Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 7:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଆହୁରି ସେ ମନ୍ଦିରର ବାରଣ୍ଡାରେ ସେହି ସ୍ତମ୍ଭମାନ ସ୍ଥାପନ କଲା; ଆଉ ସେ ଦକ୍ଷିଣ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ଯାଖୀନ୍‍ (ସେ ସ୍ଥିର କରିବେ) ଦେଲା ଓ ସେ ବାମ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ବୋୟସ୍‍ (ତହିଁରେ ବଳ) ଦେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଆହୁରି ସେ ମନ୍ଦିରର ବରଣ୍ତାରେ ସେହି ସ୍ତମ୍ଭମାନ ସ୍ଥାପନ କଲା; ଆଉ ସେ ଦକ୍ଷିଣ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ଯାଖୀନ୍ (ସେ ସ୍ଥିର କରିବେ) ଦେଲା ଓ ସେ ବାମ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ବୋୟସ୍ (ତହିଁରେ ବଳ) ଦେଲା।

Gade chapit la Kopi

ଓଡିଆ ବାଇବେଲ

21 ଆହୁରି ସେ ମନ୍ଦିରର ବାରଣ୍ଡାରେ ସେହି ସ୍ତମ୍ଭମାନ ସ୍ଥାପନ କଲା; ଆଉ ସେ ଦକ୍ଷିଣ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ଯାଖୀନ୍‍ (ସେ ସ୍ଥିର କରିବେ) ଦେଲା ଓ ସେ ବାମ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ବୋୟସ୍‍ (ତହିଁରେ ବଳ) ଦେଲା।

Gade chapit la Kopi

ପବିତ୍ର ବାଇବଲ

21 ହୀରମ୍ ସେହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାରେ ସ୍ଥାପନ କଲା। ଗୋଟିଏ ସ୍ତମ୍ଭ ଦକ୍ଷିଣ ପାର୍ଶ୍ୱର ପ୍ରବେଶ ଦ୍ୱାରରେ ଓ ଅନ୍ୟ ସ୍ତମ୍ଭଟି ବାମ ପାର୍ଶ୍ୱରେ ରହିଲା। ଦକ୍ଷିଣ ସ୍ତମ୍ଭର ନାମ ଯାଖୀନ୍ ଓ ବାମ ସ୍ତମ୍ଭର ନାମ ବୋୟସ୍ ଦେଲା।

Gade chapit la Kopi




1 ରାଜାବଳୀ 7:21
14 Referans Kwoze  

ଆଉ ସେ ମନ୍ଦିର ସମ୍ମୁଖରେ ସେହି ଦୁଇ ସ୍ତମ୍ଭକୁ ଦକ୍ଷିଣ ପାର୍ଶ୍ଵରେ ଏକ ଓ ବାମ ପାର୍ଶ୍ଵରେ ଏକ କରି ସ୍ଥାପନ କଲେ; ଆଉ ଦକ୍ଷିଣ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ଯାଖୀନ୍‍ ଓ ବାମ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ବୋୟସ୍‍ ରଖିଲେ।


ଆଉ ଗୃହର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ଡା, ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଦୀର୍ଘ ଓ ଗୃହର ସମ୍ମୁଖରେ ତହିଁର ପ୍ରସ୍ଥ ଦଶ ହାତ ଥିଲା।


ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ବରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆପଣା ଈଶ୍ବରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ବରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ।


ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, ପିତର ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ଅଣଯିହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି;


ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ।


ଲୋକେ ଆମ୍ଭ ଉଦ୍ଦେଶ୍ୟରେ କହିବେ, କେବଳ ସଦାପ୍ରଭୁଙ୍କଠାରେ ଧାର୍ମିକତା ଓ ଶକ୍ତି ଅଛି। ତାହାଙ୍କ ନିକଟକୁ ଲୋକମାନେ ଆସିବେ, ପୁଣି ଯେଉଁମାନେ ତାହାଙ୍କ ପ୍ରତି ବିରକ୍ତ ହୋଇଥିଲେ, ସେମାନେ ସମସ୍ତେ ଲଜ୍ଜିତ ହେବେ।


ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏହି କ୍ଷଣଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍‍ଯୋଗ ଏହା ସାଧନ କରିବ।


ଆଉ ଯେପରି ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ଓ ଗୃହ-ବାରଣ୍ଡାରେ, ସେପରି ବୃହତ ପ୍ରାଙ୍ଗଣର ଚତୁର୍ଦ୍ଦିଗରେ ତିନି ଧାଡ଼ି ଖୋଦିତ ପ୍ରସ୍ତର ଓ ଏକ ଧାଡ଼ି ଏରସ-କଡ଼ି ଥିଲା।


ତୁମ୍ଭର ଦିନ ପୂର୍ଣ୍ଣ ହେଲେ ଓ ତୁମ୍ଭେ ଆପଣା ପିତୃଲୋକମାନଙ୍କ ସଙ୍ଗରେ ଶୟନ କଲେ, ଆମ୍ଭେ ତୁମ୍ଭ ଔରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା।


ଓ ସଲମୋନର ପୁତ୍ର ବୋୟଜ ଓ ବୋୟଜର ପୁତ୍ର ଓବେଦ୍‍


ପୁଣି, ସେହି ସ୍ତମ୍ଭ-ମଥାନ ଉପରେ କଇଁଫୁଲ-କର୍ମ ଥିଲା; ଏହିରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା।


ତହୁଁ ତାହାର ଶାଶୁ ତାହାକୁ ପଚାରିଲା, “ତୁମ୍ଭେ ଆଜି କେଉଁଠାରେ ବଳକା ଶସ୍ୟ ସଂଗ୍ରହ କଲ? ଓ କେଉଁଠାରେ କର୍ମ କଲ? ଯେ ତୁମ୍ଭର ପରିଚୟ ନେଲା, ସେ ଧନ୍ୟ ହେଉ।” ତେଣୁ ସେ ଯାହା ପାଖରେ କର୍ମ କରିଥିଲା, ତାହା ଶାଶୁକୁ ଜଣାଇ କହିଲା, “ଯାହା ପାଖରେ ଆଜି କର୍ମ କଲି, ତାହାର ନାମ ବୋୟଜ।”


ଓ ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରି ଶହ ଡାଳିମ୍ବ; ଅର୍ଥାତ୍‍, ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ବ କଲା।


Swiv nou:

Piblisite


Piblisite