Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 9:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହିଁର ଶେଷରେ ଶଲୋମନ ରାଜା ସୋରର ରାଜା ହୂରମ୍‍କୁ; ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ; ଏହି ହୂରମ୍‍ ଶଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ତାଙ୍କୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ସୁବର୍ଣ୍ଣ ଯୋଗାଇ ଦେଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହିଁର ଶେଷରେ ଶଲୋମନ ରାଜା ସୋରର ରାଜା ହୀରମ୍କୁ; ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ; ଏହି ହୀରମ୍ ଶଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ସୁବର୍ଣ୍ଣ ତାଙ୍କୁ ଯୋଗାଇ ଦେଇଥିଲା।

Gade chapit la Kopi

ଓଡିଆ ବାଇବେଲ

11 ତହିଁର ଶେଷରେ ଶଲୋମନ ରାଜା ସୋରର ରାଜା ହୂରମ୍‍କୁ; ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ; ଏହି ହୂରମ୍‍ ଶଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ତାଙ୍କୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ସୁବର୍ଣ୍ଣ ଯୋଗାଇ ଦେଇଥିଲା।

Gade chapit la Kopi

ପବିତ୍ର ବାଇବଲ

11 କୋଡ଼ିଏ ବର୍ଷ ପରେ ରାଜା ଶଲୋମନ ସୋରର ରାଜା ହୀରମଙ୍କୁ ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ। ସେ ତାଙ୍କୁ ଏହି ନଗରଗୁଡ଼ିକ ଦେଲେ, କାରଣ ହୀରମ୍ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣରେ ଶଲୋମନଙ୍କୁ ସାହାଯ୍ୟ କରିଥିଲେ। ସେ ଶଲୋମନଙ୍କୁ ଏରସ କାଠ, ଦେବଦାରୁ କାଠ ଓ ସୁବର୍ଣ୍ଣ ଯୋଗାଇ ଥିଲେ।

Gade chapit la Kopi




1 ରାଜାବଳୀ 9:11
9 Referans Kwoze  

ତହିଁ ଉତ୍ତାରେ ହୂରମ୍‍ ଶଲୋମନଙ୍କୁ ଯେଉଁ ଯେଉଁ ଦେଇଥିଲା, ସେସବୁ ଶଲୋମନ ନିର୍ମାଣ କରି ତହିଁରେ ଇସ୍ରାଏଲ-ସନ୍ତାନଗଣକୁ ବାସ କରାଇଲେ।


ତହିଁରେ ଆପଣଙ୍କ ଯେତେ କାଷ୍ଠ ପ୍ରୟୋଜନ ହେବ, ତାହା ଆମ୍ଭେମାନେ ଲିବାନୋନରୁ କାଟିବୁ; ଆଉ ଆମ୍ଭେମାନେ ଭେଳା ବାନ୍ଧି ସମୁଦ୍ର ପଥରେ ଯାଫୋରେ ଆପଣଙ୍କ ନିକଟରେ ପହଞ୍ଚାଇ ଦେବୁ; ତହୁଁ ଆପଣ ତାହା ଯିରୂଶାଲମକୁ ନେଇଯିବେ।”


ଏଣୁ ସେମାନେ ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲୀରେ କେଦଶ ଓ ଇଫ୍ରୟିମ-ପର୍ବତମୟ ଦେଶରେ ଶିଖିମ ଓ ଯିହୁଦାର ପର୍ବତମୟ ଦେଶରେ କିରୀୟଥ୍‍-ଅର୍ବ (ଏହାକୁ ହିବ୍ରୋଣ କହନ୍ତି) ପ୍ରତିଷ୍ଠା କଲେ।


ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ, ଏହି ଦୁଇ ଗୃହ ନିର୍ମାଣ କରିବା ପାଇଁ ଶଲୋମନଙ୍କୁ କୋଡ଼ିଏ ବର୍ଷ ଲାଗିଲା;


ଏଉତ୍ତାରେ ହୂରମ୍‍ ଶଲୋମନଙ୍କର ଦତ୍ତ ନଗରମାନ ଦେଖିବାକୁ ସୋରରୁ ଆସିଲା, ମାତ୍ର ସେସବୁ ତାହାର ସନ୍ତୋଷଜନକ ହେଲା ନାହିଁ।


ପୁଣି, ହୂରମ୍‍ ଏକ ଶହ କୋଡ଼ିଏ ତାଳନ୍ତ ସୁନା ରାଜାଙ୍କ ନିକଟକୁ ପଠାଇଦେଲା।


ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ସୋରର ତିନି, ହଁ, ଚାରି ଅପରାଧ ସକାଶୁ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ସମୁଦାୟ ଲୋକଙ୍କୁ ଇଦୋମର ହସ୍ତରେ ସମର୍ପଣ କଲେ ଓ ଭ୍ରାତୃ ନିୟମ ସ୍ମରଣ କଲେ ନାହିଁ;


Swiv nou:

Piblisite


Piblisite