Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 8:51 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

51 କାରଣ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ମିସରରୁ, ଲୌହ-ଅଗ୍ନିକୁଣ୍ଡ ମଧ୍ୟରୁ ଆଣିଅଛ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

51 କାରଣ ସେମାନେ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ମିସରରୁ, ଲୌହ-ଅଗ୍ନିକୁଣ୍ତ ମଧ୍ୟରୁ ଆଣିଅଛ;

Gade chapit la Kopi

ଓଡିଆ ବାଇବେଲ

51 କାରଣ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ମିସରରୁ, ଲୌହ-ଅଗ୍ନିକୁଣ୍ଡ ମଧ୍ୟରୁ ଆଣିଅଛ;

Gade chapit la Kopi

ପବିତ୍ର ବାଇବଲ

51 ମନେରଖ ଯେ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭେ ସେମାନଙ୍କୁ ମିଶରରୁ ବାହାର କରି ଆଣିଅଛ। ଏହା ଏପରି ସଦୃଶ୍ୟ ଯେ, ତୁମ୍ଭେ ସେମାନଙ୍କୁ ଗରମ ଚୁଲ୍ଲୀରୁ ଟାଣି ଆଣି ରକ୍ଷା କରିଅଛ।

Gade chapit la Kopi




1 ରାଜାବଳୀ 8:51
15 Referans Kwoze  

ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ, ଲୌହ ଅଗ୍ନିକୁଣ୍ଡରୁ, ବାହାର କରି ଆଣିବା ଦିନ ସେମାନଙ୍କୁ ଯାହା ଆଦେଶ କରି କହିଲୁ,


ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହାପରାକ୍ରମ ଓ ଆପଣାର ବଳବାନ ହସ୍ତ ଦ୍ୱାରା ମୁକ୍ତ କରିଅଛ।


ମାତ୍ର ତୁମ୍ଭେମାନେ ଆଜି ଦିନର ପରି ଯେପରି ସଦାପ୍ରଭୁଙ୍କ ଅଧିକାରର ଲୋକ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଗ୍ରହଣ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଲୁହା-ଭାଟି ସ୍ୱରୂପ ମିସରରୁ ଉଦ୍ଧାର କରି ଆଣିଅଛନ୍ତି।


ଯେ ଯାକୁବର ବାଣ୍ଟ ସ୍ୱରୂପ, ସେ ଏସବୁର ପରି ନୁହନ୍ତି। କାରଣ ସେ ସକଳ ବସ୍ତୁର ଗଠନକାରୀ; ପୁଣି, ଇସ୍ରାଏଲ ତାହାଙ୍କର ଅଧିକାର ସ୍ୱରୂପ ବଂଶ; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।


ହେ ସଦାପ୍ରଭୋ, ଅତ୍ୟନ୍ତ କ୍ରୁଦ୍ଧ ହୁଅ ନାହିଁ, କିଅବା ଚିରକାଳ ଅପରାଧ ମନରେ ରଖ ନାହିଁ; ଆମ୍ଭେମାନେ ବିନତି କରୁ, ଦେଖ, ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ଲୋକ।


ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କର ବିଚାର ନିଷ୍ପତ୍ତି କର; ଆଉ ତୁମ୍ଭ ବିରୁଦ୍ଧରେ ପାପକାରୀ ଆପଣା ଲୋକମାନଙ୍କୁ କ୍ଷମା କର।


କାରଣ, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେପରି କହିଥିଲ, ତଦନୁସାରେ ତୁମ୍ଭେ ସେମାନଙ୍କୁ ଆପଣା ଅଧିକାର ଦେବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧ୍ୟରୁ ପୃଥକ କରିଅଛ।”


କାରଣ ସଦାପ୍ରଭୁଙ୍କ ଅଂଶ ତାହାଙ୍କର ଲୋକ ଯାକୁବ ତାହାଙ୍କର ଅଧିକାରର ବାଣ୍ଟ।


ଆପଣା ଲୋକମାନଙ୍କୁ ତ୍ରାଣ କର ଓ ଆପଣା ଅଧିକାରକୁ ଆଶୀର୍ବାଦ କର; ସେମାନଙ୍କୁ ପ୍ରତିପାଳନ କର ଓ ଅନନ୍ତକାଳ ସେମାନଙ୍କୁ ବହନ କର।


ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିଅଛୁ, ମାତ୍ର ରୂପା ପରି ନୁହେଁ; ଆମ୍ଭେ ଦୁଃଖରୂପ ଉହ୍ମାଇରେ ତୁମ୍ଭକୁ ମନୋନୀତ କରିଅଛୁ।


ସେତେବେଳେ ନବୂଖଦ୍‍ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ଡର ମୁଖ ନିକଟକୁ ଯାଇ କହିଲା, “ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଦାସ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ, ତୁମ୍ଭେମାନେ ବାହାର ହୋଇ ଏଠାକୁ ଆସ। ତହିଁରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ଅଗ୍ନି ମଧ୍ୟରୁ ବାହାର ହୋଇ ଆସିଲେ।”


Swiv nou:

Piblisite


Piblisite