ୍ର ରୋଦନର ଶବ୍ଦ ଶୁଣାଯାଏ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଅଛି; ସେ ଆପଣା ସନ୍ତାନଗଣର ବିଷୟରେ ପ୍ରବୋଧ କଥା ମାନୁ ନାହିଁ, କାରଣ ସେମାନେ ନାହାନ୍ତି।”


ଏଥିଉତ୍ତାରେ ସେମାନେ ବେଥେଲ୍‍ଠାରୁ ପ୍ରସ୍ଥାନ କଲେ, ମାତ୍ର ଇଫ୍ରାଥାରେ ଉପସ୍ଥିତ ହେବା ପାଇଁ ଅଳ୍ପ ପଥ ଥାଉ ଥାଉ ରାହେଲର ପ୍ରସବବେଦନା ହେଲା; ପୁଣି, ତାହାର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା।


ପଦ୍ଦନ୍‍ ଅରାମଠାରୁ କିଣାନ ଦେଶକୁ ମୋହର ଆଗମନ କାଳରେ ଇଫ୍ରାଥାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋʼ ନିକଟରେ ମଲା; ତହିଁରେ ମୁଁ ସେଠାରେ ଇଫ୍ରାଥାରେ, ଅର୍ଥାତ୍‍, ବେଥଲିହିମର ପଥ ପାର୍ଶ୍ୱରେ ତାକୁ କବର ଦେଲି।”


Swiv nou:

Piblisite


Piblisite